ଭୁବନେଶ୍ବର: ରାଜଧାନୀରେ ହୋଇଥିବା ଏଟିଏମ ଲୁଟ ଘଟଣାରେ କମିଶନରେଟ ପୋଲିସକୁ ମିଳିଛି ଅନ୍ତର୍ଜାତୀୟ ଲୁଟେରା ଗ୍ୟାଙ୍ଗର ଲିଙ୍କ। ବେଙ୍ଗାଲୁରୁରୁ ଗିରଫ ହୋଇଛନ୍ତି ୨ ବାଂଲାଦେଶୀ ଲୁଟେରା। ବାଂଲାଦେଶରୁ ଆସି ଭାରତର ବିଭିନ୍ନ ରାଜ୍ୟରେ ଲୁଟେରା ବୁଲି ବୁଲି ଏଟିଏମ ତାଡି ଲୁଟ କରୁଥିଲେ ଲୁଟେରା। ଏହି ଆନ୍ତର୍ଜାତୀୟ ଗ୍ୟାଙ୍ଗର ୨ ଲୁଟେରାଙ୍କୁ ଗିରଫ କରିବାରେ ସଫଳ ହୋଇଛି କମିଶନରେଟ ପୋଲିସ ସ୍ପେଶାଲ ଟିମ୍। ଲୁଟ ପରେ ଲୁଟ ଟଙ୍କାକୁ ବାଂଲାଦେଶ  ପଠାଇଥିବା ନେଇ ସନ୍ଦେହ କରୁଛି ପୋଲିସ। ଘଟଣାସ୍ଥଳରୁ ଆଉ ୪ ଅଭିଯୁକ୍ତ ଫେରାର ହେବାରେ ସଫଳ ହୋଇଛନ୍ତି। ଏଟିଏମ ଲୁଟ ଘଟଣାର ଦୁଇ ସପ୍ତାହ ମଧ୍ୟରେ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ପୋଲିସ। ଲୁଟେରାଙ୍କ ବାବଦରେ ଅଧିକ ଯାଞ୍ଚ କରିବାକୁ ଇଣ୍ଟରପୋଲ କୁ ଚିଠି ଲେଖିବ ପୋଲିସ।   


COMMERCIAL BREAK
SCROLL TO CONTINUE READING

ବାଂଲାଦେଶରୁ ଆସି ଭାରତରେ ଲୁଟୁଥିଲେ। ଲୁଟ ଟଙ୍କାକୁ ବାଂଲାଦେଶ ନେଇ ସେଠାରେ କରୁଥିଲେ ଭାଗବଣ୍ଟା। ଏଭଳି ଏକ ଅନ୍ତର୍ଜାତୀୟ ଲୁଟେରା ଗ୍ୟାଙ୍ଗର ଦୁଇ ଲୁଟେରାଙ୍କୁ ଧରିବାରେ ସଫଳତା ପାଇଛି କମିଶନରେଟ ପୋଲିସ।  ଭୁବନେଶ୍ବର ଲିଙ୍ଗିପୁର ଅଞ୍ଚଳରେ ଥିବା ଏକ ଏସବିଆଇ ଏଟିଏମରୁ ଲୁଟ ହେବାର ୧୦ ଦିନ ଭିତରେ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି କମିଶନରେଟ ପୋଲିସ ସ୍ପେଶାଲ ଟିମ। ଦୁର୍ବୃତ୍ତ କିଭଳି ଏଟିଏମ ତାଡ଼ି ନେଇ ଲକ୍ଷାଧିକ ଟଙ୍କା ଲୁଟ୍‌ କରିବାରେ ସଫଳ ହେଲେ ତାହା କମିଶନରେଟ୍‌ ପୋଲିସ୍‌ ପାଇଁ ଚ୍ୟାଲେଞ୍ଜ ହୋଇଥିଲା। ସିସିଟିଭି ନଜରରେ ଥିବା ଏଟିଏମ କୁ ଲୁଟେରା କିଭଳି ଲୁଟ କଲେ ତାହାକୁ ନେଇ ଖୋଳତାଡ ଚଲାଇଥିଲା ପୋଲିସ। ଭୁବନେଶ୍ବରରେ ଘଟିଥିବା ଏହି ଘଟଣା ଭଳି ଗୋଆରେ ଘଟିଥିବା ଏଟିଏମ୍ ଲୁଟ୍‌ ଘଟଣା ସହ ସାମଞ୍ଜସ୍ୟ ଥିବା ପୋଲିସ ଜାଣିବାକୁ ପାଇଥିଲା। ଗୋଆ ଲିଙ୍କରେ ଧରାପଡିଥିବା କିଛି ଅଭିଯୁକ୍ତଙ୍କ ବାବଦରେ ତଦନ୍ତ ପରେ ଲିଙ୍ଗିପୁର ଏଟିଏମ୍‌ ଲୁଟ୍‌ ଘଟଣା ପଛରେ ମଧ୍ୟ ବାଂଲାଦେଶ ଲିଙ୍କ୍‌ ଥିବା ସନ୍ଦେହ ଜାଣିବାକୁ ପାଇଥିଲା ପୋଲିସ।


ଏହା ପରେ ସେମାନଙ୍କୁ ଧରିବା ପାଇଁ ଆରମ୍ଭ ହେବା ମିଶନ ଇମ୍ପସିବଲ। କମିଶନରେଟ ପୋଲିସର ବଛାବଛା ୨ ଅଧିକାରୀଙ୍କୁ ନେଇ ଗଠିତ ଟିମ୍ ଲୁଟେରାଙ୍କ ପିଛା କରି ପହଞ୍ଚିଥିଲା। ଗୋଆ ଜେଲରେ ଥିବା କିଛି ଅପରାଧୀ ବିଗତ ଦିନରେ କରିଥିବା ଅପରାଧ ଏବଂ ତାଙ୍କ ସହଯୋଗୀଙ୍କ ତଥ୍ୟ ସଂଗ୍ରହ ସମୟରେ ଏଭଳି କିଛି ଅପରାଧୀଙ୍କ ସମ୍ପର୍କରେ ତଥ୍ୟ ମିଳିଥିଲା। ଏହା ବାଦ ଅପରାଧୀଙ୍କ ବେଶ ଭୁଷାର CCTV ତଥ୍ୟ ପାଇଲା ପରେ ସ୍ପେସିଆଲ ସ୍କ୍ୱାଡ୍ ଟିମ ବିଭିନ୍ନ ହୋଟେଲରୁ ତଥ୍ୟ ସଂଗ୍ରହ କରିଥିଲା ଏବଂ ଏହି ଅପରାଧୀଙ୍କ ବାବଦରେ ସୂଚନା ପାଇଥିଲା।   


ଲୁଟେରାଙ୍କୁ ଧରିବା ପରେ ମିଳିଥିଲା ଲୁଟେରାଙ୍କ ବାଂଲାଦେଶ ଲିଙ୍କ। ଗିରଫ ଦୁଇ ଅଭିଯୁକ୍ତ ହେଲେ ବାଂଲାଦେଶର ଖୋକନ ମୌଲା ଏବଂ ମିଜାନୁର ରେହମନ ମୋଲ୍ଲା। ଅଭିଯୁକ୍ତ ତ୍ରିପୁରା ଅଗରତାଲା ଦେଇ ଭାରତରେ ପ୍ରବେଶ କରୁଥିଲେ। ଅଗରତାଲାରୁ କାର ଯୋଗେ ପଶ୍ଚିମବଙ୍ଗ ଆସିବା ପରେ ସେଠାରୁ ବସ ଯୋଗେ ବିଭିନ୍ନ ରାଜ୍ୟକୁ ଯାଇ ସେଠାରେ ରହିଥାନ୍ତି। ଯେଉଁ ସବୁ ଏଟିଏମରେ ସିକ୍ୟୁରିଟି ବ୍ୟବସ୍ଥା କମ ଥାଏ ତାହାକୁ ସେମାନେ ଟାର୍ଗେଟ କରିଥାନ୍ତି।   ଗତ ୫ ତାରିଖରେ ୬ ବାଂଲାଦେଶୀ ଲୁଟେରା ଲିଙ୍ଗପୁର ଏଟିଏମ ଯାଇ ସେଠାରେ ଛକି ବସିଥିଲେ। ସେମାନଙ୍କ ମଧ୍ୟରୁ ୩ ଲୁଟେରା ଟାଟା ଏସିଇ ଚୋରି କରି ଆସିବା ପରେ ରାତି ଅଧରେ ଏଟିଏମ ଲୁଟ କରି ନେଇଯାଇଥିଲେ। ଦୟା ନଦୀ କୂଳରେ ଲୁଟ ଟଙ୍କା ବାହାର କରିବା ପରେ ସେଠାରୁ ଟଙ୍କା ନେଇ ଫେରାର ହୋଇଯାଇଥିଲେ। ଘଟଣାରେ ଥିବା ୫ଜଣ ଅଭିଯୁକ୍ତ ବାଂଲାଦେଶୀ ଥିଲେ ଓ ଅପରାଧ ଘଟାଇବା ପାଇଁ ସେମାନେ ବାଂଲାଦେଶରୁ ଭାରତ ଭିତରକୁ ପଶି ଆସି ଅପରଧ ଘଟାଇ ପୁଣି ସେମାନେ ବାଂଲାଦେଶ ପଳାଇ ଯାଇଥାନ୍ତି। 


ଏହି ଘଟଣା ଭିଆଇବା ପରେ ଅପରାଧୀ ଘଟଣା ପରେ ଲୁଟ କରିଥିବା ଟଙ୍କାକୁ ତାଙ୍କ ସହଯୋଗୀ ଓ ଦଲାଲଙ୍କ ଜରିଆରେ ବାଂଲାଦେଶକୁ ପଠାଇ ଦେଇଥିବା ଜଣାପଡ଼ିଛି। ଅଧିକ ତଥ୍ୟ ହାସଲ କରିବା ପାଇଁ ରିମାଣ୍ଡରେ ଆଣିବାକୁ ଯୋଜନା କରିଛି ପୋଲିସ। ତଦନ୍ତ ବେଳେ ହୋଟେଲ କର୍ତ୍ତୃପକ୍ଷ ଲୁଟେରାଙ୍କ ପରିଚୟ ପତ୍ର ରଖି ନ ଥିବାକୁ ଦୁଇ ହୋଟେଲ ମାଲିକଙ୍କୁ ଅଟକ ରଖି ଜେରା କରୁଛି ପୋଲିସ। ଏପଟେ ବ୍ୟାଙ୍ଗ ଏଟିଏମ ସୁରକ୍ଷା ଦାୟିତ୍ବରେ ଥିବା ଅଧିକାରୀ RBI ନିୟମ ଉଲ୍ଲଂଘନ କରୁଥିବାରୁ ଏହାକୁ ନେଇ କଠୋର କାର୍ଯ୍ୟାନୁଷ୍ଠାନ କରିବା ପାଇଁ କହିଛନ୍ତି ଭୁବନେଶ୍ବର ଡିସିପି। ପୂର୍ବରୁ ଏଭଳି ଅନେକ ଘଟଣା ଘଟିଛି ଯେଉଁ ଘଟଣାରେ ଲୁଟେରା ଏଟିଏମ ଲୁଟ କରିବାକୁ ଯୋଜନା କରି ବିଫଳ ହୋଇଛନ୍ତି। ହେଲେ ବାଂଲାଦେଶୀ ଲୁଟେରା  ଲୁଟ କରିବା ପାଇଁ ସମ୍ପୂର୍ଣ୍ଣ ଏଟିଏମ ତାଡି ନେଇଯିବା ଘଟଣା ପ୍ରଥମ।