Top 10 News Today: BJPକୁ ବିପୁଳ ସଫଳତା, ପଢନ୍ତୁ ଅନ୍ୟାନ୍ୟ ଖବର
Advertisement
Article Detail0/zeeodisha/odisha2279329

Top 10 News Today: BJPକୁ ବିପୁଳ ସଫଳତା, ପଢନ୍ତୁ ଅନ୍ୟାନ୍ୟ ଖବର

Top 10 News Today: ବିଜେପିକୁ ରାଜ୍ୟରେ ଅଭୁତ ପୂର୍ବ ସଫଳତା.... ପଢନ୍ତୁ ୧୦ଟି ବଡ଼ ଖବର

Top 10 News Today: BJPକୁ ବିପୁଳ ସଫଳତା, ପଢନ୍ତୁ ଅନ୍ୟାନ୍ୟ ଖବର

Top 10 News Today

01- ରାଜ୍ୟରେ ବିଜେପିକୁ ଚଳିତଥର ବିପୁଳ ସଫଳତା ମିଳିଛି । ଅଧିଂକାଶ ଆସନରେ ବିଜେପି ଜିତିବା ସହ ରାଜ୍ୟ ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ୭୮ଟି ଆସନରେ ବିଜେପି ଆଗୁଆ ରହିଥିବା ସମୟରେ ବିଜେଡି ୪୭ ଏବଂ କଂଗ୍ରେସ ୧୪ଟି ଆସନରେ ଆଗୁଆ ରହିଛି ।

02- ବିଜୟୀ ତାଲିକାରେ ପ୍ରଥମେ ସାମିଲ୍‍ ହୋଇଛନ୍ତି ରଘୁନାଥ ପାଲ୍ଲିରୁ ବିଜେପି ପ୍ରାର୍ଥୀ ଦୁର୍ଗାଚରଣ ତନ୍ତୀ ଏବଂ ଦଶପଲ୍ଲାରୁ ବିଜେଡି ପ୍ରାର୍ଥୀ ରମେଶଚନ୍ଦ୍ର ବେହେରା। ରମେଶ ଚନ୍ଦ୍ର ବେହେରା ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ରାଘବ ମଲ୍ଲିକଙ୍କୁ ୬୩୫୨ ଭୋଟରେ ପରାସ୍ତ କରିଛନ୍ତି। ରମେଶ ୬୧ହଜାର ୮୬୬ ଭୋଟ ପାଇଥିବା ବେଳେ ରାଘବ ୫୫ ହଜାର ୫୧୪ ଭୋଟ ପାଇଛନ୍ତି। ସମୁଦାୟ ୧୮ଟି ରାଉଣ୍ଡରେ ଗଣତି ଶେଷ ହୋଇଥିବା ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି। 

03- ବିଧାନସଭା ଆସନ ନିର୍ବାଚନରେ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଏକ ବଡ଼ ବିଜୟ ହାସଲ କରିଛନ୍ତି । ସେ ଦୀପାଳି ଦାସଙ୍କୁ ୧୩୨୨ ଭୋଟରେ ପରାସ୍ତ କରିବାରେ ସକ୍ଷମ ହୋଇଛନ୍ତି । ତେବେ ଦୀପାଳି ଦାସଙ୍କ ହାରିବା ସହ ବିଜେଡିକୁ ଏକ ଶକ୍ତ ଧକ୍କା ଲାଗିଛି । କାରଣ ତାଙ୍କ ପିତା ସ୍ୱର୍ଗତଃ ନବଦାସଙ୍କ ହତ୍ୟା ଘଟଣା ପରେ ହୋଇଥିବା ଉପନିର୍ବାଚନରେ ଦୀପାଳିଙ୍କୁ ଟିକଟ୍ ମିଳିଥିଲା । ସେ ନିର୍ବାଚନ ଲଢି ଜିତିବାରେ ସକ୍ଷମ ହୋଇଥିଲେ ।

04- ଜମ୍ମୁ କାଶ୍ମୀରରେ ଏକ ବଡ଼ ଧରଣର ଓଲଟଫେର ଦେଖିବାକୁ ମିଳିଛି। ଓଠାରେ ଦଶନ୍ଧି ଧରି ପ୍ରଭାବଶାଳୀ ଥିବା ଉଭୟ ପ୍ରମୁଖ ଦଳର ମୁଖ୍ୟ ନିର୍ବାଚନ ହାରି ଯାଉଛନ୍ତି। ‘ଜମ୍ମୁ କାଶ୍ମୀର ଜାତୀୟ ସମ୍ମିଳନୀ’ (ଜେକେଏନ୍ଏଫ୍) ର ଉପାଧ୍ୟକ୍ଷ ଓମର ଅବଦୁଲ୍ଲା ଓ ‘ଜାମ୍ମୁ କାଶ୍ମୀର ପିପୁଲ୍ସ ଡେମୋକ୍ରାଟ୍ ପାର୍ଟି’ (ଜେକେପିଡିପି) ନିଜ ନିଜ ଆସନରୁ ନିର୍ବାଚନରେ ​​ହାରିଯାଇଛନ୍ତି। ୨୦୨୪ ଲୋକସଭା ନିର୍ବାଚନରେ ​​ବାରାମୁଲ୍ଲାରୁ ଓମର ଅବଦୁଲ୍ଲା ଓ ଅନନ୍ତନାଗ-ରାଜୌରୀରୁ ମେହବୁବା ମୁଫତିଙ୍କ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। ଜମ୍ମୁ କାଶ୍ମୀରରେ ବିଜେପି ୨ଟି ଆସନ, ଜେକେଏନଏଫ ୨ଟି ଓ ସ୍ୱାଧୀନ ପ୍ରାର୍ଥୀ ଗୋଟିଏ ଆସନ ଜିତି ନେଇଛି।

05- କେନ୍ଦ୍ରାପଡ଼ା ବିଧାନସଭା ଆସନରେ ବିଜେଡି ବିଜୟୀ ହୋଇଛି । ବିଜେଡି ପ୍ରାର୍ଥୀ ଗଣେଶ୍ବର ବେହେରା ବିଜେପି ପ୍ରାର୍ଥୀ ଗୀତାଞ୍ଜଳି ସେଠୀଙ୍କୁ ହରାଇ ବିଜୟୀ ହୋଇଛନ୍ତି । ସେହିପରି ଡାବୁଗାଁ ବିଧାନସଭା ଆସନରେ ବିଜେଡି ବିଜୟୀ ହୋଇଛି । କଂଗ୍ରେସର ଲିପିକା ମାଝିଙ୍କୁ ହରାଇ ମନୋହର ରନ୍ଧାରୀ ବିଜୟଲାଭ କରିଛନ୍ତି । ରାଉରକେଲା ବିଧାନସଭାରେ ବିଜେଡି ପ୍ରାର୍ଥୀ ସାରଦା ନାୟକ ବିଜୟଲାଭ କରିଛନ୍ତି । ବିଜେପିର ଦିଲୀପ ରାୟଙ୍କୁ ହରାଇବାରେ ସଫଳ ହୋଇଛନ୍ତି ସାରଦା ।

06- ଖଡ଼ିଆଳ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ଅଧିରାଜ ପାଣିଗ୍ରାହୀ ବିଜୟୀ ହୋଇଛନ୍ତି । ବିଜେପିର ହିତେଶ ବଗର୍ତ୍ତୀଙ୍କୁ ହରାଇଲେ ଅଧିରାଜ । ସେହିପରି ବରୀ ବିଧାନସଭାରେ ବିଜେଡି ପ୍ରାର୍ଥୀ ବିଶ୍ୱରଂଜନ ମଲ୍ଲିକ ବିଜୟ ଲାଭ କରିଛନ୍ତି । ବିଂଝାରପୁର ବିଧାନସଭା ଆସନ ବିଜେଡି ହାତକୁ ଆସିଛି । ବିଜେପିର ବବିତା ମଲ୍ଲିକଙ୍କୁ ହରାଇ ବିଜୟଲାଭ କରିଛନ୍ତି ପ୍ରମିଳା ମଲ୍ଲିକ ।

07- -ବୌଦ୍ଧ ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ ସରୋଜ ପ୍ରଧାନ ବିଜୟୀ ହୋଇଛନ୍ତି । ବିଜେଡିର ପ୍ରଦୀପ ଅମାତଙ୍କୁ ହରାଇଛନ୍ତି ପ୍ରଦୀପ । ଟିଟିଲାଗଡ଼ ବିଧାନସଭାରେ ବିଜେପି ବିଜୟୀ ହୋଇଛି । ପ୍ରାର୍ଥୀ ନବୀନ ଜୈନ ବିଜେଡିର ଟୁକୁନି ସାହୁଙ୍କୁ ହରାଇଛନ୍ତି ।

08- ଘସିପୁରା ବିଧାନସଭାରେ ଜିତିଲା ବିଜେଡି । ପ୍ରାର୍ଥୀ ବଦ୍ରି ନାରାୟଣ ପାତ୍ର ସ୍ବାଧୀନ ପ୍ରାର୍ଥୀ ସୌମ୍ୟ ପଟ୍ଟନାୟକଙ୍କୁ ହରାଇଛନ୍ତି । ସେହିପରି ଧର୍ମଗଡ଼ ବିଧାନସଭାରେ ବିଜେପି ବିଜୟୀ ହୋଇଛି । ବିଜେପିର ସୁଧିର ପାଟ୍ଟଯୋଶୀ ବିଜେଡିର ପୁଷ୍ପେନ୍ଦ୍ର ସିଂହଦେଓଙ୍କୁ ହରାଇଛନ୍ତି ।

09- ଓଲିଉଡ ଷ୍ଟାରମାନଙ୍କ ମଧ୍ୟରେ କୋରେଇ ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ ଆକାଶ ଦାସନାୟକ, ଦିଗପହଣ୍ଡିରେ ବିଜେପି ପ୍ରାର୍ଥୀ ସିଦ୍ଧାନ୍ତ ମହାପାତ୍ର ଆଗୁଆ ଅଛନ୍ତି । ଅନ୍ୟପଟେ ବଡ଼ଚଣାରେ ବିଜେଡିର ବର୍ଷା ପ୍ରିୟଦର୍ଶନୀ ନୈରାଶ୍ୟଜନକ ଫଳ ପାଇଛନ୍ତି । ବଲାଙ୍ଗିରରେ କଂଗ୍ରେସ ଲୋକସଭା ପ୍ରାର୍ଥୀ ମନୋଜ ମିଶ୍ର ମଧ୍ୟ ପଛରେ ଅଛନ୍ତି ।

10- ଭାରତୀୟ ବାୟୁସେନାର ଏକ ସୁଖୋଇ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ମହାରାଷ୍ଟ୍ରର ନାଶିକରେ ଏହି ଦୁର୍ଘଟଣା ଘଟିଛି। ନାଶିକ୍ ରେଞ୍ଜ୍ ସ୍ପେଶାଲ୍ ଇନ୍ସପେକ୍ଟର ଜେନେରାଲ୍ ଡି ଆର କରାଲେ କହିଛନ୍ତି ଯେ, ସୁଖୋଇ ସୁ -30(Su-30MKI )ଏମକେ ବିମାନର ପାଇଲଟ୍ ତଥା ସହ-ପାଇଲଟ୍ ସୁରକ୍ଷିତ ଭାବେ ବାହାରକୁ ବାହାରିଛନ୍ତି। ବିମାନଟି ଶିରସଗାଓଁ ଗାଁ ନିକଟ ଏକ କ୍ଷେତରେ ଖସିପଡି ଥିବା ଜଣାପଡି଼ଛି।