ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (Punjab National Bank) ଆପଣଙ୍କ ଝିଅର ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ସୁକନ୍ୟା ସମ୍ରିଦ୍ଧି ଯୋଜନା (Sukanya Samriddhi Yojana- SSY) ନେଇ ଆସିଛି । ଏହି ଯୋଜନା ମାଧ୍ୟମରେ ଆପଣ ଆପଣଙ୍କର ଝିଅର ଭବିଷ୍ୟତକୁ ସୁରକ୍ଷିତ କରି ପାରିବେ । ଏହି ଯୋଜନାରେ ଜଣେ ପିତାମାତା କିମ୍ବା ଅଭିଭାବକ ଗୋଟିଏ ଝିଅ ନାମରେ କେବଳ ଗୋଟିଏ ଆକାଉଣ୍ଟ ଖୋଲିପାରିବେ ଓ ଦୁଇଟି ଭିନ୍ନ ଝିଅଙ୍କ ନାମରେ ସର୍ବାଧିକ ଦୁଇଟି ଆକାଉଣ୍ଟ ଖୋଲାପାରିବେ । ଜାଣନ୍ତୁ ଏହା ସହିତ ଜଡିତ ସମସ୍ତ ଆବଶ୍ୟକୀୟ ସୂଚନା ...


COMMERCIAL BREAK
SCROLL TO CONTINUE READING

କେତେ ଟଙ୍କା କରିବାକୁ ହେବ ଜମା?
ଏଥିରେ ସର୍ବନିମ୍ନ ଜମା (Minimum deposit) ୨୫୦ ଟଙ୍କା ଜମା କରିବାକୁ ପଡିବ । ଏହା ବ୍ୟତୀତ ଆପଣ ସର୍ବାଧିକ ୧,୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ଜମା କରିପାରିବେ । ଏହି ଆକାଉଣ୍ଟ୍ ଖୋଲିବା ଦ୍ୱାରା ଆପଣ ଆପଣଙ୍କ ଝିଅର ଶିକ୍ଷା ଓ ପରବର୍ତ୍ତୀ ଖର୍ଚ୍ଚରୁ ବହୁତ ଆରାମ ପାଇ ପାରିବେ ।


ଜାଣନ୍ତୁ କେତେ ମିଳିବ ସୁଧ
ବର୍ତ୍ତମାନ SSY (Sukanya Samriddhi Account) ଯୋଜନାରେ ଆୟକର ଛାଡ ସହିତ ୭.୬ ପ୍ରତିଶତ ହାରରେ ସୁଧ ଦିଆଯାଉଛି ।


ଅଧିକ ପଢ଼ନ୍ତୁ: ବିବାହ ମଣ୍ଡପରୁ ଦୌଡ଼ି ପଳାଇଲା ବର, ଶାଶୁଘର ବଦଳରେ ପୋଲିସ ଷ୍ଟେସନରେ କନିଆଁ


ମାଚ୍ୟୁରିଟି ସମୟରେ ମିଳିବ ୧୫ ଲକ୍ଷ
ଯଦି ଆପଣ ଏହି ଯୋଜନାରେ ପ୍ରତି ମାସରେ ୩୦୦୦ ଟଙ୍କା ନିବେଶ କରନ୍ତି ଅର୍ଥାତ୍ ବାର୍ଷିକ ୩୬୦୦୦ ଟଙ୍କା ପ୍ରୟୋଗ କରିବା ପରେ, ୧୪ ବର୍ଷ ପରେ ଆପଣ ବାର୍ଷିକ ୭.୬ ପ୍ରତିଶତ କମ୍ପାଉଣ୍ଡିଂ ହାରରେ ୯,୧୧,୫୭୪ ଟଙ୍କା ପାଇବେ । ୨୧ ବର୍ଷରେ ଅର୍ଥାତ୍ ମାଚ୍ୟୁରିଟି (Maturity) ସମୟରେ ଏହି ପରିମାଣ ପ୍ରାୟ ୧୫,୨୨,୨୨୧ ଟଙ୍କା ହେବ ।


କେଉଁଠାରେ ଖୋଲି ପାରିବେ ଏହାର ଆକାଉଣ୍ଟ
ସୁକନ୍ୟା ସମ୍ରିଦ୍ଧି ଯୋଜନା ଅଧୀନରେ ଆପଣ ଏହି ଆକାଉଣ୍ଟକୁ ଯେକୌଣସି ପୋଷ୍ଟ ଅଫିସ କିମ୍ବା ବାଣିଜ୍ୟିକ ଶାଖାର ଯେକୌଣସି ପ୍ରାଧିକୃତ ଶାଖାରେ ଖୋଲିପାରିବେ ।


ଅଧିକ ପଢ଼ନ୍ତୁ: ଆସୁଛି ମହଙ୍ଗା ପେଟ୍ରୋଲର ବିକଳ୍ପ, ୬୦ ରୁ ୬୫ ଟଙ୍କା ଦରରେ ମିଳିବ ତେଲ


ଦେବାକୁ ପଡିବ ଏହି ଡକ୍ୟୁମେଣ୍ଟଗୁଡିକ
ସୁକନ୍ୟା ସମ୍ରିଦ୍ଧି ଯୋଜନା ଅଧୀନରେ ଏକ ଆକାଉଣ୍ଟ ଖୋଲିବାକୁ ହେଲେ ଆପଣଙ୍କୁ ଡାକଘର କିମ୍ବା ବ୍ୟାଙ୍କରେ ଝିଅର ଜନ୍ମ ପ୍ରମାଣପତ୍ରକୁ ଫର୍ମ ସହିତ ଦାଖଲ କରିବାକୁ ପଡିବ । ଏହା ବ୍ୟତୀତ ଶିଶୁ ଓ ପିତାମାତାଙ୍କ ପରିଚୟ ପତ୍ର (ପାନ୍ କାର୍ଡ, ରେସନ୍ କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ପାସପୋର୍ଟ) ଓ ସେମାନେ କେଉଁଠାରେ ରହୁଛନ୍ତି ତାହାର ପ୍ରମାଣ (ପାସପୋର୍ଟ, ରେସନ କାର୍ଡ, ବିଦ୍ୟୁତ୍ ବିଲ୍, ଟେଲିଫୋନ୍ ବିଲ୍, ୱାଟର ବିଲ୍) ଦାଖଲ କରିବାକୁ ପଡିବ ।


ଅଧିକ ପଢ଼ନ୍ତୁ: Viral Video: ଚର୍ଚ୍ଚାରେ ଦୁନିଆର ସବୁଠୁ ଛୋଟ ଗାଈ ରାଣୀ, ଦେଖିବାକୁ ଜମୁଛି ଅସମ୍ଭାଳ ଭିଡ଼


ଯଦି ପ୍ରତିବର୍ଷ ସର୍ବନିମ୍ନ ୨୫୦ ଟଙ୍କା ଜମା କରା ନ ଯାଏ, ତେବେ ଆକାଉଣ୍ଟ ବନ୍ଦ ହୋଇଯିବ ଓ ସେହି ବର୍ଷ ପାଇଁ ଜମା ହେବାକୁ ଥିବା ସର୍ବନିମ୍ନ ରାଶି ସହିତ ବାର୍ଷିକ ୫୦ ଟଙ୍କା ଜରିମାନା ସହିତ ପୁନଃ ସକ୍ରିୟ କରାଯାଇପାରିବ । ଆକାଉଣ୍ଟ ଖୋଲିବା ତାରିଖ ଠାରୁ ୧୫ ବର୍ଷ ପର୍ଯ୍ୟନ୍ତ ପୁନଃ ସକ୍ରିୟ କରାଯାଇପାରେ ।