ସର୍ଭେରେ ଖୁଲାସା: ଅବିବାହିତ ରହିବାକୁ ପସନ୍ଦ କରନ୍ତି ଭାରତରେ ଯୁବବର୍ଗ, ଏହି ରାଜ୍ୟ ରହିଛି ସବୁଠୁ ଆଗରେ...
Advertisement
Article Detail0/zeeodisha/odisha1258828

ସର୍ଭେରେ ଖୁଲାସା: ଅବିବାହିତ ରହିବାକୁ ପସନ୍ଦ କରନ୍ତି ଭାରତରେ ଯୁବବର୍ଗ, ଏହି ରାଜ୍ୟ ରହିଛି ସବୁଠୁ ଆଗରେ...

Unmarried Youth In India:  ଭାରତରେ ଗତ କିଛି ବର୍ଷ ମଧ୍ୟରେ ଅବିବାହିତ ଯୁବ ବର୍ଗଙ୍କ ସଂଖ୍ୟା ବୃଦ୍ଧି ଘଟିଥିବା ଜଣା ପଡିଛି । ଆଠ ବର୍ଷ ମଧ୍ୟରେ ଏହି ସଂଖ୍ୟା ୨୩ ପ୍ରତିଶତକୁ ବୃଦ୍ଧି ପାଇଛି ।

ସୌ: ସୋସିଆଲ ମିଡିଆ

National Statistics Office Report: ଗତ କିଛି ବର୍ଷ ମଧ୍ୟରେ ଦେଶରେ ଅବିବାହିତ ଯୁବ ବର୍ଗଙ୍କ ସଂଖ୍ୟା ବୃଦ୍ଧି ପାଇଛି । ସରକାରଙ୍କ ଦ୍ୱାରା କରାଯାଇଥିବା ଏକ ସର୍ଭେରେ ଏହା ସାମ୍ନାକୁ ଆସିଛି । ସର୍ଭେର ତଥ୍ୟ ଅନୁଯାୟୀ, ଦେଶରେ ୧୫-୨୯ ବର୍ଷ ବୟସରେ ଅବିବାହିତ ବ୍ୟକ୍ତିଙ୍କ ଅନୁପାତ ୨୦୧୯ ରେ ୨୩ ପ୍ରତିଶତକୁ ବୃଦ୍ଧି ପାଇଛି । ୨୦୧୧ ରେ ଏହା ୧୭.୨ ପ୍ରତିଶତ ଥିଲା । ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ଦ୍ୱାରା ଏହି ରିପୋର୍ଟ ପ୍ରକାଶ ପାଇଛି ।

ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ରିପୋର୍ଟ 
ଜାତୀୟ ୟୁଥ ପଲିସି -୨୦୧୪ ଅନୁଯାୟୀ, (National Youth Policy-2014) ଦେଶରେ ୧୫ ରୁ ୨୯ ବର୍ଷ ବୟସର ବ୍ୟକ୍ତିଙ୍କୁ ଯୁବ ବର୍ଗରେ ସାମିଲ କରାଯାଇଛି । ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଦେଶରେ ଏହିପରି ପୁରୁଷଙ୍କ ସଂଖ୍ୟା ୨୦୧୧ ରେ ୨୦.୮% ଥିଲା, ଯେଉଁମାନେ କେବେ ବି ବିବାହ କରିନାହାଁନ୍ତି । ୨୦୧୯ ରେ ଏହି ଅନୁପାତ ୨୬.୧ ପ୍ରତିଶତକୁ ବୃଦ୍ଧି ପାଇଛି । ସର୍ଭେ ଅନୁଯାୟୀ, ମହିଳାଙ୍କ ଅନୁପାତରେ ସମାନ ବୃଦ୍ଧି ପଞ୍ଜିକୃତ ହୋଇଛି, ଯେଉଁମାନେ କେବେ ବି ବିବାହ କରିନାହାଁନ୍ତି । ସର୍ବେକ୍ଷଣ ଅନୁଯାୟୀ, ୨୦୧୧ ରେ ଅବିବାହିତା ମହିଳାଙ୍କ ଅନୁପାତ ୧୩.୫ ପ୍ରତିଶତ ଥିଲା, ଯାହା ୨୦୧୯ ରେ ୧୯.୯ ପ୍ରତିଶତକୁ ବୃଦ୍ଧି ପାଇଛି ।

ସର୍ଭେ ଅନୁଯାୟୀ, ୨୦୧୯ ରେ ଦେଶରେ ଜମ୍ମୁ କାଶ୍ମୀରରେ ସର୍ବାଧିକ ପ୍ରତିଶତ ଯୁବକ ଥିଲେ, ଯେଉଁମାନେ କେବେ ବିବାହ କରିନାହାଁନ୍ତି । ଏହା ପରେ ଉତ୍ତରପ୍ରଦେଶ ଦ୍ୱିତୀୟ, ଦିଲ୍ଲୀ ତୃତୀୟ ଓ ପଞ୍ଜାବ ଚତୁର୍ଥ ସ୍ଥାନରେ ରହିଥିଲା । ଏଥି ସହିତ କେରଳ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ହିମାଚଳ ପ୍ରଦେଶ ଓ ମଧ୍ୟପ୍ରଦେଶରେ ଦେଶର ଅନ୍ୟାନ୍ୟ ଅଂଶ ତୁଳନାରେ ଯୁବକମାନେ ବିବାହ ନକରିବାର ସର୍ବନିମ୍ନ ପ୍ରତିଶତ ରହିଛି । ତେବେ ଅବିବାହିତ ଯୁବକଙ୍କ ସଂଖ୍ୟା ବୃଦ୍ଧି ହେବାର କାରଣ ରିପୋର୍ଟରେ ଦିଆଯାଇ ନାହିଁ ।

ତେବେ ଏହି ସର୍ଭେରେ ଦର୍ଶାଯାଇଛି ଯେ ବର୍ତ୍ତମାନ ଦେଶର ଯୁବ ଜନସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି, କିନ୍ତୁ ୨୦୧୧-୨୦୩୬ ଅବଧିର ଶେଷ ଭାଗରେ ଏହା ହ୍ରାସ ପାଇବା ଆରମ୍ଭ କରିବ । ୧୯୯୧ ରେ ଦେଶର ମୋଟ ଯୁବ ଜନସଂଖ୍ୟା ୨୨.୨୭ କୋଟି ଥିଲା, ଯାହା ୨୦୧୧ ରେ ୩୩.୩୪ କୋଟିରେ ପହଞ୍ଚିଥିଲା ​​ଓ ୨୦୨୧ ସୁଦ୍ଧା ୩୭.୧୪ କୋଟିରେ ପହଞ୍ଚିବ ବୋଲି ଆକଳନ କରାଯାଇଥିଲା । ଏହା ପରେ ୨୦୩୬ ସୁଦ୍ଧା ଏହା ୩୪.୫୫ କୋଟିକୁ ଖସିଯିବ ।

ଏହା ବି ପଢ଼ନ୍ତୁ: ପତ୍ନୀଙ୍କୁ ହତ୍ୟା କରି ନିଜ ୬ ପିଲାଙ୍କ ସାମ୍ନାରେ ମୃତଦେହକୁ କଡ଼ାଇରେ ରୋଷେଇ କଲା ସ୍ୱାମୀ

ଏହା ବି ପଢ଼ନ୍ତୁ: ବିଦେଶରୁ ଆସୁଥିବା ଲୋକଙ୍କ ଠାରୁ ରୁହନ୍ତୁ ସାବଧାନ, ମଙ୍କିପକ୍ସକୁ ନେଇ କେନ୍ଦ୍ର ଜାରିକଲା ଗାଇଡଲାଇନ