ଅଜୟ ନାଥ, ସମ୍ବଲପୁର: ବହୁପ୍ରତିକ୍ଷିତ କୋରୋନା ଟିକାଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏହାକୁ ନେଇ ଜନତା ଉତ୍ସାହିତ ରହିଥିବା ବେଳେ ଅନେକ ସ୍ୱାସ୍ଥ୍ୟକର୍ମୀ ଏହାକୁ ବିରୋଧ କରି ଟିକା ନେଇ ନାହାନ୍ତି। ପ୍ରଥମ ଦିନରେ ଜିଲ୍ଲା ସଦର ହସ୍ପିଟାଲର ଜଣେ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦେଇ ଜିଲ୍ଲାରେ ଟିକାକରଣ କାଯ୍ୟକ୍ରମ ଆରମ୍ଭ କରାଯାଇଥିଲା। କିନ୍ତୁ ପରୋକ୍ଷରେ କିଛି ସ୍ୱାସ୍ଥ୍ୟକର୍ମୀ ସେମାନଙ୍କର ଦରମା ଏବଂ ସ୍ଥାୟୀ ନିଯୁକ୍ତିକୁ ନେଇ ନାରାବାଜି କରିଥିଲେ।
 
ପ୍ରଧାନମନ୍ତ୍ରୀ (PM Modi) ଆନୁଷ୍ଠାନିକ ଭାବେ ଦେଶରେ ଟିକାକରଣ କାଯ୍ୟକ୍ରମ ଶୁଭାରମ୍ଭ କରିଥିଲେ। ପରେ ସମ୍ବଲପୁର (Sambalpur) ଠାରେ ଜିଲ୍ଲା ସ୍ତରୀୟ କୋରୋନା ଟିକା (Corona vaccination) ପ୍ରଦାନ କରାଯାଇଥିଲା। କିନ୍ତୁ କିଛି ସ୍ୱାସ୍ଥ୍ୟକର୍ମୀ ଟିକାଦାନ କେନ୍ଦ୍ରକୁ ଆସି ବିଭିନ୍ନ ପ୍ରକାର ନାରାବାଜି କରିଥିଲେ। ଟିକାକରଣ ଆରମ୍ଭ ଅବସରରେ RDC ନିରଞ୍ଜନ ସାହୁ, ଜିଲ୍ଲାପାଳ ସୁଭମ ସକସେନା (Subham Saxsena) , ପୋଲିସ ଆଇଜି, ଏସପି ଙ୍କ ସମେତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ।


COMMERCIAL BREAK
SCROLL TO CONTINUE READING

Also Read: ପ୍ରହଲ୍ଲାଦଙ୍କୁ ପ୍ରଥମ ଟିକା


ସଦର ହସ୍ପିଟାଲ (Sambalpur Hospital) ରେ କାଯ୍ୟ କରୁଥିବା ଜଣେ ଅସ୍ଥାୟୀ ସ୍ୱାସ୍ଥ୍ୟକର୍ମୀ (Health Worker) ପ୍ରହଲ୍ଲାଦ ସୁନାଙ୍କୁ ପ୍ରଥମ କରି ଟିକା ଦିଆଯାଇଥିଲା। ପରେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଶଶୀଭୂଷଣ ପଟେଲଙ୍କ ସମେତ ଅନ୍ୟ ଆଗଧାଡିର ସ୍ୱାସ୍ଥ୍ୟକର୍ମୀଙ୍କର ଟିକାକରଣ ହୋଇଥିଲା। ସମ୍ବଲପୁରରେ ପ୍ରତିଦିନ ୭୦୦ ଜଣଙ୍କ ଟିକାକରଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ତେବେ ଟିକା ନେଇଥିବା ଲୋକଙ୍କ ସ୍ଥିତି ତଦାରଖ ପାଇଁ ଆଜି ରାଜ୍ୟରେ ଟିକା କାର୍ଯ୍ୟକ୍ରମ ବନ୍ଦ ଅଛି। 



ସମ୍ବଲପୁରରେ ଆରମ୍ଭ ହୋଇଥିବା ଟିକାକରଣ ଅଭିଯାନ (Corona Vaccination Drive) କୁ ଜିଲ୍ଲାର ବହୁ ସ୍ୱାସ୍ଥ୍ୟକର୍ମୀ ବିରୋଧ କରିଛନ୍ତି। ଉଭୟ ପୁରୁଷ ଓ ମହିଳା ସ୍ୱାସ୍ଥ୍ୟକର୍ମୀ ସଂଘ, ସ୍ୱାସ୍ଥ୍ୟକର୍ମୀ ସୁପରଭାଇଜର ସଂଘର ସଦସ୍ୟମାନେ କଳାବ୍ୟାଚ ପରିଧାନ କରି ଟିକା ନ ନେଇ ବିରୋଧ କରିଥିଲେ। ସରକାରଙ୍କ ସେମାନଙ୍କ ପଦୋନ୍ନତି ସହ ଦରମା ବୄଦ୍ଧି ପାଇଁ ଦାବି କରିଛନ୍ତି। ସେପଟେ ଟିକା ନେବା ନିଜସ୍ୱ ଇଛା, ଏଥିପାଇଁ କାହାକୁ ବାଧ୍ୟ କରାଯିବ ନାହିଁ। ସେମାନେ କାର୍ଯ୍ୟରେ କୌଣସି ଅବହେଳା କରିନାହାନ୍ତି ବୋଲି CDMO ଶଶୀଭୂଷଣ ପଟେଲ କହିଛନ୍ତି।