ନୂଆଦିଲ୍ଲୀ: Minor Girl Rape in Delhi: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଦୁଷ୍କର୍ମ (Rape) ଘଟଣା କମିବାର ନାଁ ନେଉନାହିଁ । ନିକଟ ଅତୀତରେ ଦିଲ୍ଲୀ (Delhi) ରେ ହୋଇଥିବା ଏକ ଦୁଷ୍କର୍ମ ଘଟଣା ପୋଲିସ ପ୍ରଶାସନ ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଉତ୍ତର-ପୂର୍ବ ଦିଲ୍ଲୀର ଏକ ମସଜିଦରେ ପାଣି ଆଣିବାକୁ ଯାଇଥିବା ନାବାଳିକାଙ୍କ ସହ ଦୁଷ୍କର୍ମ ଅଭିଯୋଗରେ ଜଣେ ୪୮ ବର୍ଷୀୟ ମୌଲବୀକୁ ଗିରଫ କରାଯାଇଛି ।


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:-ଆଉ ଏକ ଟେନସନ: ଶିଶୁଙ୍କ ମଧ୍ୟରେ କୋରୋନା ପରେ ଏବେ ଏହି ରୋଗ ବଢ଼ାଇଲା ଚିନ୍ତା, ଜାଣନ୍ତୁ ସମ୍ପୂର୍ଣ୍ଣ ମାମଲା


ମୌଲବୀ ଉପରେ ଲାଗିଛି ଦୁଷ୍କର୍ମର ଅଭିଯୋଗ


ପୋଲିସ କହିଛି ଯେ ଏହି ଘଟଣା ରବିବାର ସନ୍ଧ୍ୟାରେ ଘଟିଛି । ନାବାଳିକା  ଘରକୁ ଫେରି ତା’ର ପିତାମାତାଙ୍କୁ ଏହି ଘଟଣା ସମ୍ପର୍କରେ ଜଣାଇଥିଲା । ପୋଲିସର ସୂଚନାନୁସାରେ, ପରାମର୍ଶ ଦେବା ପରେ ନାବାଳିକାକୁ ଡାକ୍ତରୀ ପରୀକ୍ଷା ପାଇଁ ନିଆଯାଇଥିଲା । ନାବାଳିକାର ପିତାମାତା ପୋଲିସ ନିକଟରେ ଅଭିଯୋଗ କରିଛନ୍ତି ଯେ, ତାଙ୍କ ଝିଅ ମସଜିଦକୁ ପାଣି ଆଣିବାକୁ ଯାଇଥିଲେ, ଯେଉଁଠାରେ ମୌଲବୀ ତା' ସହ ଦୁଷ୍କର୍ମ କରିଥିଲା ।


ଅଧିକ ପଢ଼ନ୍ତୁ:-କୋରୋନା ପରେ ଦୁନିଆକୁ ଆଉ ଏକ ଭୟଙ୍କର ରୋଗ ଦେଉଛି ଚୀନ?


POCSO ଆକ୍ଟ ଅନୁଯାୟୀ ମାମଲା ରୁଜୁ


ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ, ଅଭିଯୁକ୍ତଙ୍କ ଉପରେ ଆଇପିସି ଏବଂ ପୋକସୋ ଆକ୍ଟର ସମ୍ୱନ୍ଧିତ ଧାରା ଲଗାଯାଇଛି । ସୋମବାର ସକାଳେ ତାଙ୍କୁ ଗାଜିଆବାଦର ଲୋନିରୁ ଗିରଫ କରାଯାଇଥିଲା । ଅଧିକାରୀଙ୍କ କହିବାନୁସାରେ, ମୌଲବୀକୁ କୋର୍ଟରେ ହାଜର କରାଯାଇଥିଲା । ଯେଉଁଠାରୁ ତାକୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଯାଇଛି । ସେ ରାଜସ୍ଥାନର ଭରତପୁରର ବାସିନ୍ଦା । ପୋଲିସର ସୂଚନାନୁସାରେ, ମସଜିଦର ଚାରିପାଖରେ ପୋଲିସକର୍ମୀଙ୍କୁ ନିୟୋଜିତ କରାଯାଇଛି । କାରଣ ସ୍ଥାନୀୟ ଲୋକମାନେ ବିରୋଧ କରିବା ପାଇଁ ସେଠାରେ ପହଞ୍ଚିଥିଲେ ।