ସମ୍ବଲପୁର: ଆସନ୍ତା ଅପ୍ରିଲ ଏକ ତାରିଖରୁ ଷ୍ଟେସନ କ୍ଲୋଜର ପାଇଁ ରେଳ ବିଭାଗ ନୋଟିସ ଦେଇ ସାରିଲାଣି। ସେପଟେ ରେଳ ଷ୍ଟେସନ ଉଚ୍ଛେଦ ପ୍ରତିବାଦରେ ଦେଖିବାକୁ ମିଳିଛି ତୀବ୍ର ପ୍ରତିକ୍ରିୟା। ଷ୍ଟେସନ ଉଚ୍ଛେଦ ହେଲେ ଏହା ଉପରେ ବର୍ଷ ବର୍ଷ ଧରି ନିର୍ଭରଶୀଳ ବ୍ୟବସାୟୀଙ୍କ ସହ ରେଳ ଧାରଣା କଡରେ ବସିଥିବା ବସ୍ତି ଗୁଡିକର ଶହ ଶହ ପରିବାର ସିଧାସଳଖ ପ୍ରଭାବିତ ହେବେ ବୋଲି ଆନ୍ଦୋଳନକାରୀମାନେ ଅଭିଯୋଗ କରିଛନ୍ତି।


COMMERCIAL BREAK
SCROLL TO CONTINUE READING

ସମ୍ବଲପୁରର ସର୍ବପୁରାତନ (Sambalpur Railway station) ଓ ସହର ମଧ୍ୟରେ ଥିବାରୁ ସମ୍ବଲପୁର ରୋଡ (Sambalpur road) ଷ୍ଟେସନକୁ ବନ୍ଦ ନକରି ଏହାର ଉନ୍ନତି ତଥା ଆଧୁନିକୀକରଣ ପ୍ରତି ଧ୍ୟାନ ଦେବାକୁ ପୂର୍ବତଟ ରେଳବାଇ ମ୍ୟାନେଜର, ସମ୍ବଲପୁର DRMଙ୍କୁ ବିଭିନ୍ନ ସଂଗଠନ ପକ୍ଷରୁ ନିବେଦନ କରାଯାଇଥିଲା। କିନ୍ତୁ କୌଣସି ଲାଭ ହୋଇନାହିଁ। ତେଣୁ ଷ୍ଟେସନ ଉଠିଯିବା ନିଷ୍ପତିକୁ ବିରୋଧ କରି ଶନିବାର ଫାଟକ ଅଂଚଳର ଶହ ଶହ ଲୋକ ସକାଳୁ ରେଳ ଧାରଣା ଉପରେ ବସି ରହିଥିଲେ। ଆନ୍ଦୋଳନକାରୀମାନେ ରେଳ ଲାଇନ ଉପରେ ବସି ରହିଥିବାରୁ ସମ୍ବଲପୁର ରୋଡ଼ ଷ୍ଟେସନ ଦେଇ ସମସ୍ତ ରେଳ ଚଳାଚଳ ବନ୍ଦ ରହିଥିଲା।


Also Read: ସନୋଜ ସହ ସୁନିତା; ଆଧୁନିକ ଯୁଗର ଆଦର୍ଶ ବିବାହ


ଆନ୍ଦୋଳନ (Andolon) ଯୋଗୁଁ ଷ୍ଟେସନ ନିକଟରେ ଥିବା ସମସ୍ତ ଦୋକାନ ବନ୍ଦ ରହିଛି। ପରିସ୍ଥିତି କିଛି ସମୟ ପାଇଁ ଉତେଜନାପୂର୍ଣ୍ଣ ରହିଥିଲା। ଜିଆରପି ପୋଲିସ, ଆରପିଏଫ ସମସ୍ତେ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଇବା ପାଇଁ ଚେଷ୍ଟା କଲେ ମଧ୍ୟ ସେମାନେ କାହାରି କଥା ଶୁଣୁନଥିଲେ। ଏହି ଆନ୍ଦୋଳନ ଦୀର୍ଘ ଦିନ ଚାଲିବ ବୋଲି ଆନ୍ଦୋଳନକାରୀମାନେ କହିଛନ୍ତି। ଏହି ଐତିହାସିକ ଷ୍ଟେସନ (historical station) କୁ ଉଚ୍ଛେଦ ନ କରି ଜମି ଅଧିଗ୍ରହଣ କଟାଯାଉ ନ ହେଲେ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯାଉ ବୋଲି ଆନ୍ଦୋଳନକାରୀ କହିଛନ୍ତି।  


DRMଙ୍କୁ ବିଭିନ୍ନ ବିକଳ୍ପ ବ୍ୟବସ୍ଥାର ଯୋଜନା ପ୍ରଦାନ କରାଯାଇଥିବା ମଧ୍ୟ କୁହାଯାଇଛି। ଅନେକ ସ୍ଥାନରେ ଲୋକଙ୍କ ସ୍ୱାର୍ଥ (Public intrest) ଦୃଷ୍ଟିରୁ ସବୁ ସମ୍ଭବ ହୋଇପାରୁଛି, ଏ କ୍ଷେତ୍ରରେ କାହିଁକି ବ୍ୟତିକ୍ରମ ବୋଲି ସାଧାରଣରେ ପ୍ରଶ୍ନ କରାଯାଇଛି। ସେପଟେ ରେଳ ବିଭାଗ (railway department) ର କିଛି ଅଧିକାରୀ ଆସି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ ଏହା ପରେ ଯାଇ ଆନ୍ଦୋଳନକୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତି ନେଇଛନ୍ତି।