ସମ୍ବଲପୁର: କୋରୋନା ମହାମାରି ଗୋଟାଏ ପରେ ଗୋଟାଏ ମୁଣ୍ଡ ଗଡାଉଥିବା ବେଳେ ଶତାଧିକ ସଂଖ୍ୟାରେ କୋଭିଡ ଆକ୍ରାନ୍ତ ବର୍ତ୍ତମାନ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏଭଳି କ୍ଷେତ୍ରରେ ଅନେକ ରୋଗୀ ଡାକ୍ତରୀ ଚିକିତ୍ସା ଉପରେ ନିର୍ଭର କରୁଥିବା ବେଳେ ଆଉ କିଛି ରୋଗୀ ଭଗବାନଙ୍କ ଭରସାରେ ରହୁଛନ୍ତି। ଆଉ ସେମନଙ୍କୁ ମୁହଁରେ ହସ ଫୁଟାଇବା ପାଇଁ ଜଣେ ଆଟେଣ୍ଡାଣ୍ଟ ଅଭିନବ ପଦକ୍ଷେପ ଆପଣାଇଛନ୍ତି, ଯାହାର ଭଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।


COMMERCIAL BREAK
SCROLL TO CONTINUE READING

ବୁର୍ଲା (Burla) ଭିମସାରର କୋଭିଡ ହସ୍ପିଟାଲରେ କୋଭିଡ ଆକ୍ରାନ୍ତ ନର୍ସଙ୍କୁ ଡବଲଡୋଜ ଇଂଜେକସନ ଦେବା ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହାରି ମଧ୍ୟରେ ସମ୍ବଲପୁରର ଜଣେ ଆଟେଣ୍ଡାଣ୍ଟଙ୍କ ଡ୍ୟାନ୍ସ ଭିଡିଓ ଭାଇରାଲ (Viral video) ହୋଇଛି। କୋଭିଡ ଆକ୍ରାନ୍ତଙ୍କ ମୁହଁରେ କିଛି ମାତ୍ରାରେ ହସ ଫୁଟାଇବାକୁ ସେ ସାମାନ୍ୟ ଚେଷ୍ଟା କରିଛନ୍ତି। ଏଭଳି ଏକ ଭିଡ଼ିଓ ବର୍ତ୍ତମାନ ସମ୍ବଲପୁରରେ ଭାଇରାଲ ହେବାରେ ଲାଗିଛି। ଲୋକେ ଏହାକୁ ପଜିଟିଭ୍ ରେସପନ୍ସ ମଧ୍ୟ ଦେଉଛନ୍ତି।


Also Read: କୋରୋନା ଆକ୍ରାନ୍ତ ନର୍ସଙ୍କୁ ଭୁଲ ଇଞ୍ଜେକସନ୍ ଦିଆଯାଇଥିବା ଅଭିଯୋଗ


ଭିଡିଓଟି ବୁର୍ଲା ଭୀମସାର କିମ୍ବା ସମ୍ବଲପୁର (Sambalpur) ସଦର ମେଡିକାଲ ତାହା ସ୍ପଷ୍ଟ ଜଣାପଡୁନାହିଁ। କିନ୍ତୁ ଏଭଳି ଭିଡ଼ିଓକୁ ଦେଖି ସାମାଜିକ ଗଣମାଧ୍ୟମ (Social media) ରେ ବେସ ପ୍ରଶଂସା କରାଯାଇଛି। ଯେଉଁଠି କୋଭିଡ ହସ୍ପିଟାଲରେ କାର୍ଯ୍ୟରତ ଆଟେଣ୍ଡାଣ୍ଟ (Medical Attendant) ରୋଗୀଙ୍କୁ ସାମାନ୍ୟ ଆଶ୍ୱସ୍ତି ଦେବା ପାଇଁ ନିଜେ ନାଚିଛନ୍ତି। ନିଜେ ନାଚିବା ସହିତ ରୋଗୀଙ୍କୁ ମଧ୍ୟ ହସାଇବାକୁ ଚେଷ୍ଟା କରିଛନ୍ତି। ଜଣେ ମହିଳା ରୋଗୀ ମଧ୍ୟ ବେଡ଼ରେ ଶୋଇ ନାଚିବା ଦୃଶ୍ୟ ସମସ୍ତଙ୍କୁ ବେସ ଆନନ୍ଦିତ କରିଛି। 



ମଙ୍ଗଳବାର ବିଳମ୍ବିତ ରାତିରେ ଭିମସାରରେ ଜଣେ କୋଭିଡ ଆକ୍ରାନ୍ତ ନର୍ସଙ୍କୁ ଡବଲଡୋଜ ଇଂଜେକସନ ଦିଆଯାଉଥିବା ଅଭିଯୋଗ ହୋଇଥିଲା। ଆକ୍ରାନ୍ତଙ୍କ ସମ୍ପର୍କୀୟ ଭୀମସାର କୋଭିଡ ହସ୍ପିଟାଲ (Coviod Hospital) ଭିତରେ ପଶି ହଙ୍ଗାମା କରିଥିଲେ। ଅନ୍ୟପଟେ କୋଭିଡ ଆକ୍ରାନ୍ତଙ୍କ ମୁହଁରେ ସାମାନ୍ୟ ହସ ଫୁଟେଇବାକୁ ଯାଇ କିଛି ଆଟେଣ୍ଡାଣ୍ଟ ଏଭଳି କିଛି ଡ୍ୟାନ୍ସ କରି ରୋଗୀଙ୍କ ମୁହଁରେ କିଛି ମାତ୍ରାରେ ଖୁସି ଦେବାକୁ ଚେଷ୍ଟା କରିଛନ୍ତି।