ନୂଆଦିଲ୍ଲୀ: ଜୁନ ୨୫ ତାରିଖରେ ମିନ୍ନେଆପଲିସ୍ କୋର୍ଟ ଆମେରିକାର ପୂର୍ବତନ ପୋଲିସ୍ ଅଧିକାରୀ ଡେରେକ ଚାଉଭିନଙ୍କୁ ସାଢେ ୨୨ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଫ୍ଲୋଏଡଙ୍କ ମୃତ୍ୟୁ ମାମଲାରେ ତାଙ୍କୁ ଏହି ଦଣ୍ଡାଦେଶ ଦିଆଯାଇଛି।
ଗତବର୍ଷ ଆମେରିକାରେ ଫ୍ଲୋଏଡଙ୍କୁ ନ୍ୟାୟ ଦାବିରେ#BlackLivesMatter ଆନ୍ଦୋଳନ ଚାଲିଥିଲା।


COMMERCIAL BREAK
SCROLL TO CONTINUE READING

ଆଫ୍ରିକୀୟ-ଆମେରିକୀୟ ବ୍ୟକ୍ତି ଜର୍ଜ ଫ୍ଲୋଏଡ (George Floyd) ଙ୍କ ମୃତ୍ୟୁକୁ ନେଇ ପୋଲିସର କାର୍ଯ୍ୟକଳାପର ଏକ ଭିଡିଓ ଗତବର୍ଷ ମେ ମାସରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଫ୍ଲୋଏଡଙ୍କ ମୃତ୍ୟୁକୁ ନେଇ ବିଶ୍ୱବ୍ୟାପୀ ଅସନ୍ତୋଷ ପ୍ରକାଶ ପାଇଥିଲା। ଫ୍ଲୋଏଡ ନିଶ୍ୱାସ ନେବାକୁ ସଂଘର୍ଷ କରୁଥିବା ବେଳେ ଏହି ଭିଡିଓରେ ଡେରେକ ଚାଉଭିନ ନାମକ ପୋଲିସ ଅଧିକାରୀ ତାଙ୍କ ବେକରେ ଆଣ୍ଠୁମାଡିଥିବାର ଦେଖାଯାଇଥିଲା। ତାଙ୍କ ବିରୋଧରେ ହୋଇଥିବା ସମସ୍ତ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେବା ପରେ ପୂର୍ବତନ ପୋଲିସ ଅଧିକାରୀ ଚଳିତବର୍ଷ ଏପ୍ରିଲରେ ଦୋଷୀ ସାବ୍ୟସ୍ତ ହୋଇଥିଲେ।


Also Read: ବିଶ୍ୱର ୮୫ ଦେଶରେ Delta Variant ଆତଙ୍କ, WHO ଜାରି କଲା ଚେତାବନୀ


ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ବାରଜଣ ବିଚାରପତିଙ୍କ ଖଣ୍ଡପୀଠ ଚାଉଭିନଙ୍କୁ second-degree ଅନିଚ୍ଛାକୃତ ହତ୍ୟା, third-degree ହତ୍ୟା ଏବଂ second-degree ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ଦୀର୍ଘ ୧୦ ଘଣ୍ଟାର ବିଚାର ପରେ ବିଚାରପତି ପିଟର କାହିଲ ଏହି ଦଣ୍ଡ ଘୋଷଣା କରିଥିଲେ। ତେବେ ଫ୍ଲୋଏଡଙ୍କ ହତ୍ୟା ମାମଲାରେ ଚାଉଭିନ (Derek Chauvin) ଙ୍କ “ବିଶ୍ୱାସ ଏବଂ ଅଧିକାରର ଅପବ୍ୟବହାର ଏବଂ ନିର୍ଦ୍ଦିଷ୍ଟ ନିଷ୍ଠୁରତା” ହେତୁ ରାଜ୍ୟ ନିର୍ଦ୍ଦେଶାବଳୀ ଅନୁଯାୟୀ ଧାର୍ଯ୍ୟ ହୋଇଥିବା ସାଢେ ୧୨ ବର୍ଷ ଦଣ୍ଡରୁ ଅଧିକ ଦଣ୍ଡାଦେଶ ଦେଇଥିଲେ।


ବିଚାରପଚି ଆହୁରି ସ୍ପଷ୍ଟ କରିଛନ୍ତି ଯେ, ଚାଉଭିନଙ୍କ ଉପରେ ଦିଆଯାଇଥିବା ଦଣ୍ଡ ଜନସାଧାରଣଙ୍କ ଦ୍ୱାରା ପ୍ରଭାବିତ ହୋଇ ନାହିଁ, କିନ୍ତୁ ସମସ୍ତ ପ୍ରମାଣକୁ ବିଚାରକୁ ନେଇ ଏହି ରାୟ ଦିଆ ଯାଇଛି। ଫ୍ଲୋଏଡ ହତ୍ୟା ମାମଲାରେ ଓକିଲମାନେ ଚାଉଭିନଙ୍କୁ ୩୦ ବର୍ଷ ଜେଲ ଦଣ୍ଡ ଦାବି କରିଥିଲେ। ଫ୍ଲୋଏଡ ପରିବାର ସହ ଯୋଗାଯୋଗରେ ଥିବା ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ପ୍ରକାଶ କରିଛନ୍ତି ଯେ, ଅପରାଧୀଙ୍କ ଉପରେ ଦିଆଯାଇଥିବା ଦଣ୍ଡ ଉପଯୁକ୍ତ ମନେହେଉଛି। ଅନ୍ୟପଟେ ଫ୍ଲୋଏଡଙ୍କ ଭାଇ ଟେରେନ୍ସ କିନ୍ତୁ ଚାଉଭିନଙ୍କୁ ଦିଆଯାଇଥିବା ଦଣ୍ଡକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। 


Also Read: WTC Final ବିଜୟର ଅହଂକାର! ସୀମା ଟପିଲେ କ୍ୱିୱି ଫ୍ୟାନ୍ସ ଓ ମିଡିଆ, ଅଲରାଉଣ୍ଡର୍ ମାଗିଲେ କ୍ଷମା


ଚାଉଭିନ ତାଙ୍କ ଦଣ୍ଡାଦେଶ ଶୁଣାଯିବାର ଠିକ୍ ପୂର୍ବରୁ, ତାଙ୍କ ଶୁଣାଣିରେ ସାକ୍ଷ୍ୟ ଦେଇ ନ ଥିବା ବେଳେ ମାସ୍କ କାଢି ଜର୍ଜ ଫ୍ଲୋଏଡଙ୍କ ପରିବାର ଆଡକୁ ଚାହିଁ କହିଥିଲେ, “ ଯଦିଓ, ମୁଁ ଫ୍ଲଏଡ୍ ପରିବାରକୁ ମୋର ସମବେଦନା ଦେବାକୁ ଚାହୁଁଛି। କିନ୍ତୁ ଭବିଷ୍ୟତରେ ଅନ୍ୟ କିଛି ସୂଚନା ମିଳିବାକୁ ଯାଉଛି ଯାହା ଆଗ୍ରହଜନକ ହେବ। ମୁଁ ଆଶା କରେ ଜିନିଷଗୁଡ଼ିକ ଆପଣଙ୍କୁ କିଛି ଶାନ୍ତି ଦେବ।”


ସୂଚନାଯୋଗ୍ୟ, ମେ ୨୦୨୦ରେ, ଚାଉଭିନ, ଫ୍ଲୋଏଡଙ୍କ ବେକରେ ଆଣ୍ଠୁ ମାଡି ଆଠ ମିନିଟରୁ ଅଧିକ ସମୟ ଧରି ବସିଥିଲେ। ଫଳରେ ଫ୍ଲୋଏଡଙ୍କ ମୃତ୍ୟୁ ହୋଇଥିଲା।  ତାଙ୍କୁ ୨୯ ମେ ୨୦୨୦ରେ ଚାଉଭିନଙ୍କୁ ଫ୍ଲୋଏଡଙ୍କ ହତ୍ୟା ଅଭିଯୋଗରେ ଗିରଫ କରାଯାଇଥିଲା। ସୋସିଆଲ ମିଡିଆରେ ଚାଉଭିନଙ୍କ କୃରତାର ଭିଡିଓ ଖୁବ ଭାଇରାଲ ହୋଇଥିଲା। ଭିଡିଓରେ ଫ୍ଲୋଏଡ “ମୁଁ ନିଶ୍ୱାସ ନେଇପାରୁ ନାହିଁ" ବୋଲି କହୁଥିଲେ।


Also Read: କଳା ଦିନକୁ ପୂରିଲା ୪୬ ବର୍ଷ; କେବେ ଭୂଲିପାରିବ ନାହିଁ ଦେଶ: ପିଏମ ମୋଦି 


ଏକ ଦୋକାନରେ ୨୦ ଡଲାରର ନକଲି ବିଲ୍ ପାସ କରିଥିବା ଅଭିଯୋଗରେ ଫ୍ଲୋଏଡଙ୍କୁ ହାତକଡି ପକାଯାଇଥିଲା। ଅଭିଯୋଗ ଅନୁଯାୟୀ, ସେ ପୋଲିସ କାରରେ ବସିବାକୁ ମନା କରିଦେଇଥିଲେ ଏବଂ ଉଦ୍ଦେଶ୍ୟମୂଳକ ଭାବେ ତଳେ ପଡ଼ିଯାଇଥିଲେ। ଚାଉଭିନ ପ୍ରଥମ ଅଧିକାରୀ ଯାହାକୁ ଦଣ୍ଡାଦେଶ ମିଳିଛି। ଅନ୍ୟ ତିନିଜଣ ମଧ୍ୟ ଫ୍ଲୋଏଡ ହତ୍ୟା ମାମଲାରେ ଅଭିଯୁକ୍ତ ହୋଇଥିଲେ।