ବିଶ୍ୱାସ ହରାଉଛି ଷ୍ଟେଟ୍ ବ୍ୟାଙ୍କ, ଆଦିବାସୀଙ୍କ ଖାତାରୁ ୧୮ ଲକ୍ଷ ୩୫ ହଜାର ଗାଏବ୍
Advertisement
Article Detail0/zeeodisha/odisha941027

ବିଶ୍ୱାସ ହରାଉଛି ଷ୍ଟେଟ୍ ବ୍ୟାଙ୍କ, ଆଦିବାସୀଙ୍କ ଖାତାରୁ ୧୮ ଲକ୍ଷ ୩୫ ହଜାର ଗାଏବ୍

ଅପାଠୁଆ, ନିରୀହ ଏବଂ ଆଦିବାସୀ ଜନଜାତିର ବୋଲି ନିଜ ସ୍ୱାମୀର ଝାଳବୁହା ଅର୍ଥ ଉପାର୍ଜିତ ଲକ୍ଷାଧିକ ଟଙ୍କାକୁ ହଡ଼ପ କରି ବସିଥିଲେ SBIର ଆକାଉଣ୍ଟେଣ୍ଟ। ହିକାଧିକାରୀଙ୍କ ଅଜାଣତରେ ଆକାଉଣ୍ଟେଣ୍ଟ ଜଣକ ନିଜ ସମ୍ପର୍କୀୟଙ୍କର ଆକାଉଣ୍ଟକୁ ୧୮ ଲକ୍ଷ ୩୫ ହଜାର ଟଙ୍କା ଟ୍ରାନ୍ସଫର କରିଦେଇଥିଲେ।

ଡିଜାଇନ ଫଟୋ

ଝାରସୁଗୁଡ଼ା: ବ୍ରଜରାଜନଗର ଥାନା ଅନ୍ତର୍ଗତ ଲମଟିବାହାଲ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରୁ ମୃତ ବ୍ୟକ୍ତିଙ୍କର ବ୍ୟାଙ୍କ ଏକାଉଣ୍ଟରୁ ୧୮ ଲକ୍ଷ ୩୫ ହଜାର ଟଙ୍କା ହେରଫେର ଘଟଣାରେ ପୋଲିସ SBIର ଆକାଉଣ୍ଟେଣ୍ଟ ସନ୍ଦୀପ ମହାନ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ସନ୍ଦୀପ, ଭୁବନେଶ୍ୱରରେ କିଛି ଦିନ ଲୁଚି ରହିଥିବା ବେଳେ ରବିବାର ଝାରସୁଗୁଡ଼ାକୁ ଫେରିଥିଲେ। ମୋବାଇଲକୁ ଟ୍ରାକ କରି ବ୍ରଜରାଜନଗର ପୋଲିସ ତାଙ୍କୁ ଗିରଫ କରିଥିଲେ। ସନ୍ଦୀପଙ୍କର ବିରୁଦ୍ଧରେ ଅନ୍ୟ ବ୍ୟକ୍ତିଙ୍କର ସମ୍ପତ୍ତିର ଦୁରୂପଯୋଗ କରିବା ଅପରାଧରେ IPCର ଧାରା ୪୦୯ ଆଧାରର ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ଅପାଠୁଆ, ନିରୀହ ଏବଂ ଆଦିବାସୀ ଜନଜାତିର ବୋଲି ନିଜ ସ୍ୱାମୀର ଝାଳବୁହା ଅର୍ଥ ଉପାର୍ଜିତ ଲକ୍ଷାଧିକ ଟଙ୍କାକୁ ହଡ଼ପ କରି ବସିଥିଲେ SBIର ଆକାଉଣ୍ଟେଣ୍ଟ। ହିକାଧିକାରୀଙ୍କ ଅଜାଣତରେ ଆକାଉଣ୍ଟେଣ୍ଟ ଜଣକ ନିଜ ସମ୍ପର୍କୀୟଙ୍କର ଆକାଉଣ୍ଟକୁ ୧୮ ଲକ୍ଷ ୩୫ ହଜାର ଟଙ୍କା ଟ୍ରାନ୍ସଫର କରିଦେଇଥିଲେ। ଯେଉଁ ବ୍ୟାଙ୍କରେ ଦୀର୍ଘ ଦିନରୁ ସ୍ୱାମୀର ପେନସନ୍ ଟଙ୍କା ନେଉଥିଲେ ସେହି ବ୍ୟାଙ୍କରେ ସ୍ତ୍ରୀ ଏବଂ ପୁଅ  ପରିଚୟ ପାଇଁ ଲିଗାଲ ହେୟାର ଏବଂ ମୃତ୍ୟୁ ସାର୍ଟିଫିକେଟ ମଧ୍ୟ ଯଥେଷ୍ଟ ହେଲାନାହିଁ। ଘଟଣା ଏବେ SP ପାଖରେ। ନିଜ ଅଧିକାରର ଟଙ୍କା ଫେରସ୍ତ ପାଇବାକୁ ବିଧବା ବୃଦ୍ଧା ସ୍ତ୍ରୀ ଏବଂ ପୁଅ ଆକୁଳ ନିବେଦନ କରୁଛନ୍ତି। ବ୍ରଜରାଜନଗର ପୋଲିସ ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଚଳାଇଛି। 

Also Read: ଗରିବ ମହିଳାଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଲା ମହିଳା ସଂଗଠନ!

ଝାରସୁଗୁଡ଼ା ଜିଲ୍ଲା କୋଇଲା ଖଣି ମାଇନ ନଂ ୨ରେ  ଦଶରଥ ମୁଣ୍ଡା ୬୦ ବର୍ଷ ବୟସ ଯାଏଁ ଚାକିରି କରିଥିଲେ। ସ୍ୱର୍ଗତ ମୁଣ୍ଡା ନିଜ ପରିବାର ବର୍ଗଙ୍କର ସହିତ କାଳୀନଗରର ଏକ MCL ର କ୍ବାଟର ରେ ରହୁଥିଲେ। ୨୦୧୪ରେ ଚାକିରିରୁ ଅବସର ନେବା ପରେ କ୍ବାର୍ଟର ଛାଡ଼ି ନିଜ ଘର ସାରସମାଲ ଠାରେ ନିଜର ସ୍ତ୍ରୀ ଏବଂ ପୁଅଙ୍କର ସାଙ୍ଗରେ ଆରାମରେ ଜୀବନ ବିତିଯାଉଥିଲା। ଅବସର ନେବା ପରେ ଅନେକ ସମୟରେ ସ୍ୱାମୀ ସାଙ୍ଗରେ SBIର ବ୍ରଜରାଜନଗର ଶାଖାକୁ ଯାଇ ସ୍ତ୍ରୀ ପେନସନ ଟଙ୍କା ଉଠାଇ ଆଣୁଥିଲେ। ହେଲେ ୨୦୧୭ ମସିହାରେ ସ୍ୱାମୀ ସ୍ବର୍ଗତ ଦଶରଥ ମୁଣ୍ଡାଙ୍କର କୌଣସି କାରଣବଶତଃ ମୃତ୍ୟୁ ଘଟିଯାଇଥିଲା। ଏହା ପରେ ସବୁ ଓଲଟପାଲଟ ହୋଇଗଲା। ପେନସନ ଟଙ୍କା ଦେବାରେ କୌଣସି ସମସ୍ୟା ନ ଥିଲା ହେଲେ ଅବସର କାଳୀନ ଲକ୍ଷାଧିକ ଟଙ୍କା ଦେବା ସମୟରେ ସୃଷ୍ଟି ହେଲା ସମସ୍ୟା। ପ୍ରଥମେ କୁହାଗଲା ଆପଣ କିଏ ? ମୃତ ଦଶରଥ ସାଙ୍ଗରେ କଣ ସମ୍ପର୍କ? ତାପରେ ଆବଶ୍ୟକ ହେଲା ତଥ୍ୟ।

ଲିଗାଲ ହେୟାର, ସ୍ବର୍ଗତ ଦଶରଥ ମୁଣ୍ଡାଙ୍କର ମୃତ୍ୟୁ ସାର୍ଟିଫିକେଟ, ପୁଅ ଟିକେଶ୍ଵର ମୁଣ୍ଡାଙ୍କର ଆଧାର କାର୍ଡରେ ବାପାଙ୍କର ନାମ, ସ୍ତ୍ରୀଙ୍କର ଆଧାର କାର୍ଡରେ ସ୍ୱାମୀଙ୍କର ନାମ ସ୍ୱଷ୍ଟ ଭାବରେ ଉଲ୍ଲେଖ ହୋଇଛି। କୌଣସି ଭାବରେ ମଧ୍ୟ ଭୁଲ ନାହିଁ। ତଥାପି ବ୍ୟାଙ୍କ ପକ୍ଷେ ଏହା ଯଥେଷ୍ଟ ହେଲା ନାହିଁ। ତେଣୁ ଏତେ ସବୁ ଆବଶ୍ୟକ ତଥ୍ୟ ଦେଖାଇବା ପରେ ୪ ବର୍ଷ ଯାଏଁ ମଧ୍ୟ ନିଜକୁ ସ୍ବର୍ଗତ ଦଶରଥ ମୁଣ୍ଡାଙ୍କର ସ୍ତ୍ରୀ ଓ ପୁଅ ବୋଲି ପ୍ରମାଣିତ କରିପାରିଲେ ନାହିଁ। ଅନେକ ଥର ବ୍ୟାଙ୍କ କର୍ମଚାରୀଙ୍କୁ ଅନୁରୋଧ କରାଗଲା ଏବଂ ପୋଲିସକୁ ସୂଚନା ଦିଆଗଲା, ତେବେ ବ୍ୟାଙ୍କ ପକ୍ଷରୁ ପ୍ରଥମେ ୫ ଲକ୍ଷ ପରେ ପୁଣି ୫ ଲକ୍ଷ ଏବଂ ପରେ ଲକ୍ଷେ ୩୦ ହଜାର ଟଙ୍କା ଟିକେଶ୍ଵରଙ୍କର ଜଣେ ସମ୍ପର୍କୀୟ ଙ୍କର ସହାୟତାରେ ଦିଆଗଲା। ଏପରି ମୋଟ ୧୧ ଲକ୍ଷ ୩୦ ହଜାର ଟଙ୍କା ଦେଇଥିବା ବେଳେ ଅବସର ବାବଦକୁ ମିଳିଥିବା ବଳକା ୧୮ ଲକ୍ଷ ୩୫ ହଜାର ଟଙ୍କା ଦେବାକୁ ବ୍ୟାଙ୍କ କର୍ମଚାରୀ କୁଣ୍ଠାବୋଧ କଲେ। ପୋଲିସକୁ ସୂଚନା ଦେବାରୁ ଯାହା ଜଣାପଡିଲା ତାହା ଅନେକ ବ୍ୟକ୍ତି ବିଶ୍ୱାସ କରିପାରିବେ ନାହିଁ। 

Also Read: ସାଇବର ଠକେଇର ନୂଆ ଫଣ୍ଡା: କାର୍ତ୍ତିକର ଗୋଟିଏ କଲ୍ ରେ ବ୍ୟାଙ୍କ ଆକାଉଣ୍ଟରେ ବୁଲୁଥିଲା କଳାକନା

SBIର ବ୍ରଜରାଜନଗର ଲମଟିବାହାଲ ଶାଖାର ଆକାଉଣ୍ଟେଣ୍ଟ ସନ୍ଦୀପ ମହାନ୍ତି, ସ୍ବର୍ଗତ ଦଶରଥ ମୁଣ୍ଡାଙ୍କର ବ୍ୟାଙ୍କ ଆକାଉଣ୍ଟରୁ ୧୮ ଲକ୍ଷ ୩୫ ହଜାର ଟଙ୍କା ନିଜ ସମ୍ପର୍କୀୟଙ୍କର ଆକାଉଣ୍ଟକୁ ଟ୍ରାନ୍ସଫର କରି କୁଆଡ଼େ ଫେରାର ହୋଇଯାଇଥିଲେ। ଏପଟେ ନିଜ ଅଧିକାରର ଟଙ୍କା ପାଇଁ ଗୁହାରି କରି ସ୍ୱର୍ଗତ ଦଶରଥ ମୁଣ୍ଡାଙ୍କର ସ୍ତ୍ରୀ ଏବଂ ପୁଅ SPଙ୍କୁ ଲିଖିତ ଅଭିଯୋଗ କରିଥିଲେ। ଏହି ଘଟଣାରେ SBIର ବ୍ରଜରାଜନଗର ଲମଟିବାହାଲ ଶାଖାର ବ୍ୟାଙ୍କ ମ୍ୟାନେଜରଙ୍କର ଭୂମିକା ସନ୍ଦେହ ଘେରରେ ଅଛି। ଏତେ ଟଙ୍କାର ହେରଫେର ହେବା ପୁଣି ବ୍ୟାଙ୍କ ମ୍ୟାନେଜରଙ୍କର ଅଜାଣତରେ ଏହା କଣ ସମ୍ଭବ? ଯଦି ବ୍ୟାଙ୍କ ମ୍ୟାନେଜର ଏବିଷୟରେ କିଛି ଜାଣି ନଥିଲେ ତେବେ କଣ ଲମଟିବାହାଲର ଏହି ଆକାଉଣ୍ଟେଣ୍ଟ ଜଣକ ବ୍ୟାଙ୍କର କର୍ତାଧର୍ତ୍ତା ଏବଂ ଭାଗ୍ୟ ବିଧାତା ଥିଲେ। ଯଦି SBI ଭଳି ବ୍ୟାଙ୍କକୁ ବିଶ୍ୱାସ କରି ଜଣେ ନିଜର ସଞ୍ଚୟ ସେଇଠି ରଖୁଛି ଏବଂ ଶେଷରେ ବ୍ୟାଙ୍କର କର୍ମଚାରୀ ସେହି ଟଙ୍କା ଲୁଟି ନେଉଛନ୍ତି।

ବ୍ୟାଙ୍କରେ ବାରମ୍ବାର ଅଭିଯୋଗ ସତ୍ତ୍ୱେ ବ୍ୟାଙ୍କ ମ୍ୟାନେଜର କିଛି ନକରିବା ବ୍ୟାଙ୍କ କର୍ମଚାରୀଙ୍କର ଭୂମିକାକୁ ସନ୍ଦେହ ଘେରରେ ଆଣୁଛି। କିଏ ଜାଣେ ଏହି ବ୍ୟାଙ୍କର ପୋଲିସି ଥିବ ନିରୀହ ବ୍ୟକ୍ତିଙ୍କର ଟଙ୍କା ଲୁଟରେ 'ତୁମର ଅଧେ, ଆମର ଅଧେ'। ଏବେ ବ୍ୟାଙ୍କ ମ୍ୟାନେଜର, RM ଏଘଟଣାରେ ଗଣମାଧ୍ୟମ ଆଗରେ ମୁହଁ ଖୋଲୁ ନାହାନ୍ତି। ତେବେ ବ୍ରଜରାଜନଗର ପୋଲିସ ଏହି ଘଟଣାରେ ଲିଖିତ ଅଭିଯୋଗ ଗ୍ରହଣ କରି ତଦନ୍ତ ଆରମ୍ଭ କରିଦେଇଛି। ବ୍ୟାଙ୍କକୁ ଏନେଇ ନୋଟିସ କରାଯିବ ଏବଂ ଯଥା ସମ୍ଭବ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯିବ ବୋଲି ଝାରସୁଗୁଡ଼ା SP ବିକାଶ ଚନ୍ଦ୍ର ଦାଶ ସୂଚନା ଦେଇଛନ୍ତି। 

Also Read: New Wage Code: ବଢିବ କର୍ମଚାରୀଙ୍କ ଛୁଟି ଦିନ, ବଦଳିବ Salary structure

ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଭଳି ଏକ ଅଗ୍ରଣୀ ବ୍ୟାଙ୍କ ସଂସ୍ଥା ଯାହାକୁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ମଧ୍ୟ ଶତ ପ୍ରତିଶତ ବିଶ୍ୱାସ କରି  ଟଙ୍କା କାରବାରରେ ପ୍ରାଧାନ୍ୟ ଦିଅନ୍ତି, ସେହି ବ୍ୟାଙ୍କରେ ଚାକିରି କରୁଥିବା ଜଣେ ଆକାଉଣ୍ଟେଣ୍ଟ ଯଦି ଏପରି କାର୍ଯ୍ୟରେ ଲିପ୍ତ ଥିବ ଏବଂ ନିରୀହ ଲୋକଙ୍କର ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରିବାକୁ ବସିବ ତାହା ଯେତେ ଜଘନ୍ୟ ଅପରାଧ ନୁହଁ ତାହାଠାରୁ ଅଧିକ ଜଘନ୍ୟ କାଣ୍ଡ ହେଲା ବ୍ୟାଙ୍କ ର ମ୍ୟାନେଜରଙ୍କର ଚାରି ବର୍ଷ ଯାଏଁ ଚୁପ ବସିବା। ଏହା SBI ର ଟ୍ୟାଗଲାଇନ STATE BANK OF INDIA "A BANK TO THE COMMON MAN, A BANKER TO EVERY INDIAN" ଭଳି ବାକ୍ୟକୁ ମାଟିରେ ପକାଇଦେଉଛି। ଏବେ SBI ପକ୍ଷରେ ନିଜର ହରେଇଥିବା ଆତ୍ମସମ୍ମାନକୁ ଫେରିପାଇବାର ସମୟ ଆସିଛି।