Girlfriend cut off boyfriend’s private part: ଆମ ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡର ଗିରିଡିହ ଜିଲ୍ଲାରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି । ଏଠାରେ ଜଣେ ମହିଳାଙ୍କୁ ତାଙ୍କ ପ୍ରେମିକର ପ୍ରାଇଭେଟ୍ ପାର୍ଟକୁ ଧାରୁଆ ବ୍ଲେଡରେ ଏଥିପାଇଁ କାଟି ଦେଇଛନ୍ତି, କାରଣ ସେ ତାଙ୍କୁ ବିବାହ କରିବାକୁ ମନାକରୁଥିଲେ । ପୀଡିତ ବର୍ତ୍ତମାନ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଓ ତାଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି । ପୋଲିସ ଅଭିଯୁକ୍ତ ମହିଳାଙ୍କ ବିରୋଧରେ ଆଇପିସିର ସମ୍ପୃକ୍ତ ବିଭାଗ ଅଧୀନରେ ମାମଲା ରୁଜୁ କରିଛି ।


COMMERCIAL BREAK
SCROLL TO CONTINUE READING

ଧାରୁଆ ବ୍ଲେଡରେ କାଟିଦେଲେ ପ୍ରେମିକର ପ୍ରାଇଭେଟ୍ ପାର୍ଟ
କହିରଖୁଛୁ ଯେ ପୀଡିତଙ୍କ ନାମ ଘନଶ୍ୟାମ ରାୟ ବୋଲି ଚିହ୍ନଟ କରାଯାଇଛି ଓ ସେ ଗତ ଏକ ବର୍ଷ ଧରି ସରିତା ଦେବୀଙ୍କ ସହ ସମ୍ପର୍କ ରଖିଥିଲେ । ଘନଶ୍ୟାମଙ୍କୁ ବିବାହ କରିବା ପାଇଁ ସରିତା ବହୁତ ଜୋର ଦେଇଥିଲେ, କିନ୍ତୁ ଏହା ସତ୍ତ୍ୱେ ସେ ତାଙ୍କୁ ବିବାହ କରିବାକୁ ମନା କରିଦେଇଥିଲେ । ଘନଶ୍ୟାମଙ୍କ ବାରମ୍ବାର ବିବାହ କରିବାକୁ ପ୍ରତ୍ୟାଖ୍ୟାନ କିରିବା ଯୋଗୁଁ ସରିତା କ୍ରୋଧିତ ଥିଲେ, ଏହା ପରେ ସେ ନିଜ ପ୍ରେମିକ ଘନଶ୍ୟାମଙ୍କ ପ୍ରାଇଭେଟ୍ ପାର୍ଟକୁ ଏକ ଧାରୁଆ ବ୍ଲେଡରେ କାଟି ଦେଇଥିଲେ ।


ଅଭିଯୁକ୍ତ ମହିଳାଙ୍କ ବିରୋଧରେ ମାମଲା ରୁଜୁ
ମହିଳା ଜଣକ ନିଜ ପ୍ରେମିକ ସହ ଏପରି ଜଘନ୍ୟ କରିବା ପରେ ସେ ଗୁରୁତର ଆହତ ହୋଇଥିଲେ । ଏହା ପରେ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଧନବାଦ୍‌ର ସହିଦ ନିର୍ମଲ ମହତୋ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କୁ ଏଠାରେ ଚିକିତ୍ସା କରାଯାଉଛି । ପୀଡିତଙ୍କ ଲିଖିତ ଅଭିଯୋଗ ଓ ଡାକ୍ତରୀ ପରୀକ୍ଷାକୁ ଭିତ୍ତିକରି ସରିତାଙ୍କ ବିରୋଧରେ ଆଇପିସିର ସମ୍ପୃକ୍ତ ବିଭାଗ ଅଧୀନରେ ଏକ ମାମଲା ରୁଜୁ ହୋଇଛି । ଏହି ମାମଲାରେ ପୋଲିସ ତାଙ୍କୁ ଗିରଫ କରିଛି । ଏହା ବ୍ୟତୀତ ଘନଶ୍ୟାମଙ୍କ ବିରୋଧରେ ମଧ୍ୟ ଏକ ମାମଲା ରୁଜୁ ହୋଇଛି ଓ ତଦନ୍ତ ଚାଲିଛି ।


ସରିତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ପୀଡିତ
କୁହାଯାଉଛି ଯେ ୩୫ ବର୍ଷୀୟ ଘନଶ୍ୟାମ ବିବାହିତ ଓ ତାଙ୍କର ଦୁଇଟି ସନ୍ତାନ ଅଛନ୍ତି । ତେବେ ସେ ୩୨ ବର୍ଷୀୟ ସରିତାଙ୍କୁ ଭଲ ପାଉଥିଲେ । ଏହା ପରେ, ଦମ୍ପତିଙ୍କ ମଧ୍ୟରେ ମୋବାଇଲ୍ ନମ୍ବର ବିନିମୟ ହୋଇଥିଲା ଓ ଉଭୟ ନିରନ୍ତର ସମ୍ପର୍କରେ ଥିଲେ । ସରିତାଙ୍କୁ ବିବାହ କରିବାକୁ ପ୍ରତିଶ୍ରୁତି ଦେଇ ଘନଶ୍ୟାମ ତାଙ୍କ ସହ ଅନ୍ତରଙ୍ଗ ସମ୍ପର୍କ ସ୍ଥାପନ କରିଥିଲେ ବୋଲି କୁହାଯାଉଛି ।