କୋଭିଡ଼କୁ ନେଇ ଖୁସି ଖବର ଦେଲା ଜାତୀୟ କୋରୋନା ଅନୁଧ୍ୟାନ କମିଟି
Advertisement
Article Detail0/zeeodisha/odisha768784

କୋଭିଡ଼କୁ ନେଇ ଖୁସି ଖବର ଦେଲା ଜାତୀୟ କୋରୋନା ଅନୁଧ୍ୟାନ କମିଟି

ଭାରତରେ କୋରୋନା ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ମାର୍ଚ୍ଚ-ଏପ୍ରିଲ ମାସରେ ହୋଇଥିବା ଲକଡାଉନର ଏହା ଫଳ। ଯଦି ଏହି ଲକଡାଉନ ସେହି ସମୟରେ ହୋଇନଥାନ୍ତା, ତେବେ ଦେଶରେ ସ୍ଥିତି ଅସମ୍ଭାଳ ହୋଇପଡ଼ିଥାନ୍ତା। ଦେଶରେ ମୃତ୍ୟୁ ସଂଖ୍ୟା ସମଗ୍ର ବିଶ୍ୱରେ ସର୍ବାଧିକ ରହିଥାନ୍ତା। ପାଖାପାଖି ୨୫ ଲକ୍ଷ ଲୋକ ମୃତ୍ୟୁ ମୁଖରେ ପଡ଼ିଥାନ୍ତେ ବୋଲି କୋଭିଡ଼ ୧୯ ଅଧ୍ୟୟନ ପା

କୋଭିଡ଼କୁ ନେଇ ଖୁସି ଖବର ଦେଲା ଜାତୀୟ କୋରୋନା ଅନୁଧ୍ୟାନ କମିଟି

ନୂଆଦିଲ୍ଲୀ: ଭାରତରେ କୋରୋନା (Corona) ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ମାର୍ଚ୍ଚ-ଏପ୍ରିଲ ମାସରେ ହୋଇଥିବା ଲକଡାଉନ (Lockdown) ର ଏହା ଫଳ। ଯଦି ଏହି ଲକଡାଉନ (Lockdown) ସେହି ସମୟରେ ହୋଇନଥାନ୍ତା, ତେବେ ଦେଶରେ ସ୍ଥିତି ଅସମ୍ଭାଳ ହୋଇପଡ଼ିଥାନ୍ତା। ଦେଶରେ ମୃତ୍ୟୁ ସଂଖ୍ୟା ସମଗ୍ର ବିଶ୍ୱରେ ସର୍ବାଧିକ ରହିଥାନ୍ତା। ପାଖାପାଖି ୨୫ ଲକ୍ଷ ଲୋକ ମୃତ୍ୟୁ ମୁଖରେ ପଡ଼ିଥାନ୍ତେ ବୋଲି କୋଭିଡ଼ ୧୯ (Covid19) ଅଧ୍ୟୟନ ପାଇଁ ଗଠିତ ପାନେଲ କମିଟି ପ୍ରକାଶ କରିଛି।  

ଅଧିକ ପଢନ୍ତୁ: କୋରୋନା ଟୀକାକୁ ନେଇ ବହୁତ ବଡ଼ ଖୁସି ଖବର ଦେଲେ ପିଏମ ମୋଦି

ନୀତି ଆୟୋଗର ସଦସ୍ୟ ଭିକେ ପଲଙ୍କ ନେତୃତ୍ୱରେ ଗଠିତ ଏହି କମିଟି ପ୍ରକାଶ କରିଛି ଯେ, ଦେଶ ମଧ୍ୟରେ ସ୍ଥିତି ସଂକଟାପନ୍ନ ରହିଛି। କିନ୍ତୁ ମୃତ୍ୟୁ ସଂଖ୍ୟା ନିୟନ୍ତ୍ରଣାଧିନ ରହିଛି। ଏହା ସହିତ ସମଗ୍ର ଦେଶରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଲାଗୁ କରାଯ଼ାଇଥିବା ସମସ୍ତ କୋଭିଡ଼ ନିୟମକୁ କଡ଼ାକଡ଼ି ପାଳନ କରାଯାଉଛି।   ଏହି ନିୟମକୁ କଡ଼ାକଡ଼ି ଭାବେ ପାଳନ କଲେ ଆସନ୍ତା ବର୍ଷ ଜାନୁୟାରୀ- ଫେବୃଆରୀ ସୁଦ୍ଧା ଏହା ଉପରେ ନିୟନ୍ତ୍ରଣ ଆସିପାରିବ ବୋଲି କମିଟି କହିଛି।  

କମିଟି ପକ୍ଷରୁ କୁହାଯାଇଥିବା କିଛି ପ୍ରମୁଖ ଅଂଶ

  • ଭାରତରେ ପାର୍ବଣର ଋତୁ ଆରମ୍ଭ ହୋଇଛି। ଏହି ସମୟରେ କୋରୋନା କଟକଣା ନ ମାନିଲେ ଦେଶରେ ସଂକ୍ରମଣ ସଂଖ୍ୟା ବଢିବାର ସମ୍ଭାବନା ରହିଛି। ଏହି ସଂଖ୍ୟା ୨୬ ଲକ୍ଷ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି। 
  • କେରଳ, କର୍ଣ୍ଣାଟକ, ରାଜସ୍ଥାନ, ଛତିଶଗଡ଼ ଓ ପଶ୍ଚିମବଙ୍ଗରେ ଏବେ ମଧ୍ୟ କୋରୋନା ନିୟନ୍ତ୍ରଣ ବାହାରେ ରହିଛି। ଅନ୍ୟ ରାଜ୍ୟ ଗୁଡ଼ିକରେ କୋରୋନା ନିୟନ୍ତ୍ରଣାଧିନ ରହିଛି।  
  • ସ୍ଥାନୀୟ ଲକଡ଼ାଉନ ଗୁଡ଼ିକ ଏତେମାତ୍ରାରେ ପ୍ରଭାବ ପକାଇ ପାରିନି। କିନ୍ତୁ ମାର୍ଚ୍ଚ-ଏପ୍ରିଲ ମାସରେ ହୋଇଥିବା ଲକଡାଉନ ଲାଭପ୍ରଦ ହୋଇଛି। ଏହା ନ ହୋଇଥିଲେ ଦେଶରେ ମୃତ୍ୟୁ ସଂଖ୍ୟା ୨୫ ଲକ୍ଷ ଅତିକ୍ରମ କରିଥାନ୍ତା। ବର୍ତ୍ତମାନ ସମୟରେ ଦେଶରେ ମୃତ୍ୟୁ ସଂଖ୍ୟା ୧.୧୪ ଲକ୍ଷ ରହିଛି।  
  • କୋରୋନା ଭାଇରସ ଭାରତରେ ସେପ୍ଟେମ୍ବର ମାସରେ ଚରମସ୍ଥିତିରେ ପହଞ୍ଚିଥିଲା। କିନ୍ତୁ ଏଥିରେ ବର୍ତ୍ତମାନ ଅବନତୀ ଦେଖାଦେଉଛି।  
  • ଆସନ୍ତା ବର୍ଷ ଫେବୃଆରୀ ମାସ ସୁଦ୍ଧା ଦେଶରୁ କୋରୋନା ଲୋପ ପାଇଯିବାର ସମ୍ଭାବନା ଯଥେଷ୍ଟ ରହିଛି। ତେବେ ସେତେବେଳକୁ ଦେଶରେ କୋରୋନା ମାମଲା ୧୦.୫ ଲକ୍ଷ ଛୁଇଁ ସାରିଥିବ।