କୋରୋନା ପରେ ଦୁନିଆକୁ ଆଉ ଏକ ଭୟଙ୍କର ରୋଗ ଦେଉଛି ଚୀନ?
Advertisement
Article Detail0/zeeodisha/odisha912602

କୋରୋନା ପରେ ଦୁନିଆକୁ ଆଉ ଏକ ଭୟଙ୍କର ରୋଗ ଦେଉଛି ଚୀନ?

ଚାଇନାର ଅଧିକାରୀମାନେ କହିଛନ୍ତି ଯେ, ରୋଗୀଙ୍କ ମଧ୍ୟରେ ମେ ୨୮ରେ H10N3 ଏଭିୟନ ସ୍ୱାଇନ୍ ଫ୍ଲୁ ଭୂତାଣୁ ଚିହ୍ନଟ ହୋଇଥିଲା । ବାର୍ଡ ଫ୍ଲୁ (Bird Flu) ର H10N3 ଷ୍ଟ୍ରେନ୍ ଦ୍ୱାରା ଏହି ବ୍ୟକ୍ତି କିପରି ସଂକ୍ରମିତ ହୋଇଛି ତାହା ବର୍ତ୍ତମାନ ଯାଞ୍ଚ ଜାରି ରହିଛି । H10N3 ସହିତ ମାନବ ସଂକ୍ରମଣର ଅନ୍ୟ କୌଣସି ମାମଲା ପୂର୍ବରୁ ବୈଶ୍ୱିକ ସ୍ତରରେ ସାମ୍ନାକୁ ଆସିନାହିଁ ।

ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: ସାରା ବିଶ୍ୱରେ କୋରୋନା ଭୂତାଣୁ (Coronavirus) ର ପ୍ରକୋପ ଜାରି ରହିଛି । ଏହି ମହାମାରୀ ଯୋଗୁଁ ପ୍ରତିଦିନ ହଜାର ହଜାର ଲୋକ ମୃତ୍ୟୁ ବରଣ କରୁଛନ୍ତି । ଏହାର ପ୍ରଭାବରେ ବିଶ୍ୱ ଅର୍ଥନୀତିରେ ମାନ୍ଦାବସ୍ଥା ଦେଖାଦେଇଛି । ଲୋକଙ୍କ ଜୀବନ ସାମାନ୍ୟ ହୋଇପାରୁନାହିଁ । ଏହା ମଧ୍ୟରେ ଚୀନରେ ମଣିଷ ଭିତରେ ବାର୍ଡ ଫ୍ଲୁ (Bird Flu) ର ପ୍ରଥମ ଘଟଣା ସାମ୍ନାକୁ ଆସିଛି । ଚୀନର ଜାତୀୟ ସ୍ୱାସ୍ଥ୍ୟ ଆୟୋଗ ମଙ୍ଗଳବାର କହିଛି ଯେ, ଦେଶର ପୂର୍ବ ଜିଆଙ୍ଗସୁ ପ୍ରଦେଶରୁ ବାର୍ଡ ଫ୍ଲୁର H10N3 ଷ୍ଟ୍ରେନ୍ ସହିତ ମାନବ ସଂକ୍ରମଣର ପ୍ରଥମ ମାମଲା ମିଳିଛି । ଜେନଜିଆଙ୍ଗ ସହରର ଜଣେ ୪୧ ବର୍ଷୀୟ ବ୍ୟକ୍ତିଙ୍କଠାରେ ବାର୍ଡ ଫ୍ଲୁର ଏକ ଷ୍ଟ୍ରେନ୍ ଦେଖିବାକୁ ମିଳିଥିଲା, ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ରହିଛି ।

ଅଧିକ ପଢ଼ନ୍ତୁ:-ରେଲୱେ ବାତିଲ କଲା ଅନେକ ଟ୍ରେନ୍, କିଛି ଟ୍ରେନର ସମୟରେ କରାଗଲା ପରିବର୍ତ୍ତନ, ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

ଚାଇନାର ଅଧିକାରୀମାନେ କହିଛନ୍ତି ଯେ, ରୋଗୀଙ୍କ ମଧ୍ୟରେ ମେ ୨୮ରେ H10N3 ଏଭିୟନ ସ୍ୱାଇନ୍ ଫ୍ଲୁ ଭୂତାଣୁ ଚିହ୍ନଟ ହୋଇଥିଲା । ବାର୍ଡ ଫ୍ଲୁ (Bird Flu) ର H10N3 ଷ୍ଟ୍ରେନ୍ ଦ୍ୱାରା ଏହି ବ୍ୟକ୍ତି କିପରି ସଂକ୍ରମିତ ହୋଇଛି ତାହା ବର୍ତ୍ତମାନ ଯାଞ୍ଚ ଜାରି ରହିଛି । H10N3 ସହିତ ମାନବ ସଂକ୍ରମଣର ଅନ୍ୟ କୌଣସି ମାମଲା ପୂର୍ବରୁ ବୈଶ୍ୱିକ ସ୍ତରରେ ସାମ୍ନାକୁ ଆସିନାହିଁ ।

H10N3 ବାର୍ଡ ଫ୍ଲୁ ଭୂତାଣୁର ଏକ କମ୍ ରୋଗ ଜନିତ ବା ଅପେକ୍ଷାକୃତ କମ୍ ଷ୍ଟ୍ରେନ୍ ଏବଂ ବ୍ୟାପକ ବିସ୍ତାର ହେବାର ଆଶଙ୍କା ବହୁତ କମ୍ ରହିଛି । ଚାଇନାରେ ଏଭିଆନ୍ ଇନ୍ଫ୍ଲୁଏଞ୍ଜାର ଅନେକ ପ୍ରକାରର ଷ୍ଟ୍ରେନ୍ ଅଛି ଓ ଅଳ୍ପ କିଛି ଲୋକଙ୍କୁ ସଂକ୍ରମିତ କରନ୍ତି, ସାଧାରଣତଃ ଯେଉଁମାନେ କୁକୁଡ଼ା ପାଳନ କରନ୍ତି ।

ଅଧିକ ପଢ଼ନ୍ତୁ:-SBI ଗ୍ରାହକ ହୋଇଯାଆନ୍ତୁ ସତର୍କ, ଜୁନ ୩୦ ସୁଦ୍ଧା ଯଦି କରିବେ ନାହିଁ ଏହି କାମ ତ ନେଣଦେଣରେ ହେବ ଅସୁବିଧା, ଜରିମାନା ମଧ୍ୟ ଲାଗିବ

H5N8 ଇନ୍‌ଫ୍ଲୁଏଞ୍ଜା ଏ ଭୂତାଣୁ (ବାର୍ଡ ଫ୍ଲୁ ଭୂତାଣୁ ଭାବେ ଜଣାଯାଇଥାଏ) ର ଏକ ଉପ ପ୍ରକାର, ଯେତେବେଳେ କି H5N8 କେବଳ ମଣିଷ ପାଇଁ କମ୍ ବିପଦ ସୃଷ୍ଟି କରେ । ଏହା ବନ୍ୟ ପକ୍ଷୀ ଓ କୁକୁଡ଼ାମାନଙ୍କ ପାଇଁ ଘାତକ ଅଟେ । ଏପ୍ରିଲ୍ ମାସରେ ପୂର୍ବ-ଉତ୍ତର ଚୀନ୍‌ର ଶେଙ୍ଗିଆଙ୍ଗ୍ ସହରରେ ବନ୍ୟ ପକ୍ଷୀମାନଙ୍କରେ ଅତ୍ୟଧିକ ରୋଗ ଜନିତ H5N6 ଏଭିୟନ ଫ୍ଲୁ ଚିହ୍ନଟ ହୋଇଥିଲା ।

ଅଧିକ ପଢ଼ନ୍ତୁ:-କୋରୋନା ଯୋଗୁଁ ଅନାଥ ହୋଇଗଲେ ୯୩୪୬ ପିଲା: NCPCR

୧୯୯୭ରେ ସାମ୍ନାକୁ ଆସିଥିଲା H5N1 ର ପ୍ରଥମ ମାମଲା

ବାର୍ଡ ଫ୍ଲୁ ବିସ୍ତାର ପାଇଁ ଅନେକ ଭୂତାଣୁ ଦାୟୀ ହୋଇଥାଏ, କିନ୍ତୁ H5N1 କୁ ବିପଜ୍ଜନକ ବୋଲି ମନେ କରାଯାଏ କାରଣ ଏହି ଭୂତାଣୁ ମଣିଷରେ ବାର୍ଡ ଫ୍ଲୁର ବାହକ ଭାବରେ କାର୍ଯ୍ୟ କରନ୍ତି ଓ ସେମାନଙ୍କୁ ଶିକାର କରନ୍ତି । ମଣିଷମାନଙ୍କରେ ବାର୍ଡ ଫ୍ଲୁ ସଂକ୍ରମଣର ପ୍ରଥମ ମାମଲା ୧୯୯୭ ମସିହାରେ ସାମ୍ନାକୁ ଆସିଥିଲା । ସେତେବେଳେ ହଂକଂରେ କୁକୁଡାରୁ ଜଣେ ବ୍ୟକ୍ତିଙ୍କ ଭିତରେ ଏହି ଭୂତାଣୁ ବିସ୍ତାର ହୋଇଥିଲା ।

୨୦୦୩ ପରଠାରୁ ଚାଇନା, ୟୁରୋପ, ଆଫ୍ରିକା ସମେତ ଏସିଆର ଅନେକ ଦେଶରେ ବାର୍ଡ ଫ୍ଲୁର ଏହି ଭୂତାଣୁ ବ୍ୟାପିବାରେ ଲାଗିଛି । ୨୦୧୩ରେ ଚାଇନାରେ ଜଣେ ବ୍ଲାଡ ଫ୍ଲୁରେ ସଂକ୍ରମିତ ହୋଇଥିବାର ଦେଖିବାକୁ ମିଳିଥିଲା । ଯଦିଓ WHO ଦାବି କରେ ଯେ ବାର୍ଡ ଫ୍ଲୁ ସାଧାରଣତଃ ମନୁଷ୍ୟକୁ ସଂକ୍ରମିତ କରେ ନାହିଁ କିମ୍ବା ପ୍ରଭାବିତ କରେ ନାହିଁ । ବର୍ତ୍ତମାନ ବାର୍ଡ ଫ୍ଲୁର H10N3 ଷ୍ଟ୍ରେନର ଏକ ନୂଆ ମାମଲା ସାମ୍ନାକୁ ଆସିଛି ।