କଟକ: ଜିଲ୍ଲାର ନରସିଂହପୁର ସାତକୋଶିଆ ଇକୋ ରିଟ୍ରିଟରେ ଅଘଟଣ। ଆଜି ସକାଳ ପ୍ରାୟ ୫ଟା ବେଳେ ପର୍ଯ୍ୟଟକ ରହୁଥିବା ଟେଣ୍ଟରେ ନିଆଁ ଲାଗିଛି। ନିଆଁକୁ ଆୟତ କରାଯାଇଥିବା ବେଳେ କୌଣସି ଲୋକ ହତାହତ ହୋଇନାହାନ୍ତି। 


COMMERCIAL BREAK
SCROLL TO CONTINUE READING

ମିଳିଥିବା ସୂଚନା ଅନୁସାରେ, ଆଜି ସକାଳ ପ୍ରାୟ ୫ଟା ବେଳେ ସାତକୋଶିଆ (Satkosia)ଇକୋ ରିଟେଟର ଟେଣ୍ଟରେ ନିଆଁ ଲାଗିଛି। ଏଥିରେ ୩ଟି କଟେଜ (Cottage) ପୋଡିଯାଇଛି। ତେବେ ସେଠାରେ ରହୁଥିବା ପର୍ଯ୍ୟଟକ (Tourist) ମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ନରସିଂହପୁର ଦମକଳବାହିନୀ ଦ୍ବାରା ନିଆଁକୁ ଆୟତ କରାଯାଇଛି। ତେବେ ବର୍ତ୍ତମାନ ସୁଦ୍ଧା  ନିଆଁ (Fire broke out) ଲାଗିବାର କାରଣ ଅସ୍ପଷ୍ଟ ରହିଛି।  



Also Read: ହସ୍ପିଟାଲରେ ରୋଗୀ ମୁଣ୍ଡ ଉପରେ ମୃତ୍ୟୁ!


ସେପଟେ ରାଜନଗର-ଭିତରକନିକା Eco Retreat ଅବଧିକୁ ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ ଵୃଦ୍ଧି କରାଯାଇଛି। ଆଜି ଏହି ଇକୋ ରିଟ୍ରିଟ ଶେଷ ହେବାର ଥିଲା। ୩ ମାସ ପୂରଣ ହୋଇନଥିବାରୁ ସମୟ ବୃଦ୍ଧି କରାଯାଇଥିବା କତ୍ତୃପକ୍ଷ କହିଛନ୍ତି। ଡିସେମ୍ବର ୯ ତାରିଖରେ ଭିତରକନିକା (Bhitarakanika) ରେ ଇକୋ ରିଟ୍ରିଟ୍ ଆରମ୍ଭ ହୋଇଥିଲା।