ଭୁବନେଶ୍ୱର: ବିଫଳ ହୋଇଛି ଅପରେସନ୍ ଗଜରାଜ। ମୁଣ୍ଡଳୀରେ ଫସିଥିବା ଦନ୍ତାକୁ ଉଦ୍ଧାର କରିବାକୁ ଯାଇ ଦୁଇଜଣ ପ୍ରାଣ ହରାଇଛନ୍ତି। ଅନେକ ଗୁରୁତର ଅବସ୍ଥାରେ ଏବେ ହସ୍ପିଟାଲର ICUରେ ଚିକିତ୍ସାଧିନ ଅଛନ୍ତି। ତେବେ ଯାହାର ପ୍ରାଣ ରକ୍ଷା ପାଇଁ ଏତେ ପ୍ରୟାସ କରାଯାଇଥିଲା ସେହି ଜନ୍ତୁ ଏବେ ମହାନଦୀରେ ନିଖୋଜ ହୋଇଯାଇଛି।


COMMERCIAL BREAK
SCROLL TO CONTINUE READING

ଗୁରୁବାର ମହାନଦୀରେ ହାତୀ ଉଦ୍ଧାର କରିବାକୁ ସମୟରେ ଓଡ୍ରାଫ୍ ଟିମର ବୋଟ ଦୁର୍ଘଟଣା ହୋଇଥିଲା। ବୋଟରେ  ୫ ଓଡ୍ରାଫ ଜବାନ ଓ ୨ ଜଣ ସାମ୍ବାଦିକ ନଦୀ ଭିତରକୁ ଯାଇଥିଲେ। ହାତୀ ପାଖକୁ ଯିବା ସମୟରେ ନିୟନ୍ତ୍ରଣ ହରାଇ ବୋଟ ଓଲଟି ପଡିଥିଲା। ଏହି ଦୁର୍ଘଟଣା ପରେ ସାମ୍ବାଦିକ ଅରିନ୍ଦମ ଦାସଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଯବାନ ସୀତାରାମ ମୁର୍ମୁ ନିଖୋଜ ହୋଇଥିଲେ। ଅନ୍ୟଜଣେ ସାମ୍ବଦିକଙ୍କ ସମେତ ୫ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ SCBରେ ଭର୍ତ୍ତି କରାଯାଇଛି। 


Also Read: ମହାନଦୀରେ ଭାସିଗଲେ ହାତୀପଲ


ବୋଟ ଦୁର୍ଘଟଣାର ଶିକାର ୫ ଆହତଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଛି। ୨ ଜଣ ଓଡ୍ରାଫ୍ କର୍ମଚାରୀ ଓ ସାମ୍ବାଦିକ ତଥା କ୍ୟାମେରାମ୍ୟାନ ପ୍ରଭାତ ସିହ୍ନା ଆଇସିୟୁରେ ଅଛନ୍ତି। ଅନ୍ୟ ୨ ଜଣ ଓଡ୍ରାଫ୍ କର୍ମଚାରୀ କାଜୁଆଲିଟିରେ ଭର୍ତ୍ତି କରାଯାଇଛି। ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସୁଥିବା SCBର ଡାକ୍ତର ସୂଚନା ଦେଇଛନ୍ତି। ସେପଟେ ଗତରାତିଠୁ ମହାନଦୀରେ ଫସିଥିବା ହାତୀର ପତ୍ତା ମିଳୁନାହିଁ। ଦନ୍ତାଟି ପାଣିସୁଅରେ ଭାସିଯାଇଥିବା ଆଶଙ୍କା କରାଯାଉଛି।



ସେପଟେ ମହାନଦୀରେ ଦୁଇଟି NDRF ଟିମର ସର୍ଚ୍ଚ ଅପରେସନ ଚାଲିଛି। ସର୍ଚ୍ଚ ଅପରେସନ ବେଳେ ନିଖୋଜ ଓଡ୍ରାଫ ଯବାନ ସୀତାରମଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଧବଳେଶ୍ୱର ନିକଟରେ ମୃତଦେହ ଭାସୁଥିଲା। ତେବେ କୌଣସି ରେକ୍ୟୁ ଅପରେସନ ବେଳେ ବାହରଲୋକଙ୍କୁ ସାମିଲ ନ କରିବା ନେଇ SOP ପ୍ରସ୍ତୁତ କରିବାକୁ SRC ପ୍ରଦୀପ ଜେନା, ଡିଜିପିଙ୍କୁ ଅପିଲ କରିଛନ୍ତି।