ଲଣ୍ଡନ: ଶହେ ମହିଳାଙ୍କ ମୃତଦେହ ସହ ଦୁଷ୍କର୍ମ କରାଯାଇଛି। ଆଉ ଅପରାଧର ପ୍ରାୟ ୩୪ ବର୍ଷ ପରେ ଦୋଷୀକୁ ଦଣ୍ଡ ମିଳିବାକୁ ଯାଉଛି। ଅପରାଧିକୁ ଏହି ସ୍ତରରେ ପହଞ୍ଚାଇବା ପାଇଁ ପୋଲିସ ୨୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରିଛି। ଏହି ଚାଞ୍ଚଲ୍ୟକର ଘଟଣା ଇଂଲଣ୍ଡର ଇଷ୍ଟ ସସେକ୍ସ ରାଜ୍ୟର ହୀଥଫିଲ୍ଡ ସହରରେ ଘଟିଛି।


COMMERCIAL BREAK
SCROLL TO CONTINUE READING

୩୪ ବର୍ଷ ପରେ ଲୋମହର୍ଷଣକାରୀ କାଣ୍ଡ ଘଟାଇଥିବା ଅପରାଧିକୁ ଦଣ୍ଡ ମିଳିବ। ଶହେ ଜଣ ମୃତ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ବର୍ତ୍ତମାନ ଅପରାଧି ଡେଭିଡ୍ ଫୁଲରଙ୍କୁ ୬୭ ବର୍ଷ ବୟସ ହଲାଣି। ସେ ୧୨ ବର୍ଷ ଧରି ଦୁଇଟି ମୁର୍ଦ୍ଦା ଘର (ଶବ ରଖିବା ଗୃହ) ଭିତରେ ପ୍ରାୟ ଶହେ ମୃତଦେହ ସହିତ ଦୁଷ୍କର୍ମ କରିଥିଲେ। କିନ୍ତୁ କାହାକୁ ଏହି ଘଟଣାର ସୁରାକ୍ ମିଳିଥିଲା।


Also Read: ଏହି ଅଭ୍ୟାସ ରହସ୍ୟମୟୀ ଭାବେ ନେଉଛି ଆପଣଙ୍କ ପ୍ରାଣ


୧୯୮୯ ମସିହାରୁ ଅପରାଧି ଡେଭିଡ୍ ଫୁଲର ୧୨ ବର୍ଷ ଧରି ହୀଥଫିଲ୍ଡ ହସ୍ପିଟାଲର ମୁର୍ଦ୍ଦା ଘରର ଇଲେକ୍ଟ୍ରିସିଆନ ଭାବେ କାର୍ଯ୍ୟରତ ଥିଲେ। ସେ ସେଠାରେ ବିଳମ୍ବିତ ରାତି ପର୍ଯ୍ୟନ୍ତ କାମ କରୁଥିଲେ। ସମସ୍ତ ସହକର୍ମୀ ଚାଲିଯିବା ପରେ, ଏକାନ୍ତର ସୁଯୋଗ ନେଇ ଫୁଲର ସେଠାରେ ରଖାଯାଇଥିବା ମହିଳାଙ୍କ ମୃତଦେହ ସହ ଦୁଷ୍କର୍ମ କରୁଥିଲେ। ତେବେ ଫୁଲରକୁ ଧରିବା ଏବଂ ଯାଞ୍ଚ ପାଇଁ ପୋଲିସ ପ୍ରାୟ ୨୧ କୋଟି ୪୨ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି।


ପୋଲିସର କହିବା ଅନୁସାରେ, ଫୁଲର ୧୯୮୭ ମସିହାରେ ବେଣ୍ଡି ନେଲ ଓ କୋରୋଲିନ ପିୟର୍ସ ନାମକ ଦୁଇ ଜଣ ମହିଳାଙ୍କୁ ହତ୍ୟା କରିଥିଲା। ସେମାନଙ୍କ ନମୂନାର ଯାଞ୍ଚ ବେଳେ ଫୁଲରର DNA ମିଳିଥିଲା। ଏହି ମାମଲାର ୨୪ ବର୍ଷ ପରେ ୨୦୧୧ ମସିହାରେ ଫୁଲରକୁ ଗିରଫ କରାଯାଇଥିଲା। ମେଡଷ୍ଟୋନ କୋର୍ଟରେ ମାମଲା ଚାଲୁଥିବା ବେଳେ ଫୁଲର ବିରୁଦ୍ଧରେ ଭିନ୍ନ ଭିନ୍ନ ୫୧ଟି ଅପରାଧ ସାବ୍ୟସ୍ତ ହେଲା। ସେ ଶତାଧିକ ମୃତଦେହ ସହ ଦୁଷ୍କର୍ମ କରିଥିବା ସ୍ୱୀକାର କରିଛି। 


Also Read: କୋରୋନା ପରେ ଭାରତରେ ଏବେ ନୂଆ ଭାଇରସର ଆତଙ୍କ: ଜାଣନ୍ତୁ ଲକ୍ଷଣ


ବର୍ତ୍ତମାନ ପର୍ଯ୍ୟନ୍ତ ଫୁଲର ଦୁଷ୍କର୍ମ କରିଥିବା ୭୮ଟି ମୃତଦେହର ଚିହ୍ନଟ କରାଯାଇ ପାରିଛି। ଯାଞ୍ଚ ବେଳେ ଫୁଲର ଘରୁ ପୋଲିସ ଅଶ୍ଳୀଳ ଫଟୋ, ମୃତଦେହ ସହ କରାଯାଇଥିବା ଦୁଷ୍କର୍ମର ଭିଡିଓ, କମ୍ପ୍ୟୁଟର ହାର୍ଡ ଡିସ୍କ ଜବତ କରିଥିଲା। ତେବେ ସେହି ଜବତ ସାମଗ୍ରୀ ଉପରେ ଫୁଲର ମୃତ ମହିଳାଙ୍କ ନାମ ମଧ୍ୟ ଲେଖିଥିଲା। ମେଡଷ୍ଟୋନ କୋର୍ଟ, ଫୁଲରକୁ ଦୋଷୀ ସବ୍ୟସ୍ତ କରିଛନ୍ତି କିନ୍ତୁ ତାକୁ କେତେ ବର୍ଷ ଓ କେଉଁ ଦଣ୍ଡ ଦିଆଯିବ ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ।