ସେପଟେ ଏହାକୁ ନେଇ ଶିଶୁଙ୍କ ମାତାପିତାଙ୍କ ମତାମତାରେ ମତଭେଦ ଦେଖାଦେଇଛି । ସ୍ଥାନୀୟ ମିଡିଆ ସହ କଥା ହୋଇଥିବା ଜଣେ ଛାତ୍ରର ମା' କହିଛନ୍ତି ଯେ, ଶିକ୍ଷକଙ୍କ ଯାହା କରିଛନ୍ତି ତାହା ବହୁତ ଅନୁଚିତ ଓ ଏପରି କରିବାର ଉଚିତ ନଥିଲା । ଏହାସହ କିଛି ମାତାପିତା ଶିକ୍ଷକ କେଭିନଙ୍କୁ ପସନ୍ଦ କରନ୍ତି । ଆଉ ସେମାନେ କେଭିନଙ୍କୁ ଚାକିରିରୁ ବରଖାସ୍ତ କରିବା ଉପରେ ଦୁଃଖ ବ୍ୟକ୍ତ କରିଛନ୍ତି ।
Trending Photos
ନୂଆଦିଲ୍ଲୀ: ଶୁଣିଲେ ଟିକେ ଆଶ୍ଚର୍ଯ୍ୟ ଲାଗିବ, କିନ୍ତୁ ଏହା ସତ । କ୍ଲାସ୍ ଚାଲୁଥିବା ସମୟରେ ହଠାତ୍ ଚାଲିଲା ପର୍ଣ୍ଣ ଭିଡିଓ । ଜଣେ ହାଇସ୍କୁଲ ଶିକ୍ଷକ (Teacher) କ୍ଲାସ୍ (Class) ଚାଲୁଥିବା ସମୟରେ ପ୍ରୋଜେକ୍ଟରେ ଅଡଲ୍ଟ ବା ପର୍ଣ୍ଣ ଭିଡିଓ (Adult Video) ଚଲାଇଛନ୍ତି । ଏହି ଘଟଣା ସାମ୍ନାକୁ ଆସିବା ପରେ ଶିକ୍ଷକଙ୍କୁ ଚାକିରିରୁ ବରଖାସ୍ତ କରାଯାଇଛି । ଏହାସହ ବର୍ତ୍ତମାନ ତାଙ୍କ ଉପରେ ମାମଲା ମଧ୍ୟ ରୁଜୁ କରାଯାଇଛି । ଫଳରେ ଶିକ୍ଷକଙ୍କୁ ଗୋଟିଏ ବର୍ଷ ପାଇଁ ଜେଲ ଦଣ୍ଡ ମଧ୍ୟ ହୋଇପାରେ ।
ଏଠାରେ କହିରଖୁଛୁ ଯେ, ଏହି ଘଟଣା ଆମେରିକା (America) ର ଟେକ୍ସାସ (Texas) ଅଞ୍ଚଳରେ ଘଟିଛି । ଏଠାରେ ହ୍ୟୁଷ୍ଟନ ଅଞ୍ଚଳରେ କ୍ଲେନ୍ କୋଲିନ୍ସ ହାଇସ୍କୁଲ ରହିଛି । ଏକ ସ୍ଥାନୀୟ ଖବରକାଗଜ ଅନୁସାରେ, ବିଦ୍ୟାଳୟର ଶିକ୍ଷକ କେଭିନ ୱେଲଚେଲ ନିଜର ଲାପଟପରେ ପର୍ଣ୍ଣ ଭିଡିଓ ଦେଖୁଥିଲେ । ଏହି ସମୟରେ ଭୁଲରେ ଏହି ଭିଡିଓ କ୍ଲାସ୍ ରୁମରେ ଲାଗିଥିବା ପ୍ରୋଜେକ୍ଟରେ ଚାଲିବାକୁ ଲାଗିଥିଲା । ଏହା ପରେ ଶିକ୍ଷକଙ୍କୁ ତୁରନ୍ତ ଚାକିରିରୁ ବରଖାସ୍ତ କରାଯାଇଥିଲା । ବର୍ତ୍ତମାନ ସେ ଜିଲ୍ଲା ପ୍ରଶାସନ ସହ ଜଡ଼ିତ ନାହାଁନ୍ତି ଓ ପ୍ରଶାସନ ଏପରି ବ୍ୟବହାରକୁ ମଧ୍ୟ ସହ୍ୟ କରେନାହିଁ ବୋଲି ଜିଲ୍ଲା ପ୍ରଶାସନର ପ୍ରବକ୍ତା ଷ୍ଟିନ୍ ଏଲର୍ବଟ କହିଛନ୍ତି ।
ଏହା ବି ପଢ଼ନ୍ତୁ:-ଲାଉଡସ୍ପିକର ବିବାଦକୁ ନେଇ ବଡ଼ ବୟାନ ଦେଲେ ଏହି ବଲିଉଡ ସିଙ୍ଗର
ଏହା ବି ପଢ଼ନ୍ତୁ:-ନିର୍ବାଚନ ପୂର୍ବରୁ ରାଜସ୍ଥାନରେ ବଦଳିବେ ମୁଖ୍ୟମନ୍ତ୍ରୀ, ପାଇଲଟଙ୍କୁ ମିଳିବ କମାଣ!
ଏହା ବି ପଢ଼ନ୍ତୁ:-ସରକାରଙ୍କ ବଡ଼ ନିଷ୍ପତ୍ତି, ବିନା ଅନୁମତିରେ ଧାର୍ମିକ ସ୍ଥଳରେ ଲାଗିବନି ଲାଉଡସ୍ପିକର
ସେ ଆଗକୁ କହିଛନ୍ତି ଯେ, କେଭିନଙ୍କୁ ଚାକିରିରୁ ବରଖାସ୍ତ କରିବା ବ୍ୟତୀତ ଶିଶୁଙ୍କୁ କ୍ଷତିକାରକ ଜିନିଷ ଦେଖାଇବାକୁ ନେଇ ଅପରାଧିକ ମାମଲା ରୁଜୁ କରାଯାଇଛି । ଯେଉଁଥିରେ ଗୋଟିଏ ବର୍ଷର ଜେଲ ଦଣ୍ଡାଦେଶ ଓ ୩ ଲକ୍ଷ ଟଙ୍କାର ଜରିମାନା ପ୍ରାବଧାନ ସାମିଲ ରହିଛି । ସେପଟେ ଏହାକୁ ନେଇ ଶିଶୁଙ୍କ ମାତାପିତାଙ୍କ ମତାମତାରେ ମତଭେଦ ଦେଖାଦେଇଛି । ସ୍ଥାନୀୟ ମିଡିଆ ସହ କଥା ହୋଇଥିବା ଜଣେ ଛାତ୍ରର ମା' କହିଛନ୍ତି ଯେ, ଶିକ୍ଷକଙ୍କ ଯାହା କରିଛନ୍ତି ତାହା ବହୁତ ଅନୁଚିତ ଓ ଏପରି କରିବାର ଉଚିତ ନଥିଲା । ଏହାସହ କିଛି ମାତାପିତା ଶିକ୍ଷକ କେଭିନଙ୍କୁ ପସନ୍ଦ କରନ୍ତି । ଆଉ ସେମାନେ କେଭିନଙ୍କୁ ଚାକିରିରୁ ବରଖାସ୍ତ କରିବା ଉପରେ ଦୁଃଖ ବ୍ୟକ୍ତ କରିଛନ୍ତି ।