ଝାରସୁଗୁଡ଼ା: ଗିରଫ ହେଲା ପିତୃହନ୍ତା ପୁଅ ବୈକୁଣ୍ଠ ମରେଇ। ଗତକାଲି କୌଣସି କଥାକୁ ନେଇ ବାପା ସାଙ୍ଗରେ ବଚସା ହୋଇଥିଲା। ଏଥିରେ ଉତକ୍ଷୀପ୍ତ ହୋଇ ବୈକୁଣ୍ଠ ବାପା ସୁର ମରେଇଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲା। ସୁରଙ୍କର ପ୍ରବଳ ରକ୍ତଶ୍ରାବ ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ହସ୍ପିଟାଲରେ ସୁରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। 


COMMERCIAL BREAK
SCROLL TO CONTINUE READING

ଝାରସୁଗୁଡ଼ା ଜିଲ୍ଲା ବଡ଼ମାଲ ଥାନା ଅନ୍ତର୍ଗତ ବୃନ୍ଦାମାଲ ଗଣ୍ଡପଡ଼ା ଠାରେ ଗତକାଲି  ଏକ ହତ୍ୟାକାଣ୍ଡ ଘଟିଛି। ବୈକୁଣ୍ଠ ମରେଇ ନାମକ ଜଣେ ଯୁବକ ନିଜ ବାପା ସୁର ମରେଇଙ୍କ ମୁଣ୍ଡକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ନେଇ ବଡ଼ମାଲ ଥାନାରେ ଅଭିଯୋଗ ହୋଇଛି। ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗତକାଲି ଅପରାହ୍ନ ସାଢ଼େ ୨ ଟାରେ ଅଭିଯୁକ୍ତ ବୈକୁଣ୍ଠ ଘରେ ତାର ବାପାଙ୍କ ସହିତ ଗଣ୍ଡଗୋଳ ହୋଇଥିଲା ଓ ରାଗିଯାଇ ପାଖରେ ଥିବା ଏକ ଟାଙ୍ଗିଆରେ ବାପାର ମୁଣ୍ଡରେ ଚୋଟ ପକାଇ ଥିଲା। ଆଘାତ ପରେ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ ହେବାରୁ  ତାଙ୍କ ସ୍ତ୍ରୀ ତୁରନ୍ତ ଆମ୍ବୁଲାନ୍ସକୁ ଫୋନ କରି ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲା। 


Also Read: ଗୋଚର ଜମିରେ ପୋଖରୀ; ନିରବ ପ୍ରଶାସନ, ତାତିଲେ ଗ୍ରାମବାସୀ


ଏ ନେଇ ତାଙ୍କ ସୁରଙ୍କର ସ୍ତ୍ରୀ ନିଜ ସ୍ୱାମୀର ହତ୍ୟା ଘଟଣାରେ ନିଜ ପୁଅ ବିରୁଦ୍ଧରେ ବଡ଼ମାଲ ଥାନାରେ ଏତଲା ଦେଇଥିଲେ। ସେଥିରେ  ତାଙ୍କ ଏକମାତ୍ର ପୁଅ ତାଙ୍କ ସ୍ବାମୀକୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି। ପୋଲିସ ଅଭିଯୋଗ ଗ୍ରହଣ କରି ଥାନା କେସ ୩୦୨ ଦଫାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ହତ୍ୟା ପରେ ବୈକୁଣ୍ଠ ଫେରାର ହୋଇଯାଇଥିବା ବେଳେ ଆଜି ପୋଲିସ ବୈକୁଣ୍ଠଙ୍କୁ ଗିରଫ କରିଛି। ଅଭିଯୁକ୍ତ ପୂର୍ବରୁ ମଧ୍ୟ ୨୦୧୯ରେ ତାର ବାପାଙ୍କୁ ହତ୍ୟା ଉଦ୍ୟମ କରି ଜେଲ ଯାଇଥିବା ବଡମାଲ ଆଇଆଇସି ସୂଚନା ଦେଇଛନ୍ତି।