ଗତକାଲି ସକାଳେ ତାଙ୍କୁ ଏକ ରେମଡେସିଭିର (Remdedivir) ନାମକ ଇଂଜେକସନ ଦିଆଯାଇଥିଲା। ପୁଣି ସନ୍ଧ୍ୟା ସମୟରେ ତାଙ୍କୁ ଆଉଜଣେ ନର୍ସ ପୁଣିଥରେ ସେହି ଇଂଜେକସନର ଅଧିକ ଗୋଟାଏ ଡୋଜ ଦେଉଥିବା ଅଭିଯୋଗ ହୋଇଛି। ଯାହାକି ତାଙ୍କୁ ଦିଆଯିବା ଉଚିତ ନୁହେଁ ବୋଲି ଖୋଦ ନର୍ସ ଜଣଙ୍କ ପ୍ରକାଶ କରିଛନ୍ତି।
Trending Photos
ସମ୍ବଲପୁର: ବୁର୍ଲା ଭୀମସାର କୋଭିଡ ହସ୍ପିଟାଲ ୧ ରେ ଦେଖାଦେଇଛି ଉତ୍ତେଜନା। ହସ୍ପିଟାଲ ଭିତରକୁ ଧସେଇ ପଶିଲେ ଶତାଧିକ ଲୋକ। ଜଣେ କୋଭିଡ ଆକ୍ରାନ୍ତଙ୍କୁ ଦୁଇଥର ଡବଲଡୋଜ ଇଂଜେକସନ ଦିଆଯାଇଥିବା ଅଭିଯୋଗ ହୋଇଛି। ନିଜେ ଆକ୍ରାନ୍ତ ଅଭିଯୋଗ କରିବା ପରେ ଉତ୍ତେଜନା ଦେଖାଦେବାରୁ ହସ୍ପିଟାଲ ପରିସରରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି।
ସୂଚନାନୁସାରେ, ଭୀମସା (Vimsar) ର ହୃଦରୋଗ ବିଭାଗରେ କାର୍ଯ୍ୟରତ ଜଣେ ନର୍ସ କମଳା ନାୟକ କୋଭିଡ ପୋଜେଟିଭ ଚିହ୍ନଟ ହେବ ପରେ ତାଙ୍କୁ ଭୀମସାର କୋଭିଡ ହସ୍ପିଟାଲ (Covid Hospital) ୧ ରେ ଚିକିତ୍ସିତ କରାଯାଉଛି। ଗତକାଲି ସକାଳେ ତାଙ୍କୁ ଏକ ରେମଡେସିଭିର (Remdesivir) ନାମକ ଇଂଜେକସନ ଦିଆଯାଇଥିଲା। ପୁଣି ସନ୍ଧ୍ୟା ସମୟରେ ତାଙ୍କୁ ଆଉଜଣେ ନର୍ସ ପୁଣିଥରେ ସେହି ଇଂଜେକସନର ଅଧିକ ଗୋଟାଏ ଡୋଜ ଦେଉଥିବା ଅଭିଯୋଗ ହୋଇଛି। ଯାହାକି ତାଙ୍କୁ ଦିଆଯିବା ଉଚିତ ନୁହେଁ ବୋଲି ଖୋଦ ନର୍ସ ଜଣଙ୍କ ପ୍ରକାଶ କରିଛନ୍ତି।
Also Read: ଆଜିଠୁ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ Lockdown, ଜାଣନ୍ତୁ କଣ ବଦଳିଛି ନିୟମ...
ଏନେଇ କମଳା ନାୟକ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ପରେ ତାଙ୍କ ପରିବାର ଲୋକ ନିଜ ଅଂଚଳର ସମସ୍ତଙ୍କୁ ଏକଜୁଟ କରି କୋଭିଡ ହସ୍ପିଟାଲକୁ ଯାଇଥିଲେ। ସେଠାରେ ଲୋକମାନେ ଉତ୍ୟକ୍ତ ହୋଇ କୋଭିଡ ହସ୍ପିଟାଲ ଭିତରକୁ ଧସେଇ ପଶିଥିଲେ। ସେଠାରେ ନିୟୋଜିତ ପୋଲିସ କର୍ମଚାରୀ ଓ ସୁରକ୍ଷା କର୍ମୀ ମଧ୍ୟ ସେମାନଙ୍କୁ ଅଟକାଇବାରେ ବିଫଳ ହୋଇଥିଲେ। ପରେ ଘଟଣା ସ୍ଥଳକୁ ବୁର୍ଲା ପୋଲିସ (Burla Police) ଆସି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ ସୁଦ୍ଧା ଲୋକେ ବୁଝିନଥିଲେ।
ଦୋଷୀ ନର୍ସ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଉତ୍ୟକ୍ତ ଲୋକେ ଦାବି କରିଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ କୋଭିଡ ହସ୍ପିଟାଲରେ ଉତ୍ତେଜନା ଲାଗିରହିଥିଲା। ଭୀମସାର କୋଭିଡ ହସ୍ପିଟାଲରେ କାର୍ଯ୍ୟରତ ନର୍ସ କେଉଁ ଉଦ୍ଦେଶ୍ୟରେ ଓ କାହିଁକି ଏପରି ବଡ଼ ଭୁଲ କାର୍ଯ୍ୟ କଲେ ତାହା ବର୍ତ୍ତମାନ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି। ସେପଟେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।