ବେଙ୍ଗାଲୁରୁ: କର୍ଣ୍ଣାଟକର ରାମନଗର ସହରାଞ୍ଚଳରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ଜଣେ ଅଟୋ ଡ୍ରାଇଭର ନିଜ ସ୍ତ୍ରୀଙ୍କୁ ନିର୍ଦ୍ଦୟ ଭାବେ ଚାକୁ ଭୁସି ହତ୍ୟା କରିଛି। ସ୍ତ୍ରୀ ପର୍ଣ୍ଣ ଫିଲ୍ମରେ ଅଭିନୟ କରୁଥିବା ସନ୍ଦେହରେ ଅଭିଯୁକ୍ତ ଏପରି କାଣ୍ଡ ଭିଆଇଛି। ରବିବାର ମଧ୍ୟାହ୍ନରେ ଏହି ହତ୍ୟା କାଣ୍ଡ ଘଟିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। 


COMMERCIAL BREAK
SCROLL TO CONTINUE READING

ବେଙ୍ଗାଲୁରର ରାମନଗରରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ପର୍ଣ୍ଣ ଫିଲ୍ମରେ ଅଭିନୟ କରିଥିବା ସନ୍ଦେହରେ ଜଣେ ସ୍ୱାମୀ ନିଜ ପତ୍ନୀଙ୍କୁ ଛୁରୀ ଭୁସି ହତ୍ୟା କରିଛି। ଅଭିଯୁକ୍ତ ତାଙ୍କ ପିଲାମାନଙ୍କ ଆଗରେ ପତ୍ନୀଙ୍କୁ ହତ୍ୟା କରିଥିଲା। ରବିବାର ସକାଳେ ପୋଲିସ ଏ ସମ୍ପର୍କରେ ସୂଚନା ପାଇଥିଲା।


Also Read: ଖୋଲୁଛି ରାଜଧାନୀର କୋକେନ କାରବାର ଗୁମର, ଦିଲ୍ଲୀରେ ବସିଛି କିଙ୍ଗପିନ୍


ପୋଲିସ କହିଛି ଯେ, ଅଭିଯୁକ୍ତ ଜଣକ ଜାହିର ପାଶା (୪୦) ବୋଲି ଜଣାପଡିଛି। ସେ ଜଣେ ଅଟୋ ଡ୍ରାଇଭର (Auto Driver)। ୧୫ ବର୍ଷ ତଳେ ସେ ମୁବିନାଙ୍କୁ ବିବାହ କରିଥିଲା। ପାଶା ଓ ମୁବିନାଙ୍କ ୫ ଜଣ ସନ୍ତାନ ଅଛନ୍ତି। ପାଶା ସବୁବେଳେ ଅଶ୍ଳୀଳ ଭିଡିଓ (Porn Video) ଦେଖୁଥିଲା। ପ୍ରାୟ ଦୁଇମାସ ପୂର୍ବେ ସେ ଏକ ପର୍ଣ୍ଣ ଫିଲ୍ମ ଦେଖିଥିଲା, ସେଥିରେ ମହିଳା ଚରିତ୍ରରେ ନିଜ ସ୍ତ୍ରୀ ଥିବା ସନ୍ଦେହ କରିଥିଲା। ଏହାକୁ ନେଇ ତାଙ୍କ ଘରେ ସବୁବେଳେ ପାଟିତୁଣ୍ଡ ଚାଲିଥିଲା।


ରବିବାର ମଧ୍ୟାହ୍ନରେ ସମାନ କଥାକୁ ନେଇ ପାଶା ଓ ମୁବିନାଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହି ସମୟରେ ପାଶା ରାଗିଯାଇ ପତ୍ନୀ ମୁବିନାଙ୍କୁ ଛୁରୀରେ ଭୁସି ହତ୍ୟା (Murder) କରିଥିଲା। ପାଶାର ବଡପୁଅ ପ୍ରଥମେ ନିଜ ଜେଜେବାପାଙ୍କୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ। ପରେ ପୀଡିତାଙ୍କ ବାପା ଗୌସ ପାଶାଙ୍କୁ ଖବର ଦିଆଯାଇଥିଲା। ଗୌସଙ୍କ ବାପାଙ୍କ ଏତଲାକୁ ଭିତ୍ତିକରି ପୋଲିସ (Bengaluru Police) ମାମଲାର ତଦନ୍ତ ଚଳାଛି।


Also Read: କ୍ଲାସରେ ପର୍ଣ୍ଣ ଭିଡିଓ


ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ମୁବିନା ବିଏମ ରୋଡରେ ରେହମାନିଆ ନାଗରରେ ରହୁଥିଲେ। ଅଭିଯୁକ୍ତ ପାଶା ଦୁଇ ମାସ ପୂର୍ବେ କୋଲାର ଏକ ପାରିବାରିକ ଉତ୍ସବରେ ମୁବିନାଙ୍କୁ ଆକ୍ରମଣ କରିଥିଲେ। ତା’ପରେ ସେ ମୁବିନାଙ୍କୁ ନିର୍ଘାତ ପିଟିଥିଲେ, ଫଳରେ ତାଙ୍କୁ ୨୦ ଦିନ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଲା। ତେବେ ଯେଉଁ ପର୍ଣ୍ଣ ଭିଡିଓ ପାଇଁ ମୁବିନାଙ୍କ ଜୀବନ ଗଲା ସେଥିରେ ଥିବା ଅଭିନେତ୍ରୀ ପାଶାର ସ୍ତ୍ରୀ ନା ଆଉ କିଏ ତାହା ଜଣା ପଡିନାହିଁ।