ସମ୍ବଲପୁର: ଆମେ ସମସ୍ତେ ଜାଣୁ ଯେ, କାନୁନ ଅନ୍ଧ। ଆଇନ କାନୁନ ଅନ୍ଧ ବୋଲି ସିନେମା, ଗଳ୍ପ ବହିରେ ଚିତ୍ରିତ କରାଯାଏ। କିନ୍ତୁ ସତରେ ଆଇନ କାନୁନ ଅନ୍ଧ ବୋଲି ସମ୍ବଲପୁର ବିଶ୍ୱବିଦ୍ୟାଳୟ କର୍ମଚାରୀ ଦୀନବନ୍ଧୁ ମିଶ୍ରଙ୍କ ମୃତ୍ୟୁ ପରେ ଜଣାପଡ଼ିଲା। ପୋଲିସ, ଧନୀ ଓ ବିତ୍ତଶାଳୀ ବ୍ୟକ୍ତିଙ୍କ ପାଇଁ ଗୋଟିଏ ଆଇନ ଏବଂ ଗରିବ ଲୋକଙ୍କ ପାଇଁ ଆଉ ଗୋଟିଏ ଆଇନ ତିଆରି କରିଛି। ମୃତ୍ୟୁକାଳିନ ଚିଠିରେ ଦୀନବନ୍ଧୁ ସ୍ପଷ୍ଟ ଭାବରେ ତିନି ଜଣଙ୍କୁ ଦାୟୀ କରିଛନ୍ତି। ତାଙ୍କ ମୃତ୍ୟୁକୁ ୧୦ ଦିନ ପୁରିଲା କନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସ ଅଭିଯୁକ୍ତକୁ ପୋଲିସ ଗିରଫ କରିନାହିଁ। ଯାହାଙ୍କ ନାଁରେ ମୃତ୍ୟ ପୂର୍ବରୁ ଡାଇଂ ଷ୍ଟେଟମେଂଟରେ ଦେଇଥିଲେ ସେମାନେ ଏପରିକି ସିଣ୍ଡିକେଟ ମିଟିଂ ମଧ୍ୟ ପରିଚାଳନା କରିଛନ୍ତି।


COMMERCIAL BREAK
SCROLL TO CONTINUE READING

ଅନ୍ଧା କାନୁନ! ଆଇନ କାନୁନ ଅନ୍ଧ। ସମ୍ବଲପୁର ବିଶ୍ୱବଦ୍ୟାଳୟ (Sambalpur University) ରେ ଚୁକ୍ତିଭିତ୍ତିକ କର୍ମଚାରୀ ଦୀନବନ୍ଧୁ ମିଶ୍ରଙ୍କ କ୍ଷେତ୍ରରେ ଏହା ପ୍ରମାଣିତ ହୋଇଛି। ଗତ ୨୦ ତାରିଖରୁ ସେ ଆତ୍ମଦାହ (Suicide) କରିଥିବା ବେଳେ ଡାଇଂ ଷ୍ଟେଟମେଂଟ (Dying Statement) ଆଧାରରେ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। କେବଳ ତଦନ୍ତ ଚାଲିଛି। କୁଳପତି ଓ ଉପରିସ୍ଥ ଅଧିକାରୀଙ୍କର ଚାପ ସହି ନ ପାରି ଏକାଡେମୀକ ବୈଠକ ଚାଲୁଥିବା ବେଳେ ଦେହରେ ପେଟ୍ରୋଲ ଢାଳି ଦୀନବନ୍ଧୁ ଆତ୍ମହତ୍ୟା କରିଥିଲେ। ମୃତ୍ୟ ପୂର୍ବରୁ ସେ ତାଙ୍କର ଡାଇଂ ଷ୍ଟେଟମେଂଟରେ କୁଳପତିଙ୍କ ସହ ଆଉ ଦୁଇ ଜଣଙ୍କୁ ଦାୟୀ କରିଥିଲେ।


Also Read: ସମ୍ବଲପୁର ବିଶ୍ୱବିଦ୍ୟାଳୟ କର୍ମଚାରୀ ଆତ୍ମାହୂତି ଘଟଣାରେ ପଶିଲା ରାଜନୀତି


କୁଳପତି ଓ ଉପରିସ୍ଥ ଅଧିକାରୀଙ୍କ ଚାପ ସହି ନ ପାରି ଆତ୍ମହତ୍ୟା କରିବେ ବୋଲି ଡାଇଂ ଷ୍ଟେଟମେଂଟରେ ଉଲ୍ଲେଖ ହୋଇଥିଲେ ମଧ୍ୟ ଆଜକୁ ୧୦ ଦିନ ହେଲା ସେମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ସେଥିପାଇଁ ସଧାରଣରେ ଉଦବେଗ ପ୍ରକାଶ ପାଇଛି। ଆଇନକୁ ଅନ୍ଧ ବୋଲି ଅଭିହିତ କରାଯାଇଛି। ଯଦି ଜଣେ ସାଧାରଣ ଲୋକଙ୍କ ବିରୁଦ୍ଧରେ ଡାଇଂ ଷ୍ଟେଟମେଂଟ ମିଲିଥାନ୍ତା ତା ହେଲେ କଣ ପୋଲିସ (Sambalpur Polce) କିମ୍ବା ଆଇନ ଆଜି ପର୍ଯ୍ୟନ୍ତ ଚୁପ ବସିଥାନ୍ତା କି? ଯେ ହେତୁ ବର୍ତ୍ତମାନ ସ୍ଥିତିରେ ସମାଜର ତଥାକଥିତ ବଡ଼ବଡ଼ିଆଙ୍କ ବିରୁଦ୍ଧରେ ଅଭିଯୋଗ ଆସିଛି। ସେଥିପାଇଁ ବୋଧହୁଏ ଆଇନ କାନୁନ ତା ଆଖିରେ କଳାପଟି ବାନ୍ଧି ଦେଇଛି ବୋଲି ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ (Raseshwari Panigrahi) କହିଛନ୍ତି।



ବର୍ତ୍ତମାନ ପର୍ଯ୍ୟନ୍ତ ପୋଲିସ ତଦନ୍ତ (Police Investigation) ପ୍ରକ୍ରିୟା ଜାରି ରଖିଛି। ଯେ ହେତୁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଓ ସମ୍ବେଦନଶୀଳ ମାମଲା ସେଥିପାଇଁ ଦୀନବନ୍ଧୁ ମିଶ୍ରଙ୍କ ଡାଇଂ ଷ୍ଟେଟମେଂଟ ସହ ପାରିପାର୍ଶ୍ବିକ ପରିସ୍ଥିତି, cctv ଫୁଟେଜ୍ ସବୁ ଦିଗକୁ ଧ୍ୟାନ ଦିଆଯାଉଛି। ଜିଲ୍ଲା ପୋଲିସ ମଧ୍ୟ ଏହି କେଶକୁ ଗୁରୁତ୍ବ ସହ ନେଇଥିବା ବେଳେ ତଦନ୍ତ ଶେଷ ହେଲେ ଯାହାବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବାତୁଲା ଗଙ୍ଗାଧର କହିଛନ୍ତି। ଗୁରୁତ୍ୱପୂର୍ଣ୍ଣ ମାମଲା ସେଥିପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ସେଥିପାଇଁ ବୋଧେ "ଦାଲ ମେ କୁଛ କାଲା ହେ" ବୋଲି ସାଧାରଣ ଲୋକେ ଅନୁମାନ କରୁଛନ୍ତି। ଦେଖାଯାଉ ବଡ଼ବଡ଼ିଆଙ୍କ ପାଇଁ ଆଇନ ଦେଖୁଛି ନା ଆଖି ବୁଜି ଦେଉଛି।