କେନ୍ଦ୍ରରେ ଓଡ଼ିଆଙ୍କ ପୁଣି ଦବଦବା, ଶ୍ରେଷ୍ଠ ୧୦ରେ ୩ ଓଡ଼ିଆ ପ୍ରଶାସକ
କେନ୍ଦ୍ରରେ ଓଡ଼ିଆଙ୍କ ଦବଦବା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। କେବଳ ଦବଦବା ନୁହେଁ, କ୍ଷମତାଶାଳୀଙ୍କ ମଧ୍ୟରେ ନିଜ ସ୍ଥାନରେ ପକ୍କା କରିବାରେ ମଧ୍ୟ ସଫଳ ହୋଇଛନ୍ତି। ନିକଟରେ ଜାତୀୟ ସ୍ତରର ପ୍ରତିଷ୍ଠିତ ପତ୍ରିକା ଇଣ୍ଡିଆ ଟୁଡେ ସର୍ଭେ ରିପୋର୍ଟରେ ଦେଶର ପ୍ରମୁଖ କ୍ଷମତାଶାଳୀ ପ୍ରଶାସକଙ୍କ ତାଲିକାରେ ୩ ଓଡ଼ିଆ ସ୍ଥାନ ପାଇଛନ୍ତି। ଯାହା ପ୍ରତିଟି ଓ
ନୂଆଦିଲ୍ଲୀ: କେନ୍ଦ୍ରରେ ଓଡ଼ିଆଙ୍କ ଦବଦବା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। କେବଳ ଦବଦବା ନୁହେଁ, କ୍ଷମତାଶାଳୀଙ୍କ ମଧ୍ୟରେ ନିଜ ସ୍ଥାନରେ ପକ୍କା କରିବାରେ ମଧ୍ୟ ସଫଳ ହୋଇଛନ୍ତି। ନିକଟରେ ଜାତୀୟ ସ୍ତରର ପ୍ରତିଷ୍ଠିତ ପତ୍ରିକା ଇଣ୍ଡିଆ ଟୁଡେ ସର୍ଭେ ରିପୋର୍ଟରେ ଦେଶର ପ୍ରମୁଖ କ୍ଷମତାଶାଳୀ ପ୍ରଶାସକଙ୍କ ତାଲିକାରେ ୩ ଓଡ଼ିଆ ସ୍ଥାନ ପାଇଛନ୍ତି। ଯାହା ପ୍ରତିଟି ଓଡ଼ିଆଙ୍କୁ ଗର୍ବିତ କରିବ।
ଅଧିକ ପଢନ୍ତୁ:କୋଭିଡ଼କୁ ନେଇ ଖୁସି ଖବର ଦେଲା ଜାତୀୟ କୋରୋନା ଅନୁଧ୍ୟାନ କମିଟି
କେନ୍ଦ୍ରରେ ମୋଦି ସରକାର କ୍ଷମତାକୁ ଆସିବା ପରେ କେନ୍ଦ୍ରରେ ଓଡ଼ିଆ ଅଫିସରଙ୍କ ପ୍ରଭାବ ବଢିବାରେ ଲାଗିଛି। ପାଓ୍ୱାର କରିଡରରେ ଓଡ଼ିଆ ଅଫିସରଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଦେଶର ପ୍ରମୁଖ ପଦପଦବୀରେ ନିଜକୁ ସ୍ଥାପିତ କରିବାରେ ସଫଳ ହୋଇଛନ୍ତି। ତେବେ ପ୍ରକାଶ ପାଇବାକୁ ଥିବା ତାଲିକାରେ ଶୀର୍ଷରେ ରହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ସଚିବ ପିକେ ମିଶ୍ର, ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଓ ସିଏଜି ଗିରୀଶ ମୁର୍ମୁ ରହିଛନ୍ତି। ତେବେ ଶ୍ରେଷ୍ଠ ଦଶ ରାଜନେତା ମଧ୍ୟରେ କୌଣସି ଓଡ଼ିଆ ନଥିବା ଜଣାପଡ଼ିଛି।
ତେବେ ପ୍ରକାଶ ପାଇବାକୁ ଥିବା ଏହି ତାଲିକାର ଶ୍ରେଷ୍ଠରେ ରହିଛନ୍ତି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ସିଡ଼ିଏସ ଜେନେରାଲ ବିପିନ ରାଉତ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ଉପଦେଷ୍ଟା ପିକେ ସିହ୍ନା, କ୍ୟାବିନେଟ ସଚିବ ରାଜୀବ ଗୌବା ପ୍ରମୁଖ ରହିଛନ୍ତି। ତେବେ ଏହି ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ପଛରେ ପକାଇ ସମ୍ବଲପୁର ମାଟିର ପୁଅ ତଥା ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ କାର୍ଯ୍ୟରତ ପ୍ରମୋଦ କୁମାର ମିଶ୍ର ଶୀର୍ଷରେ ରହିଛନ୍ତି। ପିକେ ମିଶ୍ରଙ୍କୁ ପ୍ରାଇମ ମୁଭର ଭାବେ ଆଖ୍ୟା ଦେଇଛି ଇଣ୍ଡିଆ ଟୁଡେ। ଶ୍ରୀ ମିଶ୍ର ବର୍ତ୍ତମାନ ସରକାରଙ୍କ ପ୍ରଶାସନିକ କାର୍ଯ୍ୟରେ ଅମଲା, ବିଶେଷଜ୍ଞ ଓ ରାଜନେତାଙ୍କୁ ନିଯୁକ୍ତି ଦେବାରେ ପ୍ରମୁଖ ଭୁମିକା ଗ୍ରହଣ କରୁଛନ୍ତି।
ଅଧିକ ପଢନ୍ତୁ: ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର
ସେହିପରି ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଜିତ ଡୋଭାଲ ରହିଥିବା ବେଳେ ତୃତୀୟ ସ୍ଥାନରେ ରହିଛନ୍ତି ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ଶାସନ କଳ ଚଳାଇବାରେ ଯଥେଷ୍ଟ ଅଭିଜ୍ଞତା ଶ୍ରୀ ଦାସଙ୍କ ନିକଟରେ ରହିଛି। ଅବସର ଗ୍ରହଣ କରିବା ପରେ ମୋଦି ସରକାର ତାଙ୍କୁ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଭାବେ ନିଯୁକ୍ତି ଦେଇଛନ୍ତି। ସେହିପରି ନିକଟରେ ସିଏଜି ଭାବେ ଦାୟିତ୍ୱ ନେଇଥିବା ଗିରୀଶ ମୁର୍ମୁ ତାଲିକାର ସପ୍ତମ ସ୍ଥାନରେ ରହିଛନ୍ତି।
ତାଲିକାର ଚତୁର୍ଥ ସ୍ଥାନରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ଉପଦେଷ୍ଟା ପିକେ ସିହ୍ନା ରହିଥିଲା ବେଳେ ସିଡିଏସ ଜେନେରାଲ ବିପିନ ରାଓ୍ୱତ, ଷଷ୍ଠ ସ୍ଥାନରେ କ୍ୟାବିନେଟ ସଚିବ ରାଜୀବ ଗୌବ, ଅଷ୍ଟମ ସ୍ଥାନରେ ଅର୍ଥନୈତିକ ବ୍ୟାପାର ବିଭାଗର ସଚିବ ତରୁଣ ବଜାଜ, ନବମ ସ୍ଥାନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ସଞ୍ଜୟ କୁମାର ମିଶ୍ର ଓ ଦଶମ ସ୍ଥାନରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଅମିତ ଖାରେ ରହିଛନ୍ତି।