ଆସୁଛି ମହଙ୍ଗା ପେଟ୍ରୋଲର ବିକଳ୍ପ, ୬୦ ରୁ ୬୫ ଟଙ୍କା ଦରରେ ମିଳିବ ତେଲ
Advertisement

ଆସୁଛି ମହଙ୍ଗା ପେଟ୍ରୋଲର ବିକଳ୍ପ, ୬୦ ରୁ ୬୫ ଟଙ୍କା ଦରରେ ମିଳିବ ତେଲ

କୋରୋନା ସଙ୍କଟରେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ (Petrol-Diesel Price Today) ବୃଦ୍ଧି ସାଧାରଣ ଲୋକଙ୍କ ପକେଟରେ ଭାରି ବୋଝ ହୋଇଯାଇଛି । ଏହି ସମୟରେ ତେଲର ମୂଲ୍ୟ ବୃଦ୍ଧିକୁ ନେଇ କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀଙ୍କ (Nitin Gadkari) ଏକ ବୟାନ ସାମ୍ନାକୁ ଆସିଛି ।

ନିତିନ ଗଡ଼କରୀ (ଫାଇଲ ଫଟୋ)

ନୂଆଦିଲ୍ଲୀ: କୋରୋନା ସଙ୍କଟରେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ (Petrol-Diesel Price Today) ବୃଦ୍ଧି ସାଧାରଣ ଲୋକଙ୍କ ପକେଟରେ ଭାରି ବୋଝ ହୋଇଯାଇଛି । ଏହି ସମୟରେ ତେଲର ମୂଲ୍ୟ ବୃଦ୍ଧିକୁ ନେଇ କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀଙ୍କ (Nitin Gadkari) ଏକ ବୟାନ ସାମ୍ନାକୁ ଆସିଛି । ନିତିନ ଗଡକରୀ କହିଛନ୍ତି ଯେ ଖୁବ ଶୀଘ୍ର ଆମେ ପେଟ୍ରୋଲ ପମ୍ପରେ ଇଥାନଲ (Ethanol) ସୁବିଧା ଯୋଗାଇଦେବୁ । ଯାହା ପେଟ୍ରୋଲ-ଡିଜେଲଠାରୁ କମ୍ ମୂଲ୍ୟରେ ଉପଲବ୍ଧ ହେବ । 

ନିତିନ ଗଡ଼କରୀ କହିଛନ୍ତି ଯେ ପେଟ୍ରୋଲର ମୂଲ୍ୟ ବଢ଼ୁଛି । ପେଟ୍ରୋଲର ମୂଲ୍ୟ (Petrol price) ବୃଦ୍ଧି ନେଇ ଲୋକମାନେ ଆନ୍ଦୋଳନ କରୁଛନ୍ତି । ଏଭଳି ପରିସ୍ଥିତିରେ ଆମେ ଆଗାମୀ ଦିନରେ ଲୋକଙ୍କ ପାଇଁ ପେଟ୍ରୋଲ ପମ୍ପରେ ଇଥାନଲ ଯୋଗାଇ ଦେବାକୁ ସୁବିଧା କରିବୁ । ଯାହା ଦ୍ୱାରା ସେମାନଙ୍କ ପାଖରେ ଏକ ବିକଳ୍ପ ଉପଲବ୍ଧ ହେବ । କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ଯଦି ପେଟ୍ରୋଲର ମୂଲ୍ୟ ଲିଟର ପିଛା ୧୦୦ ରୁ ଅଧିକ । ତେବେ ଇଥାନଲ (Ethanol) ଗ୍ରାହକ ଲିଟର ପିଛା ମାତ୍ର ୬୦-୬୫ ଟଙ୍କା ପାଇବେ । ସବୁଜ ଇନ୍ଧନ ପ୍ରଦୂଷଣକୁ ମଧ୍ୟ ହ୍ରାସ କରିବ ।

ଅଧିକ ପଢ଼ନ୍ତୁ: ଭାରତର ପ୍ରଥମ କୋରୋନା ରୋଗୀଙ୍କୁ ପୁନର୍ବାର ହେଲା କୋରୋନା

ପେଟ୍ରୋଲ ଓ ଡିଜେଲର ମୂଲ୍ୟ ଦୀର୍ଘ ଦିନ ଧରି ଏକ ସର୍ବୋଚ୍ଚ ସ୍ତରରେ ରହିଛି । ମଙ୍ଗଳବାର ଜୁଲାଇ ୧୩ ତାରିଖରେ ପେଟ୍ରୋଲ ଦର ମଧ୍ୟ ବୃଦ୍ଧି ପାଇଛି । ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ (Bhubaneswar) ମଧ୍ୟ ପେଟ୍ରୋଲ ଦର (Petrol price) ମଙ୍ଗଳବାର ଦିନ ୩୧ ପଇସା ବୃଦ୍ଧି ହୋଇ ଲିଟର ପିଛା ୧୦୨.୩୨ ଟଙ୍କାରେ ପହଞ୍ଚିଛି । ଏହା ସହିତ ଡିଜେଲ ଦରରେ (Diesel price) ମଧ୍ୟ ବୃଦ୍ଧି ଘଟିଛି । ଡିଜେଲ ଲିଟର ପିଛା ୩୦ ପଇସା ବୃଦ୍ଧି ହୋଇଛି ଓ ବର୍ତ୍ତମାନ ଏହା ଭୁବନେଶ୍ୱର ଲିଟର ପିଛା ୯୮.୦୮ ଟଙ୍କା ରହିଛି ।

ଅଧିକ ପଢ଼ନ୍ତୁ: Viral Video: ଚର୍ଚ୍ଚାରେ ଦୁନିଆର ସବୁଠୁ ଛୋଟ ଗାଈ ରାଣୀ, ଦେଖିବାକୁ ଜମୁଛି ଅସମ୍ଭାଳ ଭିଡ଼

ଏଠାରେ କହି ରଖୁଛୁ ଯେ, ପେଟ୍ରୋଲ ଓ ଡିଜେଲ ମୂଲ୍ୟ ଭାରତରେ ପ୍ରତିଦିନ ସମୀକ୍ଷା କରାଯାଏ । ପେଟ୍ରୋଲିୟମ କମ୍ପାନୀଗୁଡିକ ପ୍ରତିଦିନ ସକାଳ ୬ଟାରେ ନୂଆ ମୂଲ୍ୟ ଜାରି କରନ୍ତି । ପେଟ୍ରୋଲ ଓ ଡିଜେଲର ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଭାଟ୍ ଓ ଡିଜେଲ କମିଶନ ଅନ୍ତର୍ଭୁକ୍ତ ଥାଏ ।