ବିବାହ ମଣ୍ଡପରୁ ଦୌଡ଼ି ପଳାଇଲା ବର, ଶାଶୁଘର ବଦଳରେ ପୋଲିସ ଷ୍ଟେସନରେ କନିଆଁ
Advertisement
Article Detail0/zeeodisha/odisha941529

ବିବାହ ମଣ୍ଡପରୁ ଦୌଡ଼ି ପଳାଇଲା ବର, ଶାଶୁଘର ବଦଳରେ ପୋଲିସ ଷ୍ଟେସନରେ କନିଆଁ

ହରିୟାଣାର ପାନିପତରେ ଜଣେ ବର ପୋଲିସକୁ ଦେଖିବା ମାତ୍ରେ ବିବାହ ମଣ୍ଡପରୁ ଦୌଡ଼ି ପଳାଇ ଯାଇଥିଲେ । କନ୍ୟା ପକ୍ଷ ତରଫରୁ ଫୋନ କରି ନିବେଦନ କରିବା ପରେ ବର ପୋଲିସ ଷ୍ଟେସନରେ ପହଞ୍ଚିଥିଲା ।

ବିବାହ ମଣ୍ଡପରୁ ଦୌଡ଼ି ପଳାଇଲା ବର, ଶାଶୁଘର ବଦଳରେ ପୋଲିସ ଷ୍ଟେସନରେ କନିଆଁ

ପାନିପତ: ହରିୟାଣାରୁ (Haryana) ଏକ ଅଜବ ମାମଲା ସାମ୍ନାକୁ ଆସିଛି । ପାନିପତରେ (Panipat) ଜଣେ ବର ପୋଲିସର ଆଗମନ ଖବର ପାଇବା ମାତ୍ରେ ବିବାହ ମଣ୍ଡପ ଛାଡି ଦୌଡ଼ି ପଳାଇ (Groom ran from Wedding pavilion) ଯାଇଥିଲା । ପୋଲିସ ତାଙ୍କୁ ବହୁତ ଖୋଜାଖୋଜି କରିଥିଲା କିନ୍ତୁ ତାଙ୍କୁ କେଉଁଠାରେ ପାଇନଥିଲା । ବରର ସମ୍ପର୍କୀୟ ମାନେ ମଧ୍ୟ ସେ କେଉଁଆଡେ ଗଲେ ତାହା ବିଷୟରେ କିଛି କହିପାରି ନ ଥିଲେ । ଏହା ପରେ କନିଆଁ ଘରର ଲୋକମାନେ ଫୋନ କରି ଅନୁରୋଧ କରିବାରୁ ବର ପୋଲିସ ଷ୍ଟେସନରେ ପହଞ୍ଚିଥିଲେ । 

ବାସ୍ତବରେ ଦେଶରାଜ କଲୋନୀରେ ଜଣେ ୧୭ ବର୍ଷର ଝିଅଙ୍କୁ ଜଣେ ୨୫ ବର୍ଷୀୟ ବ୍ୟକ୍ତି ବିବାହ କରିବାକୁ ଯାଉଥିଲା । ମହିଳା ସୁରକ୍ଷା ଓ ଶିଶୁ ବିବାହ ନିଷେଧ ଅଧିକାରୀ ରଜନୀ ଗୁପ୍ତା ପୋଲିସ ସହାୟତାରେ ବିବାହ ବନ୍ଦ କରିବାକୁ ପହଁଞ୍ଚିଥିଲେ । ଏହି ସମୟରେ ବର ପୋଲିସକୁ ଦେଖିବା ପରେ ବିବାହ ମଣ୍ଡପ ଛାଡ଼ି ଦୌଡ଼ି ପଳାଇ ଯାଇଥିଲା । ଯେତେବେଳେ ଝିଅ ଓ ମହିଳା ସୁରକ୍ଷା ଓ ଶିଶୁ ବିବାହ ନିଷେଧ ଅଧିକାରୀ ରଜନୀ ଗୁପ୍ତାଙ୍କ ଠାରୁ ଫୋନ କରାଯାଇଥିଲା ସେତେବେଳେ ବର ପୋଲିସ ଷ୍ଟେସନରେ (Police station) ପହଞ୍ଚିଥିଲା ।

ଅଧିକ ପଢ଼ନ୍ତୁ: ଆସୁଛି ମହଙ୍ଗା ପେଟ୍ରୋଲର ବିକଳ୍ପ, ୬୦ ରୁ ୬୫ ଟଙ୍କା ଦରରେ ମିଳିବ ତେଲ

ଜାଣନ୍ତୁ କ’ଣ ରହିଛି ସମଗ୍ର ମାମଲା
ରଜନୀ ଗୁପ୍ତା କହିଛନ୍ତି ଯେ ଉତ୍ତରପ୍ରଦେଶର ଶାହାଜାହାନପୁର ଜିଲ୍ଲାର ଜଣେ ବ୍ୟକ୍ତି ନିଜ ପରିବାର ସହିତ ଦେଶରାଜ କଲୋନୀରେ ଦୀର୍ଘ ବର୍ଷ ଧରି ରହିଆସୁଛନ୍ତି । ସେ ତାଙ୍କର ୧୭ ବର୍ଷର ଝିଅକୁ ବିବାହ କରିବାକୁ ଯାଉଥିଲେ । ଝିଅଟି ମୂଳ ଗାଁର ବିଦ୍ୟାଳୟରେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ କରିଛି । ବାପା ତାଙ୍କ ନାବାଳିକା ଝିଅକୁ ପଟେଲ ନଗରର ୨୫ ବର୍ଷୀୟ ଏକ ଆକାଉଣ୍ଟାଣ୍ଟଙ୍କୁ ବିବାହ କରିବାକୁ ପ୍ରସ୍ତୁତ ହେଉଥିଲେ । ବିବାହ ପାଇଁ ବର ରୋଷଣୀ ସହ ପହଞ୍ଚି ସାରିଥିଲା । ଯେତେବେଳେ ନାବାଳିକାର ବିବାହ ବିଷୟରେ ସୂଚନା ମହିଳା ସୁରକ୍ଷା ଓ ଶିଶୁ ବିବାହ ନିଷେଧ ଅଧିକାରୀ ସେଠାରେ ପହଞ୍ଚିଥିଲା ସେତବେଳେ ବର ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । କନ୍ୟା ପକ୍ଷ ଝିଅର ବିବାହ ପାଇଁ ପ୍ରାପ୍ତ ବୟସର କୌଣସି ଡକ୍ୟୁମେଣ୍ଟ ଦେଖାଇ ପାରିନଥିଲେ । ଏହା ପରେ ନାବାଳିକାଙ୍କ ବିବାହକୁ ବନ୍ଦ କରିଦିଆ ଯାଇଥିଲା ।

ଅଧିକ ପଢ଼ନ୍ତୁ: Viral Video: ଚର୍ଚ୍ଚାରେ ଦୁନିଆର ସବୁଠୁ ଛୋଟ ଗାଈ ରାଣୀ, ଦେଖିବାକୁ ଜମୁଛି ଅସମ୍ଭାଳ ଭିଡ଼

ସୂଚନା ମୁତାବକ ଟିମ୍ ସହିତ ପୋଲିସ ଦେଖିବା ପରେ ବର ଫେରାର ହୋଇ ଯାଇଥିଲା । ବିବାହ ବନ୍ଦ କରିବାବେଳେ ଝିଅଟିକୁ ମହିଳା ପୋଲିସ ଷ୍ଟେସନକୁ ଅଣାଯାଇଥିଲା । ତାଙ୍କ ସମ୍ପର୍କୀୟମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ । ଯେତେବେଳେ ଝିଅ ଓ ବିଭାଗ ପାର୍ଶ୍ୱରୁ ବରକୁ ଫୋନ କରଯାଇଥିଲା ସେତେବେଳେ ବର ମଧ୍ୟ ପୋଲିସ ଷ୍ଟେସନରେ ପହଞ୍ଚିଥିଲା । ଆଧାର କାର୍ଡ ଅନୁଯାୟୀ ଝିଅଟିର ବୟସ ୧୭ ବର୍ଷ ଥିଲା । ଏବେ ଉଭୟ ପକ୍ଷଙ୍କୁ ପୋଲିସ ଷ୍ଟେସନକୁ ଡକାଯାଇଛି । ବର ଅଧିକାରୀ ରଜନୀ ଗୁପ୍ତାଙ୍କୁ କହିଛନ୍ତି ଯେ ଝିଅଟି ନାବାଳିକା ଥିଲେ ବୋଲି ସେ ଜାଣି ନ ଥିଲେ । ବର୍ତ୍ତମାନ ବିବାହକୁ ବନ୍ଦ କରାଯିବା ସହ ଉଭୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।