କୋରୋନା ଭ୍ୟାକ୍ସିନକୁ ନେଇ ବ୍ରିଟେନ ପରେ ଋଷରୁ ଆସିଲା ବହୁତ ବଡ଼ ଖୁସି ଖବର
Advertisement
Article Detail0/zeeodisha/odisha798532

କୋରୋନା ଭ୍ୟାକ୍ସିନକୁ ନେଇ ବ୍ରିଟେନ ପରେ ଋଷରୁ ଆସିଲା ବହୁତ ବଡ଼ ଖୁସି ଖବର

ବ୍ରିଟେନ ଫାଇଜର-ବାୟୋଏନଟେକ କୋଭିଡ-19 ଟିକା (Pfizer-BioNotech COVID-19 Vaccine) କୁ ମଧ୍ୟ ଅନୁମୋଦନ କରିଛି  । ବ୍ରିଟେନର ଡ୍ରଗ୍ ଆଣ୍ଡ ହେଲଥ୍ ପ୍ରଡକ୍ଟ ରେଗୁଲେଟୋରୀ ଏଜେନ୍ସି (MHRA) ସୁରକ୍ଷିତ ଥିବା ଜଣାପଡିବା ପରେ ଏହି ଟିକାକୁ ଅନୁମୋଦନ କରିଛି । 

କୋରୋନା ଭ୍ୟାକ୍ସିନକୁ ନେଇ ବ୍ରିଟେନ ପରେ ଋଷରୁ ଆସିଲା ବହୁତ ବଡ଼ ଖୁସି ଖବର

ନୂଆଦିଲ୍ଲୀ: କୋରୋନା ଭୂତାଣୁ (Coronavirus) ସଙ୍କଟ ମଧ୍ୟ ଦେଇ ସମସ୍ତ ବିଶ୍ୱବାସୀ ଗତି କରୁଛନ୍ତି । ଏହି ମହାମାରୀ ବିରୁଦ୍ଧର ବିଶ୍ୱବ୍ୟାପୀ ଅଭିଯାନ ଜାରି ରହିଛି । ଏହା ମଧ୍ୟରେ ଆଉ ଏକ ଖୁସି ଖବର ଆସିଛି । ବ୍ରିଟେନ ପରେ, ବର୍ତ୍ତମାନ ଋଷରେ ମଧ୍ୟ ଆସନ୍ତା ସପ୍ତାହରୁ ସାଧାରଣ ଲୋକଙ୍କୁ କୋରୋନା ଟିକା (Coronavirus Vaccine) ଲଗାଇବା କାର୍ଯ୍ୟ ଆରମ୍ଭ କରାଯିବ । ଆସନ୍ତା ସପ୍ତାହରୁ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ (Vladimir Putin) କର୍ତ୍ତୃପକ୍ଷଙ୍କୁ କୋରୋନା ଟୀକାକରଣ (vaccination) ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପୁଟିନ ଉପମୁଖ୍ୟମନ୍ତ୍ରୀ ଟାଟିଆନା ଗୋଲିକୋଭା (Tatiana Golikova) ଙ୍କୁ କହିଛନ୍ତି ଯେ ଆପଣ ଆସନ୍ତା ସପ୍ତାହରେ ମୋତେ କୌଣସି ରିପୋର୍ଟ ଦେବେ ନାହିଁ ବରଂ ସାରା ଦେଶରେ ଟୀକାକରଣ ଆରମ୍ଭ କରିବେ । ଦୁଇ-ଦୁଇଟି କୋଭିଡ-19 ଟିକା (COVID-19 Vaccine) ପ୍ରସ୍ତୁତ କରିସାରିବା ପରେ ମଧ୍ୟ ଋଷରେ କୋରୋନା ଭୂତାଣୁ ମାମଲା କ୍ରମାଗତ ଭାବରେ ବୃଦ୍ଧି ପାଉଛି ।

ଅଧିକ ପଢ଼ନ୍ତୁ:-କେନ୍ଦ୍ରୀୟ କର୍ମଚାରୀଙ୍କୁ ଖୁବ୍ ଶୀଘ୍ର ବଡ଼ ଖୁସି ଖବର ଦେବେ ମୋଦି ସରକାର

ଅନ୍ୟପକ୍ଷରେ, ବ୍ରିଟେନ ଫାଇଜର-ବାୟୋଏନଟେକ କୋଭିଡ-19 ଟିକା (Pfizer-BioNotech COVID-19 Vaccine) କୁ ମଧ୍ୟ ଅନୁମୋଦନ କରିଛି  । ବ୍ରିଟେନର ଡ୍ରଗ୍ ଆଣ୍ଡ ହେଲଥ୍ ପ୍ରଡକ୍ଟ ରେଗୁଲେଟୋରୀ ଏଜେନ୍ସି (MHRA) ସୁରକ୍ଷିତ ଥିବା ଜଣାପଡିବା ପରେ ଏହି ଟିକାକୁ ଅନୁମୋଦନ କରିଛି । କୋରୋନା ଭୂତାଣୁ ରୋକିବା ପାଇଁ ଏହି ଟିକା ୯୫ ପ୍ରତିଶତ ପର୍ଯ୍ୟନ୍ତ ପ୍ରଭାବଶାଳୀ ବୋଲି ଦାବି କରାଯାଇଥିଲା । ଆମେରିକୀୟ ଔଷଧ କମ୍ପାନୀ Pfizer ଏବଂ ଜର୍ମାନ କମ୍ପାନୀ Bioentec ଏହି ଟିକାକୁ ଏକାଠି ବିକଶିତ କରିଛନ୍ତି । ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଏହି ଖୁସି ଖବରକୁ ସ୍ୱାଗତ କରିବା ସହ ଆସନ୍ତା ସପ୍ତାହରୁ ସାଧାରଣ ଜନତାଙ୍କ ପାଇଁ ଟିକା ଉପଲବ୍ଧ ହେବ ବୋଲି ପୃଷ୍ଟି କରିଛନ୍ତି ।

ଅଧିକ ପଢ଼ନ୍ତୁ:-କିଏ ସେ ଯୋଗିନ୍ଦର ସିଂ ଉଗ୍ରାହାନ, ଯିଏ ଚାଷୀ ଆନ୍ଦୋଳନ ମାଧ୍ୟମରେ ମୋଦି ସରକାରଙ୍କ ହଜାଇ ଦେଇଛନ୍ତି ନିଦ!

ସେପଟେ ଋଷରେ କୋରୋନା ଭୂତାଣୁ ସଂକ୍ରମିତ ଲୋକଙ୍କ ସଂଖ୍ୟା ୨୩,୪୭,୪୦୧ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ କୋରୋନା ସଂକ୍ରମଣ ହେତୁ ୨୪୫ ଜଣଙ୍କର ମୃତ୍ୟୁ ହୋଇଛି । ଏଥି ସହିତ ଦେଶରେ ଏହି ମହାମାରୀରେ ମୃତ୍ୟୁବରଣ କରିଥିବା ମୋଟ ସଂକ୍ରମିତ ଲୋକଙ୍କ ସଂଖ୍ୟା ୪୧,୦୫୩ରେ ପହଞ୍ଚିଛି । ତଥାପି, ଅନେକ ବିଶେଷଜ୍ଞ ସନ୍ଦେହ ସୃଷ୍ଟି କରିସାରିଛନ୍ତି ଯେ ଋଷ ନିଜର କୋରୋନାର ମୋଟ ମାମଲା ଲୁଚାଇ ଭୁଲ ତଥ୍ୟ ଉପସ୍ଥାପନ କରୁଛି ।