ଗଜପତି: ବୃଦ୍ଧି ପାଇବାରେ ଲାଗିଛି ସାଇବର ଅପରାଧ। ଲୋକଙ୍କୁ ଲୁଟିବା ପାଇଁ ନୂଆ ନୂଆ ତାରିକା ଆପଣାଉଛନ୍ତି ଅପରାଧୀ। କେତେବେଳେ ପ୍ରଲୋଭନ ଦେଖାଇ ତ କେତେବେଳେ ବ୍ଲାକମେଲ୍ କରି ଲକ୍ଷ ଲକ୍ଷ ଟଙ୍କା ଲୁଟୁଛନ୍ତି ସାଇବର ଲୁଟେରା। ଠକେଇର ଶିକାର ହେଉଛନ୍ତି ବିଭିନ୍ନ ବର୍ଗର ଲୋକ, କେହି କେହି ସର୍ବସ୍ବାନ୍ତ ମଧ୍ୟ ହେଉଛନ୍ତି। ଜିଲ୍ଲାର ସହରାଞ୍ଚଳ ସହ ଗ୍ରାମାଞ୍ଚଳରେ ମଧ୍ୟ ଏପରି ଅନେକ ଘଟଣା ସାମ୍ନାକୁ ଆସୁଛି ଯାହାକୁ ଧରିବାରେ ପୋଲିସ ପ୍ରଶାସନ ବିଫଳ ହୋଇଛି। 


COMMERCIAL BREAK
SCROLL TO CONTINUE READING

କେବେ ସୋସିଆଲ ମିଡିଆ (social media) ଦ୍ୱାରା ତ ଆଉ କେବେ ଫୋନ କଲ ମାଧ୍ୟମରୁ ଜାଲରେ ଫସାଇବାରେ ସକ୍ଷମ‌ ହେଉଛନ୍ତି ସାଇବର ଅପରାଧୀ। କୈାଶଳ କ୍ରମେ ତଥ୍ୟ ଚୋରି କରି ବ୍ୟାଙ୍କ ଆକାଉଣ୍ଟ ଖାଲି କରୁଛନ୍ତି। ସଚେତନତା ଅଭାବରୁ ହେଉ ଅବା ଅସାବଧାନତା ଯୋଗୁଁ ସାଧାରଣ ଜନତା ଠକେଇ (Cyber Crime) ଶିକାର ହେଉଛନ୍ତି। ତଥ୍ୟ ଅନୁଯାୟୀ ୨୦୨୦ ମସିହାରେ ଗଜପତି (Gajapati) ଜିଲ୍ଲାରେ ମୋଟ ସାଇବର ସଂକ୍ରାନ୍ତୀୟ ଅର୍ଥ ହଡପ ସମ୍ବନ୍ଧୀୟ ୨୪ଟି ମାମଲା ରୁଜୁ ହୋଇଥିବା ବେଳେ ୨୦୨୧ ମସିହାରେ ବର୍ତ୍ତମାନ ସୁଦ୍ଧା ୯ଟି ମାମଲା ରୁଜୁ ହୋଇଛି। ଗ୍ରାମାଞ୍ଚଳ (Rural Area) ଅପେକ୍ଷା ସହରରେ ଏହାର ସଂଖ୍ୟା ଅଧିକ। 


Also Read: ଟିକାକରଣରେ ଚରମ ଅବହେଳା! ପ୍ରଥମ ଛାଡି କେମିତି ନେବେ ଦ୍ୱିତୀୟ ଡୋଜ୍ ଟିକା?


ପାରଳାଖେମୁଣ୍ଡି (Paralakhemundi) ମୋଡେଲ ପୋଲିସ ଷ୍ଟେସନରେ ୨୦୨୦-୨୧ ମସିହାରେ ରୁଜୁ ହୋଇଥିବା ସାଇବର ଅପରାଧ ମାମଲା ସଂଖ୍ୟା ୧୯ ରହିଛି। ଏଭଳିକି ଜିଲ୍ଲାର ଦୁର୍ଗମ ତଥା ନେଟୱର୍କ ନଥିବା ସେରଙ୍ଗ ଥାନା ଅଞ୍ଚଳରେ ମଧ୍ୟ ଲୋକେ ସାଇବର ଠକେଇର ଶିକାର ହୋଇଛନ୍ତି। ଏହା ବ୍ୟତୀତ ସଂଖ୍ୟାଧିକ ଏଭଳି ଘଟଣା ଲୋକଲୋଚନକୁ ନଆସି ଲୁଚି ଯାଉଛି ଯାହା ସରକାରୀ ତଥ୍ୟ ଠାରୁ ଢେର ଅଧିକ। ମାମଲା ରୁଜୁ ପରେ ଗୋଟିଏ ଦୁଇଟି ଘଟଣାକୁ ବାଦ୍ ଦେଲେ ଅନ୍ୟ ସବୁରେ ପୋଲିସର ବିଫଳତା ସ୍ୱଷ୍ଟ ବାରି ହେଉଛି।



କେତକ କ୍ଷେତ୍ରରେ ସଚେତନ (Awarness) ଅଭାବରୁ ମାମଲା ଥାନାକୁ ନାଆସୁଥିବା ବେଳେ କେତେକ ମାମଲାରେ ଠକାମିର ଶିକାର ହୋଇଥିବା ଲୋକେ ମାମଲା ରୁଜୁ ପରେ ବି ଟଙ୍କା ଫେରି ପାଇନାହାନ୍ତି କି ଠକ ଧରାପଡି ନାହାନ୍ତି। ଯାହା ଫଳରେ ପୋଲିସର କାର୍ଯ୍ୟଶୈଳୀ ଓ ଦକ୍ଷତାକୁ ନେଇ ପ୍ରଶ୍ନ ଉଠୁଛି। ସାଇବର ଏକ୍ସପୋର୍ଟଙ୍କ କହିବା ହେଲା ପୋଲିସ ଚାହିଁଲେ ସମ୍ଭବ ହେବ। କିନ୍ତୁ ଅଭିଯୋଗ କାରି ପୀଡିତଙ୍କୁ ପୋଲସ (Police) କୁ ତଦନ୍ତରେ ସମ୍ପୂଣ୍ଣ ସହଯୋଗ କରିବା ଆବଶ୍ୟକ ରହିଛି।


Also Read: New Wage Code: ବଢିବ କର୍ମଚାରୀଙ୍କ ଛୁଟି ଦିନ, ବଦଳିବ Salary structure


ପୋଲିସର କାର୍ଯ୍ୟଦକ୍ଷତାର ଅଭାବ ହେଉ ଅବା ଆଧୁନିକ ଜ୍ଞାନ କୈାଶଳର ଅଭାବ ଯୋଗୁଁ ଲୋକେ ଟଙ୍କା ଫେରି ପାଇ ପାରୁନାହାନ୍ତି। ଦିନକୁ ଦିନ ସାଇବର ଠକେଇ ମାମଲା ବୃଦ୍ଧି ପାଉଥିବା ବେଳେ ସାଇବର କ୍ରାଇମକୁ ରୋକିବାରେ ପୋଲିସ ସକ୍ଷମ ହୋଇପାରିନି। ଜିଲ୍ଲାରେ ସାଇବର ଥାନା ନଥିବା ବେଳେ ଏସଂକ୍ରାନ୍ତୀୟ ଦକ୍ଷତା ଓ ଅତ୍ୟାଧୁନିକ ଜ୍ଞାନ କୈାଶଳର ଅଭାବରୁ ଦିନକୁ ଦିନ  ବୃଦ୍ଧି ପାଇବାରେ ଲାଗିଛି। ବିଭାଗ ପକ୍ଷରୁ କେବଳ ଲୋକ ‌ସଚେତନ ଛଡ଼ା ଏପର୍ଯ୍ୟନ୍ତ ସେଭଳି ଜ୍ଞାନ କୈାଶଳ ତଥା ସରଞ୍ଜାମ ବ୍ୟବହାର କରିବାରେ ତଦନ୍ତକାରୀ ସଂସ୍ଥା ସକ୍ଷମ ହୋଇପାରିନାହିଁ।  



ଅନ୍ୟପକ୍ଷରେ ସାଇବର ଅପରାଧ ମଧ୍ୟରେ କେବଳ ଟଙ୍କା ହଡପ ବା ଠକେଇ ମାମଲା ନୁହଁ ଅଶ୍ଳୀଳ ଫୋଟ, ଭିଡିଓ ଭାଇରାଲ ହେଉ ଅବା ଅନ୍ତରଙ୍ଗ ଭିଡିଓ ଭାଇରାଲ କରି ସମାଜକୁ କଳୁଷିତ କରୁଥିବା ଅଭିଯୁକ୍ତମାନଙ୍କୁ ମଧ୍ୟ ଗିରଫ କରିବାରେ ପୋଲିସ ବିଫଳ ହେଉଛି। ଏପରିକି ପ୍ରତ୍ୟେକ ଦିନ କାହାରି ନା କାହାରି ସୋସିଆଲ ମିଡ଼ିଆ ଏକାଉଣ୍ଟକୁ ହ୍ୟାକ କରି ଦୁର୍ବୃତ ଟଙ୍କା ମାଗୁଥିବା ନଜରକୁ ଆସିଛି। ମିନି ବ୍ୟାଙ୍କ ଖୋଲି ଲକ୍ଷ ଲକ୍ଷ ଟଙ୍କା ଠକି ଫେରାର ମାମଲା ମଧ୍ୟ ରହିଛି ତଥାପି ପୋଲିସ ଅଭିଯୁକ୍ତକୁ ଧରିପାରୁ ନାହିଁ।


Also Read: ବିଶ୍ୱାସ ହରାଉଛି ଷ୍ଟେଟ୍ ବ୍ୟାଙ୍କ, ଆଦିବାସୀଙ୍କ ଖାତାରୁ ୧୮ ଲକ୍ଷ ୩୫ ହଜାର ଗାଏବ୍


ସଚେତନତା ଅଭାବରୁ ହେଉ ଅବା ଅସାବଧାନତା ଯୋଗୁଁ ଲୋକେ ଠକାମୀର ଶିକାର ହେଉଛନ୍ତି। କିନ୍ତୁ ଟେକ୍ନୋଲୋଜି ଯେତେ ବଢୁଛି, ଦୈନନ୍ଦିନ କାର୍ଯ୍ୟଶୈଳୀ ସହଜ ଓ ସରଳ ହେଉଛି। ଅପରପକ୍ଷରେ ସମାନ ଜ୍ଞାନ କୈାଶଳକୁ ଅପବ୍ୟବହାର କରି ଦୁର୍ବୃତ୍ତ ଅପରାଧ ରଚୁଛନ୍ତି। ଆଗକୁ ଏହାର ମୁକାବିଲା ପାଇଁ ଅଧିକାରୀଙ୍କୁ ସ୍ଵତନ୍ତ୍ର ତାଲିମ ଏବଂ ଅତ୍ୟାଧୁନିକ ସରଞ୍ଜାମ ସହ ଆହୁରି ଅଧିକ ଜ୍ଞାନ କୈାଶଳରେ ଅଭିବୃଦ୍ଧିର ଆବଶ୍ୟକତା ରହିଛି।