ଲିଭ୍-ଇନରେ ରହି ସମ୍ପର୍କ ଖରାପ ହେଲେ ଦାଖଲ କରିପାରିବେ ନାହିଁ ଦୁଷ୍କର୍ମ ମାମଲା: ସୁପ୍ରିମକୋର୍ଟ
Advertisement
Article Detail0/zeeodisha/odisha1258872

ଲିଭ୍-ଇନରେ ରହି ସମ୍ପର୍କ ଖରାପ ହେଲେ ଦାଖଲ କରିପାରିବେ ନାହିଁ ଦୁଷ୍କର୍ମ ମାମଲା: ସୁପ୍ରିମକୋର୍ଟ

Supreme Court: ସୁପ୍ରିମକୋର୍ଟ ଏକ ମାମଲାର ଶୁଣାଣି ବେଳେ ଏକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ କରିଛନ୍ତି । କୋର୍ଟ କହିଛନ୍ତି ଯେ ଯଦି ଜଣେ ମହିଳା ନିଜ ଇଚ୍ଛାରେ କାହା ସହିତ ଲିଭ୍-ଇନରେ ରୁହନ୍ତି ଓ ପରେ ସମ୍ପର୍କ ନଷ୍ଟ ହୋଇଯାଏ, ତେବେ ସେ ଦୁଷ୍କର୍ମ ମାମଲା ଦାଖଲ କରିପାରିବେ ନାହିଁ ।

ସୌ: ସୋସିଆଲ ମିଡିଆ

Live in Relationship Rape Case: ସୁପ୍ରିମକୋର୍ଟ ଗୁରୁବାର ଦିନ ଏକ ମାମଲାର ଶୁଣାଣି କରିବା ସମୟରେ କହିଛନ୍ତି ଯେ ଯଦି ଜଣେ ମହିଳା ପୁରୁଷଙ୍କ ସହ ସମ୍ପର୍କ ରଖନ୍ତି ଓ ତାଙ୍କ ସହିତ ସ୍ବେଚ୍ଛାକୃତ ଭାବରେ ତାଙ୍କ ସହ ଲିଭ୍-ଇନରେ ରୁହନ୍ତି, ତେବେ ସମ୍ପର୍କ ଖରାପ ହେଲେ ସେ ବଳାତ୍କାର ମାମଲା ଦାଖଲ କରିପାରିବେ ନାହିଁ । ଜଷ୍ଟିସ ହେମନ୍ତ ଗୁପ୍ତା ଓ ବିକ୍ରମ ନାଥଙ୍କ ଏକ ବେଞ୍ଚ ଏହି ଟିପ୍ପଣୀ କରିଛନ୍ତି । ଅଭିଯୁକ୍ତ ଅନସାର ମହମ୍ମଦଙ୍କୁ ବେଞ୍ଚ ଗିରଫ ପୂର୍ବରୁ ଜାମିନ ପ୍ରଦାନ କରିଛି ।

ଆଦେଶ ଅନୁଯାୟୀ, ଅଭିଯୋଗକାରୀ ମହିଳା ନିଜ ଇଚ୍ଛାରେ ପିଟିସନ ଦାଖଲ କରିଥିବା ବ୍ୟକ୍ତିଙ୍କ ସହ ରହୁଥିଲେ । ତେଣୁ, ବର୍ତ୍ତମାନ ଯେହେତୁ ସମ୍ପର୍କ ଅଗ୍ରଗତି କରୁନାହିଁ, ତେବେ ଆଇପିସିର ଧାରା ୩୭୬ (୨) ଅନୁଯାୟୀ FIR ଏହି ଆଧାରରେ ଦାଖଲ ହୋଇପାରିବ ନାହିଁ । ଏହାପୂର୍ବରୁ ରାଜସ୍ଥାନ ହାଇକୋର୍ଟ ଉକ୍ତ ବ୍ୟକ୍ତିଙ୍କୁ ଜାମିନ ଦେବାକୁ ମନା କରିଦେଇଥିଲେ । ତେବେ ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ରଦ୍ଦ କରି ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି ।

ଅନସାର ମହମ୍ମଦ ଏହା ପୂର୍ବରୁ ରାଜସ୍ଥାନ ହାଇକୋର୍ଟରେ ଆବେଦନ କରିଥିଲେ ମଧ୍ୟ ତାଙ୍କୁ CrPC ର ଧାରା ୪୩୮ ଅନୁଯାୟୀ ଜାମିନ ପ୍ରଦାନ କରାଯାଇ ନାହିଁ । ମେ' ୧୯ ରେ, ରାଜସ୍ଥାନ ହାଇକୋର୍ଟ କହିଥିଲେ ଯେ ଆବେଦନକାରୀ ସ୍ୱୀକାର କରିଛନ୍ତି ଯେ ସେ ବିବାହ ପ୍ରତିଶ୍ରୁତି ଦେଇ ମହିଳାଙ୍କ ସହ ସମ୍ପର୍କ ସ୍ଥାପନ କରିଛନ୍ତି ଓ ତାଙ୍କର ଏକ ସନ୍ତାନ ଅଛି । ଏହି ଅପରାଧକୁ ଦୃଷ୍ଟିରେ ରଖି ଆମେ ଭାବୁନାହୁଁ ଯେ ଆବେଦନକାରୀଙ୍କୁ ଜାମିନ ପ୍ରଦାନ କରାଯିବା ଉଚିତ । ତେଣୁ ଆବେଦନକୁ ଖାରଜ କରାଯାଇଛି ।

ଏଥିସହ ସୁପ୍ରିମକୋର୍ଟ କହିଛନ୍ତି ଯେ ସେମାନେ ଚାରି ବର୍ଷ ପର୍ଯ୍ୟନ୍ତ ରେଲେସନସିପିରେ ଥିଲେ । ଯେତେବେଳେ ମହିଳା ଜଣକ ଅନସରଙ୍କ ସହ ରହିବାକୁ ଲାଗିଲେ ସେତେବେଳେ ତାଙ୍କୁ ୨୧ ବର୍ଷ ହୋଇଥିଲା । ଏହାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି । ବେଞ୍ଚ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ ଏହି ନିଷ୍ପତ୍ତି କେବଳ ଅଗ୍ରିମ ଜାମିନ ପାଇଁ ଦିଆଯାଇଛି । ଏହା ବ୍ୟତୀତ ଯାଞ୍ଚ ଆଗକୁ ଯିବ ଓ ଏହି ଟିପ୍ପଣୀର ତାହା ସହ କୌଣସି ସମ୍ପର୍କ ରହିବ ନାହିଁ । ଆବେଦନକାରୀଙ୍କ ତରଫରୁ ତାଙ୍କ ଓକିଲ ଅର୍ଜୁନ ସିଂ ଭାଟି ହାଜର ହୋଇଥିଲେ ।

ଏହା ବି ପଢ଼ନ୍ତୁ: ସର୍ଭେରେ ଖୁଲାସା: ଅବିବାହିତ ରହିବାକୁ ପସନ୍ଦ କରନ୍ତି ଭାରତରେ ଯୁବବର୍ଗ, ଏହି ରାଜ୍ୟ ରହିଛି ସବୁଠୁ ଆଗରେ...

ଏହା ବି ପଢ଼ନ୍ତୁ: ବିଦେଶରୁ ଆସୁଥିବା ଲୋକଙ୍କ ଠାରୁ ରୁହନ୍ତୁ ସାବଧାନ, ମଙ୍କିପକ୍ସକୁ ନେଇ କେନ୍ଦ୍ର ଜାରିକଲା ଗାଇଡଲାଇନ