ସମ୍ବଲପୁର ବିଶ୍ୱବିଦ୍ୟାଳୟ ଭଙ୍ଗାରୁଜା ଘଟଣା: ଗୋଟିଏ ବସ ସହ ୨୫ ଅଟକ
Advertisement

ସମ୍ବଲପୁର ବିଶ୍ୱବିଦ୍ୟାଳୟ ଭଙ୍ଗାରୁଜା ଘଟଣା: ଗୋଟିଏ ବସ ସହ ୨୫ ଅଟକ

ଗତକାଲି ବରଗଡ଼ ଅଞ୍ଚଳର ପ୍ରାୟ ୨୦୦ NSUI କର୍ମୀ ଏବଂ ବରଗଡ଼ ଜିଲ୍ଲା କଂଗ୍ରେସ କର୍ମୀଙ୍କ ସହ ଛତ୍ରଛାତ୍ରୀମାନେ ଆସି ଅଫଳାଇନ ପରୀକ୍ଷାକୁ ବିରୋଧ କରିଉତେଜନା ସୃଷ୍ଟି କରିଥିଲେ। ବିଶ୍ୱବିଦ୍ୟାଳୟର ଥାର୍ଡ ସେମିଷ୍ଟରର ଅଫଳାଇନରେ ପରୀକ୍ଷା ନ କରି ଅନଲାଇନରେ ପରୀକ୍ଷା କରିବାକୁ ଦାବିପତ୍ର ଦେଇଥିଲେ ।

ଫାଇଲ ଫଟୋ

ସମ୍ବଲପୁର: ଜ୍ୟୋତି ବିହାର ବିଶ୍ୱବିଦ୍ୟାଳୟ ଭଙ୍ଗାରୁଜା ଘଟଣାରେ ଗୋଟିଏ ବସ ସହ ୨୫ ଜଣଙ୍କୁ ପୋଲିସ ଅଟକ ରଖିଛି। ଗତକାଲି ବରଗଡ଼ ଅଞ୍ଚଳର ପ୍ରାୟ ୨୦୦ NSUI କର୍ମୀ ଏବଂ ବରଗଡ଼ ଜିଲ୍ଲା କଂଗ୍ରେସ କର୍ମୀଙ୍କ ସହ ଛତ୍ରଛାତ୍ରୀମାନେ ଆସି ଅଫଳାଇନ ପରୀକ୍ଷାକୁ ବିରୋଧ କରିଉତେଜନା ସୃଷ୍ଟି କରିଥିଲେ। ବିଶ୍ୱବିଦ୍ୟାଳୟର ଥାର୍ଡ ସେମିଷ୍ଟରର ଅଫଳାଇନରେ ପରୀକ୍ଷା ନ କରି ଅନଲାଇନରେ ପରୀକ୍ଷା କରିବାକୁ ଦାବିପତ୍ର ଦେଇଥିଲେ । 

ଛାତ୍ରଛାତ୍ରୀ ଓ କଂଗ୍ରେସ ସମର୍ଥକମାନେ ଅଫଲାଇନ ପରୀକ୍ଷା (Offline Exam) କୁ ବିରୋଧ କରି ଆଗୁଆ କୌଣସି ସୂଚନା ନ ଦେଇ ସମ୍ବଲପୁର ବିଶ୍ୱବିଦ୍ୟାଳୟ (Sambalpur University) ଭିତରକୁ ପଶି ଆସବାବପତ୍ର ଭଙ୍ଗାରୁଜା ଆରମ୍ଭ କରି ଦେଇଥିଲେ। ବିଶ୍ୱବିଦ୍ୟାଳୟର VC ସଂଜୀବ ମିତ୍ତଳ ତୁରନ୍ତ ପୋଲିସର ସହାୟତା ଲୋଡିଥିଲେ। ପୋଲିସ (Sambalpur police) ପହଂଚି ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ମୃଦୁ ଲାଠିଚାଳନା (Lathi Charge) କରିଥିଲା। 

Also Read: ଲାଖ ଚାଷୀଙ୍କ ଲକ୍ଷେ ଦୁଃଖ

ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିବାରୁ ପୋଲିସ ଓ ଛାତ୍ରଛାତ୍ରୀମାନେ କିଛିକାଂଶରେ ଆହତ ହୋଇଥିଲେ। ଘଟଣାସ୍ଥଳରେ ରହିଥିବା ଗୋଟିଏ ବସକୁ ମଧ୍ୟ ପୋଲିସ ଜବତ କରିଥିଲା। ବର୍ତ୍ତମାନ ସ୍ଥିତିରେ ଏସପି ବାତୁଲା ଗଙ୍ଗାଧର (Batula Gangadhar) ଙ୍କ ସୂଚନା ଅନୁଯାୟୀ, ବିଶ୍ୱବିଦ୍ୟାଳୟ ହିଂସାରେ ସମ୍ପୃକ୍ତ ୨୫ ଜଣଙ୍କୁ ଅଟକ ରଖାଯାଇ ମାମଲାର ତଦନ୍ତ କରାଯାଉଛି। ଯେଉଁମାନେ ଦୋଷୀ ସାବ୍ୟସ୍ତ ହେବେ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।