ଜରୁରୀ କାଳୀନ ପରିସ୍ଥିତି ଲାଗୁ ହେବା ବେଳର ସେହି କଳା ଦିନକୁ କେବେ ଭୁଲି ପାରିବ ନାହିଁ ଦେଶ।
Trending Photos
ନୂଆଦିଲ୍ଲୀ: ଭାରତ ବର୍ଷ ସ୍ୱାଧିନ ହେବା ପରେ ଦେଶର ରାଜନୈତିକ ଇତିହାସରେ ଘଟିଯାଇଛି ଅନେକ। ହେଲେ ୧୯୭୦ ଦଶକରେ ଦେଶବ୍ୟାପୀ ଲାଗୁ ହୋଇଥିବା ଜାତୀୟ ଜରୁରୀକାଳୀନ ପରିସ୍ଥିତି ଭଲି ଘଟଣା ଏକ କଳା ଅଧ୍ୟାୟ ଭାବେ ଇତିହାସରେ ଲିପିବଦ୍ଧ ହୋଇଯାଇଛି। ଆଜକୁ ୪୬ ବର୍ଷ ପୂର୍ବେ ଦେଶ ଏହି କଳା ଦିବସରୁ ମୁକ୍ତି ପାଇଥିଲା।
ଜାତୀୟ ଜରୁରୀ କାଳୀନ ପରିସ୍ଥିତିର ୪୬ତମ ବର୍ଷ ପୂର୍ତ୍ତି ଅବସରରେ ବିରୋଧି କଂଗ୍ରେସକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏନେଇ ଟ୍ୱିଟ କରି ସେ କହିଛନ୍ତି, "ଜରୁରୀ କାଳୀନ ପରିସ୍ଥିତି ଲାଗୁ ହେବା ପରେ ଦେଶରେ କଳା ଦିନ ମାଡିଆସିଥିଲା। ହେଲେ ସେହି କଳା ଦିନକୁ କେବେ ଭୂଲି ହେବ ନାହିଁ। ସୁନିୟୋଜିତ ଭାବେ ଦେଶର ବିଭିନ୍ନ ସଂସ୍ଥାନକୁ ସେହି ସମୟରେ ଧ୍ୱସ୍ତ କରି ଦିଆଯାଇଥିଲା। ଆସନ୍ତୁ ଏବେ ଆମେ ଭାରତର ଲୋକତାନ୍ତ୍ରିକ ଭାବନାକୁ ମଜବୁତ କରିବା। ଭାରତୀୟ ସମ୍ବିଧାନରେ ଦର୍ଶାଯାଇଥିବା ମୂଲ୍ୟବୋଧ ଅନୁସାରେ ବଞ୍ଚିବାକୁ ଶପଥ ନେବା। "
The #DarkDaysOfEmergency can never be forgotten. The period from 1975 to 1977 witnessed a systematic destruction of institutions.
Let us pledge to do everything possible to strengthen India’s democratic spirit, and live up to the values enshrined in our Constitution.
— Narendra Modi (@narendramodi) June 25, 2021
This is how Congress trampled over our democratic ethos. We remember all those greats who resisted the Emergency and protected Indian democracy. #DarkDaysOfEmergency https://t.co/PxQwYG5w1w
— Narendra Modi (@narendramodi) June 25, 2021
ସ୍ୱାଧିନତା ପରେ ଦେଶରେ ତତ୍କାଳୀନ କଂଗ୍ରେସ ସରକାର ସମୟରେ ଲଗାଯାଇଥିବା ଜରୁରୀ କାଳୀନ ପରିସ୍ଥିତିକୁ ବିରୋଧ କରି କାରାବରଣ କରିଥିବା ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ଏହି ଅବସରରେ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏନେଇ ସେହିଛନ୍ତି ସେହି ସମୟରେ ସ୍ୱାଧିନତା ସଂଗ୍ରାମୀ ଭଗତ ସିଂହ ଏବଂ ଚନ୍ଦ୍ରଶେଖର ଆଜାଦଙ୍କ ଜୀବନ କାହାଣୀ ଉପରେ ନିର୍ମିତ ଚଳଚ୍ଚିତ୍ର, ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କ ବାଣୀ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ଏପରି ଢଙ୍ଗରେ ସେତେବଳେ ଦେଶରେ କ୍ଷମତାସୀନ ଥିବା କଂଗ୍ରେସ ସରକାର ଭାରତୀୟ ଗଣତନ୍ତ୍ରକୁ ହତ୍ୟା କରିଥିଲା।
Also Read: ଗୁପକାର ଗ୍ୟାଙ୍ଗ ଗୁପ୍ତ ଷଡଯନ୍ତ୍ରରେ ବର୍ବାଦ ହୋଇଯିବ କଂଗ୍ରେସ: କେନ୍ଦ୍ରମନ୍ତ୍ରୀ
ଜରୁରୀ କାଳୀନ ପରିସ୍ଥିତିର ଇତିହାସ
ଦ୍ୱିତୀୟ ବିଶ୍ୱଯୁଦ୍ଧ ସରିବା ପରେ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ସ୍ୱାଧିନ ହୋଇଥିଲା ଭାରତ ବର୍ଷ। ହେଲେ ୧୯୭୭ ମସିହାରେ ହୋଇଥିବା ସଂଘର୍ଷକୁ ଦେଶର ଦ୍ୱିତୀୟ ସ୍ୱାଧିନତା ସଂଗ୍ରାମ ବୋଲି କୁହାଯାଏ। ଦେଶକୁ ସ୍ୱାଧିନତା ମିଳିବା ପର ୧୯୭୦ ଦଶକ ଶେଷ ପର୍ଯ୍ୟନ୍ତ ଲଗାତାର ଭାବେ କେନ୍ଦ୍ରରେ ଶାସନ କରିଆସୁଥିଲା କଂଗ୍ରେସ ସରକାର। ଆଉ ସେହି ସମୟରେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ୱରେ ଗଠିତ କଂଗ୍ରେସ ସରକାର ଦେଶକୁ ଶାସନ କରୁଥାଏ।
୧୯୭୫ ମସିହା ଜୁନ ୧୨ ତାରିଖରେ ଆହ୍ଲାବାଦ ହାଇକୋର୍ଟର ବିଚାରପତି ଜଗମୋହନ ଲାଲ ସିହ୍ନା ଏକ ମାମାଲାର ବିଚାର କରି ଉତ୍ତର ପ୍ରଦେଶର ରାଏବରେଲି ଆସନରୁ ତତ୍କାଳୀନ ସାଂସଦ ତଥା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ବିଜୟକୁ ଅବୈଧ ବୋଲି ଘୋଷଣା କରିଥିଲେ। ୧୯୭୧ ମସିହାରେ ଦେଶରେ ଅନୁଷ୍ଠିତ ପଞ୍ଚମ ଲୋକସଭା ନିର୍ବାଚନରେ ଏହି ଆସନରୁ ନିର୍ବାଚିତ ହୋଇଥିଲେ ସେ।
Also Read: PM JK Meeting: ସ୍ୱତନ୍ତ୍ର Legislature ସ୍ଥାପନ ପାଇଁ ଦାବି ଜଣାଇଲେ Ladakh MP
ହେଲେ ହାଇକୋର୍ଟଙ୍କ ରାୟ ଆସିବାର ୧୧ ଦିନ ପରେ ସେହି ବର୍ଷ ଜୁନ ୨୩ ତାରିଖରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଇନ୍ଦିରା ଗାନ୍ଧୀ। ଏହି ମାମଲାର ଶୁଣାଣି କରି ଜୁନ ୨୪ ତାରିଖରେ ବିଚାରପତି ବି.ଆର କୃଷ୍ଣ ଆୟାର ପ୍ରଧାନମନ୍ତ୍ରୀ ପଦରେ ରହିବାକୁ ତାଙ୍କୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଆହ୍ଲାବାଦ ହାଇକୋର୍ଟ ଦେଇଥିବା ରାୟକୁ ଖାରଜ କରିନଥିଲେ ସୁପ୍ରିମ କୋର୍ଟ।
Also Read: ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁକାଶ୍ମୀରର ଚିତ୍ର
ରାଜନୈତିକ ସ୍ତରରେ ରାଏବରେଲି ଆସନରୁ ତତ୍କାଳୀନ ସାଂସଦ ଇନ୍ଦିରା ଗାନ୍ଧୀଙ୍କ ବିଜୟକୁ ବିରୋଧ କରିଥିଲେ ଭାରତୀୟ ସ୍ୱାଧିନତା ସଂଗ୍ରାମ ଇତିହାସରେ ଲୋକନାୟକ ଭାବେ ଜଣାଶୁଣା ଜୟ ପ୍ରକାଶ ନାରାୟଣ। ସେହି ସମୟରେ ଦିଲ୍ଲୀ ରାମଲୀଳା ମୈଦନାରେ ଆୟୋଜିତ ଏକ ସଭାରେ ଯୋଗ ଦେଇ ସେ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ।
ସେତେବେଳେ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ଛାତ୍ର ଆନ୍ଦୋଳନ, ଲୋକନାୟକ ଜୟ ପ୍ରକାଶ ନାରାୟଣଙ୍କ ସୁଦୃଢ ରାଜନୈତିକ ଉପସ୍ଥିତିକୁ ନଜରରେ ରଖି ନିଜର ଗାଦିକୁ ସୁରକ୍ଷିତ ରଖିବା ପାଇଁ ଦେଶରେ ଜାତୀୟ ଜରୁକାଳୀନ ପରିସ୍ଥିତି ପରିସ୍ଥିତି ଲାଗୁ କରିବାକୁ ରାଷ୍ଟ୍ରପତି ଫକିରୁଦ୍ଦୀନ ଅଲ୍ଲୀକୁ ସୁପାରିଶ କରିଥିଲେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ। ଏହା ପରେ ଭାରତୀୟ ସମ୍ବିଧାନର ୩୫୨ ଧାରା ଅନୁସାରେ ୧୯୭୫ ମସିହା ଜୁନ ୨୫ ତାରିଖରୁ ୧୯୭୭ ମସିହା ମାର୍ଚ୍ଚ ୨୧ ତାରିଖ ପର୍ଯ୍ୟନ୍ତ ପ୍ରାୟ ୨୧ ମାସ ଧରି ଦେଶରେ ଜରୁକାଳୀନ ପରିସ୍ଥିତି ଲାଗୁ ହୋଇଥିଲା।