ଖୋଲୁଛି ରାଜଧାନୀର କୋକେନ କାରବାର ଗୁମର, ଦିଲ୍ଲୀରେ ବସିଛି କିଙ୍ଗପିନ୍
Advertisement

ଖୋଲୁଛି ରାଜଧାନୀର କୋକେନ କାରବାର ଗୁମର, ଦିଲ୍ଲୀରେ ବସିଛି କିଙ୍ଗପିନ୍

Bhubaneswar Drug Trafficking: ଏହି ଦୁଇ ଡ୍ରଗ୍ସ ମାଫିଆ ରବି ଓ ତାର ସହଯୋଗୀ ସନ୍ନି ଦିଲ୍ଲୀରୁ ଡ୍ରଗ୍ସ ଆଣି ଭୁବନେଶ୍ୱରରେ ବେପାର କରୁଥିଲେ । ଦିଲ୍ଲୀର ତୁର୍କମାନଗେଟରେ ଡ୍ରଗ୍ସ ବାପାରର ମାଷ୍ଟପ୍ଲାନ ଚାଲୁଥିଲା । ସେଠାରୁ ଭୁବନେଶ୍ୱରକୁ ଡ୍ରଗ୍ସ ସପ୍ଲାଏ କରାଯାଉଥିଲା । ରବି ଓ ସନ୍ନି ଅଧିକାଂଶ ସମୟରେ ଦିଲ୍ଲୀରୁ ଭୁବନେଶ୍ୱର ଆସିଥାନ୍ତି । ରାଜଧାନୀର ବଡ଼ ବଡ଼ ହୋଟେଲ ଓ ଦୋକାନୀମାନଙ୍କ ସହ ଯୋଗାଯୋଗ କରି ଡ୍ରଗ୍ସ ବେପାର କରିଥାନ୍ତି । ଦୀର୍ଘ ଦିନ ଧରି ରବି ଓ ସନ୍ନି ଭୁବନେଶ୍ୱରରେ ସକ୍ରିଆ ଭାବରେ ଡ୍ରଗ୍ସ ବେପାର କରୁଥିଲେ । 

ଖୋଲୁଛି ରାଜଧାନୀର କୋକେନ କାରବାର ଗୁମର, ଦିଲ୍ଲୀରେ ବସିଛି କିଙ୍ଗପିନ୍

ଭୁବନେଶ୍ୱର: Bhubaneswar Drug Trafficking: ଭୁବନେଶ୍ୱରରୁ କୋକେନ ମିଳିବା ଘଟଣା । ଆଜିଠୁ ଚାରି ଦିନିଆ ରିମାଣ୍ଡରେ ଗଲେ ୨ ଅଭିଯୁକ୍ତ । ୫ ଦିନ ପାଇଁ ରିମାଣ୍ଡ ଆବେଦନ କରାଯାଇଥିଲା । କିନ୍ତୁ ୪ ଦିନ ରିମାଣ୍ଡରେ ନେବାକୁ ଜିଲ୍ଲା ସେସନ୍ କୋର୍ଟ ଅନୁମତି ଦେଇଛି । ରବି ସିଂ ଓ ସନ୍ନି କୁମାରଙ୍କୁ ଏସଟିଏଫ ଜେରା କରିବ । ରିମାଣ୍ଡ ଅବଧି ଭିତରେ ଗୁମର ଖୋଲିବ ଏସଟିଏଫ (STF) । ୨୦୨୩ ହକି ବିଶ୍ୱକପ ସମୟରେ ବିଦେଶୀ ଦର୍ଶକଙ୍କୁ କୋକେନ୍ (Cocaine) ବିକ୍ରି ପାଇଁ ଚଳାଇ ଥିଲେ ମସୁଧା । ବିଦେଶୀ ଓ ଖେଳାଳି ରହୁଥିବା ତାରକା ହୋଟେଲ ସହ ଯୋଗାଯୋଗ କରିବାର ରହିଥିଲା ପ୍ଲାନ୍ । ଦିଲ୍ଲୀର ତୁର୍କ ମାନଗେଟରେ ରହିଛି ରବିର ବିଗବସ୍ । ସେଠାରୁ ଓଡ଼ିଶାକୁ ଯୋଗାଣ ହେଉଛି କୋକେନ ।

୨୦୧୦ କମନୱେଲଥ ଗେମ୍ ସମୟରେ ରବି କୋକେନ ବ୍ୟବସାୟ ଆରମ୍ଭ କରିଥିଲା । ସେ ରାଜସ୍ଥାନରେ ହୋଟେଲ ବ୍ୟବସାୟ ଚଳାଉଥିଲା । ଏହାସହ ଦିଲ୍ଲୀରେ ଟ୍ରାଭେଲ ବ୍ୟବସାୟ ଚଳାଉଥିଲା । ରବି ଠାରୁ ଜବତ ହୋଇଛି ସାଉଥ ଆଫ୍ରିକା କରେନ୍ସି । ରବି ଓ ସନ୍ନିଙ୍କ କଲ ରେକର୍ଡ ଯାଞ୍ଚ କରୁଛି ଏସଟିଏଫ ।

ସୂଚନାଯୋଗ୍ୟ, ସେମାନେ ୨୦୨୩ ଜାନୁଆରି ହକି ବିଶ୍ୱକପରେ ସାମିଲ ହେବାକୁ ଥିବା ବିଦେଶୀ ଖେଳାଳି ଓ ବିଦେଶୀ ଦର୍ଶକ ମାନଙ୍କୁ ଟାର୍ଗେଟ କରିବାର ପ୍ଲାନ୍ କରିଥିଲେ । ଏନେଇ ଭୁବନେଶ୍ୱରର ବଡ଼ ବଜ ହୋଟେଲ ଓ ଦୋକାନୀମାନଙ୍କୁ ସହ ଆଲୋଚନା ଚାଲିଥିଲା । ତେବେ ଗତ କିଛି ଦିନ ତଳେ ଭୁବନେଶ୍ୱର ସ୍ଥିତ Xavier Square ରେ ଦୁଇ ଜଣ ଲୋକ ଡ୍ରଗ୍ସ ବେପାର କରୁଥିବା ଖବର ପାଇଥିଲା ରାଜ୍ୟ STF । 

ଖବର ପାଇ ଏକ ସ୍ୱତନ୍ତ୍ର ଟିମ ଚଢାଉ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ୨୦୨ ଗ୍ରାମର କୋକେନ୍ ଜବତ କରିଥିଲା । ଯାହାର ମୂଲ୍ୟ ୫୦ ଲକ୍ଷ ଟଙ୍କାରୁ ଅଧିକ ହୋବ ବୋଲି କୁହାଯାଉଛି । ଦୁଇ ଅଭିଯୁକ୍ତ ରବି ଓ ସନ୍ନି ରାଜସ୍ଥାନର ବାସିନ୍ଦା । ରବି ଓ ସନ୍ନିଙ୍କୁ ପଚରାଉଚରା କରିବା ବେଳେ ଅନେକ ଗୁରୁତ୍ୟପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଥିଲା । କିଭଳି ଭୁବନେଶ୍ୱକୁ ଟାର୍ଗେଟ କରିଥିଲେ ଓ କିଭଳି ଚାଲିଥିଲା ଡ୍ରଗ୍ସ ବାପାରର ମାଷ୍ଟର ପ୍ଲାନ ଏହିଭଳି ଅନେକ ତଥ୍ୟର ଖୁଲାସା କରିଛି ଏସଟିଏଫ । 

ଏହା ବି ପଢ଼ନ୍ତୁ:-ଲାଉଡସ୍ପିକର ବିବାଦକୁ ନେଇ ବଡ଼ ବୟାନ ଦେଲେ ଏହି ବଲିଉଡ ସିଙ୍ଗର

ଏହା ବି ପଢ଼ନ୍ତୁ:-ନିର୍ବାଚନ ପୂର୍ବରୁ ରାଜସ୍ଥାନରେ ବଦଳିବେ ମୁଖ୍ୟମନ୍ତ୍ରୀ, ପାଇଲଟଙ୍କୁ ମିଳିବ କମାଣ!

ଏହି ଦୁଇ ଡ୍ରଗ୍ସ ମାଫିଆ ରବି ଓ ତାର ସହଯୋଗୀ ସନ୍ନି ଦିଲ୍ଲୀରୁ ଡ୍ରଗ୍ସ ଆଣି ଭୁବନେଶ୍ୱରରେ ବେପାର କରୁଥିଲେ । ଦିଲ୍ଲୀର ତୁର୍କମାନଗେଟରେ ଡ୍ରଗ୍ସ ବାପାରର ମାଷ୍ଟପ୍ଲାନ ଚାଲୁଥିଲା । ସେଠାରୁ ଭୁବନେଶ୍ୱରକୁ ଡ୍ରଗ୍ସ ସପ୍ଲାଏ କରାଯାଉଥିଲା । ରବି ଓ ସନ୍ନି ଅଧିକାଂଶ ସମୟରେ ଦିଲ୍ଲୀରୁ ଭୁବନେଶ୍ୱର ଆସିଥାନ୍ତି । ରାଜଧାନୀର ବଡ଼ ବଡ଼ ହୋଟେଲ ଓ ଦୋକାନୀମାନଙ୍କ ସହ ଯୋଗାଯୋଗ କରି ଡ୍ରଗ୍ସ ବେପାର କରିଥାନ୍ତି । ଦୀର୍ଘ ଦିନ ଧରି ରବି ଓ ସନ୍ନି ଭୁବନେଶ୍ୱରରେ ସକ୍ରିଆ ଭାବରେ ଡ୍ରଗ୍ସ ବେପାର କରୁଥିଲେ । ତେବେ STF ଗିରଫ ଦୁଇ ଅଭିଯୁକ୍ତଙ୍କ ପାଖରୁ ଅନେକ ଜିନିଷ ଜବତ କରିଛି । ରବି ସିଂ ପାଖରୁ ଏକ ସାଉଥ ଆଫ୍ରିକା ନୋଟ ଜବତ କରିବା ସହ ଦୁଇ ଅଭିଯୁକ୍ତ କଲ ରେକର୍ଡ ଯାଞ୍ଚ ଆରମ୍ଭ କରିଛି ।  କେବଳ ବଡ଼ ହୋଟେଲ ନୁହେଁ ଭବନେଶ୍ୱର ସାଲିଆ ସାହି ଭଳି ଅନେକ ବସ୍ତି ଓ କଲେଜ ଛାତ୍ରମାନଙ୍କୁ ମଧ୍ୟ ଟାର୍ଗେଟ କରୁଥିଲେ ।