ସମ୍ବଲପୁର: ଜ୍ୟୋତି ବିହାର ବିଶ୍ଵବିଦ୍ୟାଳୟରେ ଆରମ୍ଭ ହେଲା ଛାତ୍ର ବନାମ ଛାତ୍ରର ଲଢେଇ। ଚିରାଚରିତ ଭାବେ କଂଗ୍ରେସ ସମର୍ଥକ ଛାତ୍ର ସଙ୍ଗଠନକୁ ବିରୋଧ କରିଛି ବିଜେପି ସମର୍ଥକ ଛାତ୍ର ସଙ୍ଗଠନ। ସମ୍ବଲପୁର ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଏବଂ କୁଳପତିଙ୍କ ବିରୋଧରେ ମିଥ୍ୟା ଅଭଯୋଗ ଆଣିଥିବା ନେଇ NSUI ବିରୁଦ୍ଧରେ ଆଜି AVBPର ସଦସ୍ୟମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। 


COMMERCIAL BREAK
SCROLL TO CONTINUE READING

ଗତ ୭ ତାରିଖରେ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ହୋଇଥିବା ଭଙ୍ଗାରୁଜା ଘଟଣାକୁ ବିରୋଧ କରିବା ସହ ଛାତ୍ର କଂଗ୍ରେସ (Student Congress) ର ବେଆଇନ କାର୍ଯ୍ୟକଳାପ ବିରୁଦ୍ଧରେ ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବିକ୍ଷୋଭ ପ୍ରଦର୍ଶନ କରିଛି। ବିଶ୍ଵବିଦ୍ୟାଳୟର ସୈଖିକ ବାତାବରଣକୁ ଫେରାଇଆଣିବାକୁ ବିଶ୍ଵବିଦ୍ୟାଳୟ କୁଳପତି ଏବଂ ବିଶ୍ଵବିଦ୍ୟାଳୟ ପ୍ରଶାସନ ଯାହାବି ପଦକ୍ଷେପ ନେଇଛନ୍ତି ତାହାକୁ ଛାତ୍ରଛାତ୍ରୀ ଏବଂ AVBP ସ୍ବାଗତ ଜଣାଇଛି। ଏହା ସହ NSUI କର୍ମୀଙ୍କ ବିରୁଦ୍ଧରେ ଦୃଢ଼ରୁ ଦୃଢ଼ କାଯ୍ୟାନୁଷ୍ଠାନ ଓ ଯାହାବି ଭଙ୍ଗାରୁଜା କରିଛନ୍ତି ତାର କ୍ଷତିପୂରଣ ଦେବାକୁ ସେମାନେ ଦାବି କରିଛନ୍ତି। 


Also Read: ସମ୍ବଲପୁର ବିଶ୍ୱବିଦ୍ୟାଳୟ ଭଙ୍ଗାରୁଜା ଘଟଣା: ଗୋଟିଏ ବସ ସହ ୨୫ ଅଟକ


 


ଆଗାମୀ ଦିନରେ ଯଦି ବିଶ୍ଵବିଦ୍ୟାଳୟ (Sambalpur University) କୁଳପତି ଏବଂ ବିଶ୍ଵବିଦ୍ୟାଳୟ ପ୍ରଶାସନ ବିରୁଦ୍ଧରେ NSUIର କର୍ମୀମାନେ କ୍ଷତି କରିବାକୁ ଚେଷ୍ଟା କରନ୍ତି ଏହାକୁ ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀ କେବେବି ଚୁପ ରହିବେ ନାହିଁ। ପରବର୍ତ୍ତୀ ସମୟରେ ତାହାର କଡ଼ା ଜବାବ ଦିଆଯିବ ବୋଲି ଛାତ୍ରଛାତ୍ରୀମାନେ କହିଥିଲେ। AVBPର ବିକ୍ଷୋଭର ନେତୃତ୍ୱ ଏମପି ଜ୍ୟୋତିପ୍ରକାଶ, ପ୍ରତ୍ୟୁଷ ମହାନ୍ତି, ହିମାଂଶୁ ଶେଖର, ଅନିଲ ସାହା, ସଚ୍ଚିଦାନନ୍ଦ, ଶୁଭମ୍, ଦେବାଶିଷ ନେଇଥିଲେ ।