ନୂଆଦିଲ୍ଲୀ: ରାଜ୍ୟରେ ବର୍ତ୍ତମାନ ଦୁଇଟି ପ୍ରସଙ୍ଗ ବେଶ ଚର୍ଚ୍ଚାରେ ରହିଛି । ଗୋଟିଏ ପରୀ (Pari Death Case) ପ୍ରସଙ୍ଗ ଓ ଅନ୍ୟଟି କୁବେର ପ୍ରଶାସକ ଅଭୟକାନ୍ତ ପାଠକ (Abhayakanta Pathak)। ଯଦିଓ ପରୀ ପ୍ରସଙ୍ଗରେ ଚର୍ଚ୍ଚା ଖବରରୁ ଧୀରେଧୀରେ ଦୁରେଇବାରେ ଲାଗିଛି । କିନ୍ତୁ ଅଭୟକାନ୍ତଙ୍କ ପ୍ରସଙ୍ଗଟି ଏବେ ବି ଚର୍ଚ୍ଚାରେ ରହିଛି । ନିଜର ଚାକିରି କାଳ ମଧ୍ୟରେ କୋଟି କୋଟି ଟଙ୍କା ହଡ଼ପ ଘଟଣାରେ ଛନ୍ଦି ହୋଇ ପଡ଼ିଛନ୍ତି ଅଭୟକାନ୍ତ ପାଠକ । ତାଙ୍କ ବିରୋଧରେ ଅର୍ଥ ହେରଫେର, ଠକେଇ ଆଦି ମାମଲା ରୁଜୁ ହୋଇଛି । କେବଳ ଏତିକି ନୁହେଁ, ତାଙ୍କ ପୁଅ ଆକାଶ ପାଠକଙ୍କ (Aakash Pathak) ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଛି । 


COMMERCIAL BREAK
SCROLL TO CONTINUE READING

ତେବେ ଏହି ଅଣଓଡ଼ିଆ ଅଫିସରଙ୍କ ଏହି କାରନାମା ସାମ୍ନାକୁ ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ଭିଜିଲାନ୍ସ ତାଙ୍କ ଘର ଉପରେ ଚଢାଉ କରିଥିଲା । ଆଳୁ ଖୋଳୁ ଖୋଲୁ ମହାଦେବ ବାହାରିବା ଭଳି କେବଳ ଓଡ଼ିଶା ନୁହେଁ, ଓଡ଼ିଶା (Odisha) ସମେତ ମହାରାଷ୍ଟ୍ରର (Maharastra) ଦୁଇଟି ସ୍ଥାନ, ବିହାର (Bihar), ରାଜସ୍ଥାନ (Rajasthan) ଭଳି ରାଜ୍ୟରେ ଛାପାମାରି କରିଥିଲା ।ଏହି ଚଢାଉରେ ଭିଜିଲାନ୍ସର (Vigilance) ପ୍ରାୟ ୧୫୦ରୁ ଊର୍ଦ୍ଧ୍ୱ ଅଧିକାରୀ ଚଢାଉରେ ସାମିଲ ହୋଇଥିଲେ । 


ଅଧିକ ପଢନ୍ତୁ: କୋରୋନା ଭ୍ୟାକ୍ସିନକୁ ନେଇ ବ୍ରିଟେନ ପରେ ଋଷରୁ ଆସିଲା ବହୁତ ବଡ଼ ଖୁସି ଖବର


ବିଭିନ୍ନ ସୂତ୍ରରୁ ସୂଚନା ପାଇ ଭିଜିଲାନ୍ସ ପ୍ରଥମେ ଭୁବନେଶ୍ୱର (Bhubaneswar) ବାସଭବନରେ ଚଢାଉ କରିବା ପରେ କୋଟି କୋଟି ନଗଦ ଅର୍ଥରାଶି, ସମ୍ପତ୍ତି, ଗାଡ଼ି ଘୋଡ଼ା, ବିଳାସମୟ ଜୀବନର ଦୈନିକ ବ୍ୟୟବହୁଳ ସାମଗ୍ରୀ ସମ୍ପର୍କରେ ସୂଚନା ପାଇଥିଲା । ଯାହାକୁ ଦେଖି ଭିଜିଲାନ୍ସ ମଧ୍ୟ ବେଶ ତାଜୁବ ହୋଇ ପଡ଼ିଥିଲା । ଚାକିରିର ଅନ୍ତିମ ସମୟରେ ସରକାର ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି । ତାହା ବିଭିନ୍ନ ମହଲରେ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ଚର୍ଚ୍ଚା ହେଉଛି । କିନ୍ତୁ ସମାନ୍ତରାଳ ଭାବେ ସରକାର ଏହି ପଦକ୍ଷେପ ପୂର୍ବରୁ କାହିଁକି ନେଲେ ନାହିଁ ବୋଲି ଏକ ପ୍ରଶ୍ନ ଚର୍ଚ୍ଚାର ପରିଧି ମଧ୍ୟକୁ ଧସେଇ ପଶିଛି । 


୧୯୮୭ ବ୍ୟାଚର ଅଧିକାରୀ ହେଉଛନ୍ତି ଅଭୟକାନ୍ତ ପାଠକ (Abhayakanta Pathak) । ଓଡ଼ିଶା କ୍ୟାଡରର ଏହି ଅଧିକାରୀ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟ କରି ସାରିଛନ୍ତି । କାର୍ଯ୍ୟକାଳ ଦେଖିଲେ ମାତ୍ର ୩୩ ବର୍ଷ । ୩୩ ବର୍ଷରେ ଅମାପ ସମ୍ପତ୍ତିର ଅଧିକାରୀ । କେବଳ ପାଠକ ନୁହେଁ, ପାଠକଙ୍କ ପୁଅ ଆକାଶ ମଧ୍ୟ ଠକେଇରେ ସାମିଲ ରହିଛନ୍ତି । ଟାଟା ମୋଟର୍ସର (Tata Motors) ଅଧିକାରୀ ଭାବେ ନିଜର ପରିଚୟ ଦେଇ ସେ ବିଭିନ୍ନ ସମୟରେ ଓଡ଼ିଶାର ଯୁବକ ଯୁବତୀଙ୍କୁ ଚାକିରି ପ୍ରଲୋଭନ ଦେଖାଇ ଠକିଥିବା ଅଭିଯୋଗ ମଧ୍ୟ ଆସିଛି । 


ଅଧିକ ପଢନ୍ତୁ: କୋରୋନା ଟିକାର ୧.୬ ବିଲିୟନ ଡୋଜ ଭାରତର, ଜାଣନ୍ତୁ କେଉଁ ଦେଶ କେଉଁଠୁ କିଣୁଛି ଭ୍ୟାକ୍ସିନ


ମାତ୍ର ୩୩ ବର୍ଷ ବୟସ। ଏତିକି ଖୁବ କମ ସମୟ ମଧ୍ୟରେ ସେ କୋଟି କୋଟି ଟଙ୍କା ଆୟ କରିଛନ୍ତି । କେବଳ ଏତିକି ନୁହେଁ, ଲକ୍ଷେ ଟଙ୍କିଆ କୁକୁର ମଧ୍ୟ ପୋଷିଥିଲେ । ସୌଖିନ ଜୀବନ ପାଇଁ ଦାମୀ ବିଳାସମୟ ଗାଡ଼ି ଚଢିବା, ଦୈନନ୍ଦିନ ବ୍ୟବହାର ହେଉଥିବା ସାମଗ୍ରୀ ମଧ୍ୟ ମହଙ୍ଗା ରହିଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି । ଆହୁରି ମଧ୍ୟ ଅଭିଯୋଗ ଆସିଛି ଯେ, ସରକାରଙ୍କ ଅଧିନରେ ବନୀକରଣ ଯୋଜନାରୁ ଏହି କୁବେର ବାବୁ ଜଣକ କୋଟି କୋଟି ଟଙ୍କା ହରିଲୁଟ କରିଥିଲେ । ଏହି ଅର୍ଥରାଶିକୁ ହରିଲୁଟ କରି କୋଟି କୋଟି ଟଙ୍କାର ଆୟ ବଢାଇଛନ୍ତି । 


ତେବେ ଏହି ୩୩ ବର୍ଷ ମଧ୍ୟରେ ସରକାର କିଭଳି ଭାବେ ଏହି କୁବେର ବାବୁଙ୍କ କାର୍ଯ୍ୟକଳାପ ସମ୍ପର୍କରେ ଜାଣି ପାରିଲେ ନାହିଁ, ତାହା ଉପରେ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି । ସରକାର ଦୁର୍ନିତୀମୁକ୍ତ ଶାସନ କରିବା ପାଇଁ ବିଭିନ୍ନ ସମୟରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ସେ ଶାସକ ଦଳର ସଦସ୍ୟ ହୁଅନ୍ତୁ ଅବା କୌଣସି ପ୍ରଶାସକ । ଶାସକ ଦଳର ଅନେକ ସଦସ୍ୟଙ୍କୁ ଏଭଳି କାର୍ଯ୍ୟ ପାଇଁ ନିଲମ୍ବନ କରିଛନ୍ତି । ଏପରିକି ପ୍ରଶାସକ ହୋଇଥିଲେ ମଧ୍ୟ ଅନେକ ସମୟରେ କାର୍ଯ୍ୟରୁ ନିଲମ୍ବନ କରିଥିବାର ଦୃଷ୍ଟାନ୍ତ ରହିଛି। ଉଦାହରଣ ଭାବେ ନିକଟରେ କଟକ ହାଜତ ମୃତ୍ୟୁ ଘଟଣାରେ ଡିସିପିଙ୍କୁ ୪୮ ଘଣ୍ଟା ମଧ୍ୟରେ ବଦଳି କରିଥିବା ବେଳେ ମାଲକାନଗିରି ଜିଲ୍ଲାପାଳଙ୍କ ବିରୋଧିରେ ହତ୍ୟା ଅଭିଯୋଗ ଆସିବା କ୍ଷଣି ହିଁ ତାଙ୍କର ବଦଳି ଘଟଣାକୁ ନିଆଯାଇପାରେ । 


ଅଧିକ ପଢନ୍ତୁ: କେନ୍ଦ୍ରୀୟ କର୍ମଚାରୀଙ୍କୁ ଖୁବ୍ ଶୀଘ୍ର ବଡ଼ ଖୁସି ଖବର ଦେବେ ମୋଦି ସରକାର


କିନ୍ତୁ ଏହି ୩୩ ବର୍ଷରେ ଥରୁଟିଏ ମଧ୍ୟ ଏହି ବାବୁଙ୍କ ଟେର ପାଇନାହାନ୍ତି ସରକାର । ଯାହା ସରକାରଙ୍କ କାର୍ଯ୍ୟଶୈଳୀ ଉପରେ ମଧ୍ୟ ଏକ ପ୍ରଶ୍ନ ସୃଷ୍ଟି ହୋଇଛି । କାର୍ଯ୍ୟଶୈଳୀରେ ଟ୍ରାନପରେନ୍ସି ଆଣିବା ପାଇଁ ୫ଟି ଭଳି ଯୋଜନା ମଧ୍ୟ କରିଛନ୍ତି । ସେପଟେ ରାଜନୈତିକ ମହଲରେ ଆହୁରି ମଧ୍ୟ ଚର୍ଚ୍ଚା ହେଉଛି ଯେ, କୁଆଡ଼େ ଏହି ବାବୁଙ୍କର ଶାସକ ଦଳ ସହିତ ଭିତିରିଆ ଭଲ ସମ୍ପର୍କ ରହିଥିଲା । ଯେଉଁଥିପାଇଁ ସରକାରଙ୍କ କୋପ ଦୃଷ୍ଟିରୁ ଏହି ବାବୁ ଜଣକ ରକ୍ଷା ପାଇଥିଲେ । 


ଏହି ଚର୍ଚ୍ଚାର ବାସ୍ତବତା କେତେ ତାହା ଭବିଷ୍ୟତ କହିବ । କିନ୍ତୁ ଏହି ଚର୍ଚ୍ଚାକୁ ଯଦି ଆଧାର କରାଯାଏ ତେବେ ବର୍ତ୍ତମାନ ସରକାର ଏହି ବାବୁଙ୍କ ଉପରେ କାହିଁକି କୋପ ଦୃଷ୍ଟି ପକାଇଲେ ତାହା ମଧ୍ୟ ଏକ ପ୍ରଶ୍ନ ସୃଷ୍ଟି କରିଛି । ସରକାର ଦୁର୍ନିତୀକୁ ପ୍ରଶୟ ଦେଉନଥିବା ବେଳେ ଏତେବଡ଼ ଦୁର୍ନିତୀ କିପରି ହେଲା ତାହା ତଦନ୍ତ ସାପେକ୍ଷ । ତଦନ୍ତ ପାଇଁ ବର୍ତ୍ତମାନ ସ୍ଥିତିରେ ଭିଜିଲାନ୍ସ,, କ୍ରାଇମବ୍ରାଞ୍ଚ ଭଳି ପ୍ରମୁଖ ତଦନ୍ତକାରୀ ସଂସ୍ଥା ଚଳାଇଛନ୍ତି। 


ସେପଟେ ଅର୍ଥ ନେଣଦେଣକୁ ଆଧାର କରି ଗତକାଲି ସନ୍ଧ୍ୟାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ କରିଛି  କ୍ରାଇମବ୍ରାଞ୍ଚ । ତାଙ୍କ ଆକାଉଣ୍ଟକୁ ଅର୍ଥ ଆସିଥିବା ନେଇ ତଦନ୍ତ ସମୟରେ ଜଣାପଡ଼ିବା ପରେ ତାଙ୍କୁ କ୍ରାଇମବ୍ରାଞ୍ଚ ଅଧିକାରୀ ଜେରା ଓ ପରେ ଗିରଫ କରିଥିଲେ । ସେପଟେ ତାଙ୍କ ଭାଇ ଦିଲ୍ଲୀପ ପାଣିଗ୍ରାହୀଙ୍କ ଉପରେ ମଧ୍ୟ ନଜର ରଖିଥିବା ଜଣାପଡ଼ିଛି ।