ବାହାଘର ପାଇଁ ଯେଉଁ ସମୟରେ ନିର୍ଧାରିତ ହେଉଛି, ତାହା କେବଳ ନିମନ୍ତ୍ରଣ କାର୍ଡରେ ଛପାଯାଉଛି। କିନ୍ତୁ ଝାରସୁଗୁଡ଼ା ଲଖନପୁର ବ୍ଲକ ଅନ୍ତର୍ଗତ ଦଶିଆଡିହି ଗ୍ରାମରେ ଏକ ଆଦର୍ଶ ବାହାଘର ଦେଖିବାକୁ ମିଳିଛି।
Trending Photos
ଝାରସୁଗୁଡା: ବର୍ତ୍ତମାନ ସମୟରେ ବାହାଘର ମାନେ ବାଜା, ରୋଷଣୀ, ଡିଜେ, ଡାନ୍ସ ଏବଂ ମଜା ମଜଲିସ। ଆଜି କାଲି ବରଯାତ୍ରୀରେ ପ୍ରୋସେସନକୁ ଏତେ ପ୍ରାଧାନ୍ୟ ଦିଆଯାଉଛି ଯେ ଶୁଭ ଲଗ୍ନରେ ଶୂଭ ବାହାଘର ହୋଇପାରୁନାହିଁ। ବାହାଘର ପାଇଁ ଯେଉଁ ସମୟରେ ନିର୍ଧାରିତ ହେଉଛି, ତାହା କେବଳ ନିମନ୍ତ୍ରଣ କାର୍ଡରେ ଛପାଯାଉଛି। କିନ୍ତୁ ଝାରସୁଗୁଡ଼ା ଲଖନପୁର ବ୍ଲକ ଅନ୍ତର୍ଗତ ଦଶିଆଡିହି ଗ୍ରାମରେ ଏକ ଆଦର୍ଶ ବାହାଘର ଦେଖିବାକୁ ମିଳିଛି।
ଶୁକ୍ରବାର ସମରବଗା ଗ୍ରାମରେ ସୁନିତା ସହ ସନୋଜଙ୍କ ବିବାହ ହୋଇଛି। କିନ୍ତୁ ଏହି ବିବାହ ଟିକିଏ ନିଆରା (Unique marriage) ଥିଲା। ଏଭଳି ଉତ୍ସବରେ ଜିଡେ, ରୋଷଣୀ ଆସେ, ପ୍ରସେସନ ହୁଏ, ବାଣ ଫୁଟେ। କିନ୍ତୁ ସୁନିତାଙ୍କ ବିବାହରେ ସେଭଳି କିଛି ହୋଇ ନାହିଁ। ବରଯାତ୍ରୀଙ୍କ ପ୍ରୋସେସନରେ କୀର୍ତ୍ତନ, ଘଣ୍ଟ, ଶଙ୍ଖ ବାଜିଲା। ଆଧ୍ୟାତ୍ମିକ ପରିବେଶ (devotional environment) ମଧ୍ୟରେ ବର ପକ୍ଷ କନିଆଁ ଘରକୁ ଯାଇଛନ୍ତି।
Also Read: ନପୁଂସକ କରୁଛି ପ୍ରଦୂଷଣ! ଛୋଟ ହେଉଛି ପୁରୁଷଙ୍କ ଯୌନାଙ୍ଗ
ଲଖନପୁର ବ୍ଲକ (Lakhanpur block) ଅନ୍ତର୍ଗତ ଦଶିଆଡିହିରୁ ଏହି ବରପକ୍ଷ ସମରବଗା ଗ୍ରାମକୁ ଆସିଥିଲେ ଏବଂ ସେଇଠାରୁ ନିଜ ଗାଁକୁ କନିଆ ନେଇଗଲେ। ସୁରୁଖୁରୁରେ ବାହାଘର ଶେଷ ହେଲା। ଆସିଥିବା ଅତିଥିମାନେ ମଧ୍ୟ ଆନନ୍ଦ ଉଲ୍ଲାସ ସହ ଫେରିଲେ। ଦଶିଆଡ଼ିହିର ସନୋଜ ଏବଂ ସମରବଗାର ସୁନିତାଙ୍କର ଏହି ନିଆରା ବାହାଘରକୁ ସ୍ଥାନୀୟ ଲୋକେ ଖୁବ ପ୍ରଶଂସା କରିଛନ୍ତି।