ସରୋଜ ବେହେରା, ଭୁବନେଶ୍ବର: କେତେବେଳ ବ୍ୟାଙ୍କ କର୍ମଚାରୀ ତ ଆଉ କେତେବେଳେ ସାଜୁଛନ୍ତି ବ୍ୟାଙ୍କ ମ୍ୟାନେଜର। ଇଂରାଜୀ ଆଉ ହିନ୍ଦୀ ଭାଷାରେ ସେମାନେ ସିଦ୍ଧହସ୍ତ। ଲୋକଙ୍କୁ ମିଠା ମିଠା କଥା କହି ମନ ମୋହିବା ସେମାନଙ୍କୁ ବେଶ ଭଲ ଭାବେ ଜଣା। ହେଲେ କଥା ହେଉଥିବା ଯୁବକ ଜଣକ କେଉଁ ବ୍ୟାଙ୍କର କର୍ମଚାରୀ ନୁହଁନ୍ତି। ସେ ହେଉଛନ୍ତି ଜମତାର ଗ୍ୟାଙ୍ଗର ଜଣେ ସାଇବର ଠକ।


COMMERCIAL BREAK
SCROLL TO CONTINUE READING

ଝାଡଖଣ୍ଡର ଜମତାରା (Jamtara) ଅଂଚଳରେ ଗଛତଳେ ବସି ଫୋନ ଯୋଗେ ଅପରେଟ ହେଉଛି ସାଇବର କ୍ରାଇମ। ଲୋକଙ୍କୁ ଫୋନ କରି ଜନ୍ମ ଦିନ ପଚାରିବା ଆଳରେ ଏଟିଏମ କାର୍ଡ ଉପରେ ଥିବା ୧୬ ଡିଜିଟ ନମ୍ବର ପଚରାଯାଉଛି। ଗ୍ରାହକଙ୍କୁ ସନ୍ଦେହ ହେଲେ ନିଜର ପରିଚୟ ସହ ଫେକ ଏମପ୍ଲଇ ଆଇଡି ବି କହୁଛି। କିନ୍ତୁ ଗ୍ରାହକ ବୁଦ୍ଧି ଲଗାଇ ସାଇବର ଠକଙ୍କ ଜାଲରୁ ମୁକୁଳି ଯାଉଛନ୍ତି।


Also Read: ସାବଧାନ! ଓଟିପି ନୁହେଁ ଏବେ ଏହି ତରିକାରେ ଚାଲିଛି ସାଇବର ଠକେଇ


ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଏବେ ରାଜଧାନୀ ଭୁବନେଶ୍ବର (Bhubaneswar) ସାଇବର ଠକଙ୍କ ପାଇଁ ସେଫ ଜୋନ ପାଲଟିଛି। ଲକଡାଉନ (lockdown) ବେଳେ ବେକାର ଯୁବକଙ୍କୁ ଟ୍ରେନିଂ ଦେଇ ଏହି ଜମତାରା ଗ୍ୟାଙ୍କ (Jamtara gang) ଟଙ୍କା ଲୁଟିବାକୁ ଯୋଜନା ଚଲାଇଛନ୍ତି। ଭୁବନେଶ୍ବର ସମେତ ଗୁଡଗାଓଁ, ମିରଟ, ଭରତପୁର, ମଥୁରା ଓ ଆସାନସୋଲରୁ ଏଟିଏମ ଓ  ବ୍ୟାଙ୍କ ଆକାଉଂଟ ହ୍ୟାକ ହେଉଛି। କିଛି ମାସ ମଧ୍ୟରେ କେବଳ ଟ୍ଵିନ ସିଟିରେ ଶହେରୁ ଅଧିକ ସାଇବର ଠକେଇ (cyber fraud) ହେଇଛି। ବିଶେଷ କରି ବୟସ୍କ ବ୍ୟକ୍ତି ଏଥି ପ୍ରତି ଅଧିକ ସଚେତନ ହେବା ସହ ସତର୍କ ରହିବାକୁ ପୋଲିସ କମିଶନର ପରାମର୍ଶ ଦେଇଛନ୍ତି।



ଜମତରା ଗ୍ୟାଙ୍ଗ ଓଡ଼ିଶା (Odisha) ସମେତ ୫ଟି ରାଜ୍ୟକୁ ଟାର୍ଗେଟ୍ କରିଛନ୍ତି। ଓଡ଼ିଶାର ଭୁବନେଶ୍ଵର ପଶ୍ଚିମବଙ୍ଗର କୋଲକାତା ଓ ଆସାନସୋଲ, ରାଜସ୍ଥାନର ଅଲୱାର ଓ ଭରତପୁର, ହରିୟାଣାର ମେର ଓ ଗୁରୁଗାଓଁ ଏବଂ ଉତ୍ତର ପ୍ରଦେଶର ମଥୁରା, ବାରାଣାସୀ ଓ ଜଲାଲପୁର ଏହି ଗ୍ୟାଙ୍ଗର ଟାର୍ଗେଟରେ ରହିଛି। ଏହି ସବୁ ସହରରେ ବେକାରଙ୍କୁ ନିଯୁକ୍ତି ଦେବା ପ୍ରକ୍ରିୟା ଆରମ୍ଭ ହୋଇଯାଇ ଥିବାରୁ ସମ୍ପୃକ୍ତ ରାଜ୍ୟର ସାଇବର ପୁଲିସକୁ ସତର୍କ ରହିବା ପାଇଁ କୁହାଯାଇଛି।ଯେଉଁ ସହରମାନଙ୍କରେ ଇଣ୍ଟରନେଟ୍‌ର ବହୁଳ ବ୍ୟବହାର ହେଉଛି, ସେହିସବୁ ସ୍ଥାନକୁ ଜାମତାରା ଗ୍ୟାଙ୍ଗ୍ ଲକ୍ଷ୍ୟ ରଖୁଛି। ବିପୁଳ ଅର୍ଥ ରୋଜଗାରର ପ୍ରଲୋଭନ ଦେଖାଇ ବେକାର ଆଇଟି ଇଞ୍ଜିନିୟରଙ୍କୁ ନିଜ ଗ୍ୟାଙ୍ଗରେ ନିଯୁକ୍ତି ଦିଆଯାଇଛି।


Also Read:  କେମିତି ହୁଏ ଅନଲାଇନ ଠକେଇ? ଦେଖନ୍ତୁ Live ଭିଡିଓ


ଓଡ଼ିଶାରେ ସାଇବର ଅପରାଧ (cyber crime) କୁ ରୋକିବା ସମ୍ଭବ ହେବନାହିଁ ବୋଲି ଆଶଙ୍କା କରାଯାଉଛି। କିଛି ମାସ ତଳେ ଆଇପିଏସ୍‌ ପ୍ରଣବେନ୍ଦୁ ଆଚାର୍ଯ୍ୟ, ପୁଲିସ କମିସନର ସୁଧ୍ୟଶୁ ଷଡ଼ଙ୍ଗୀ, ଗୁଇନ୍ଦା ଡିଆଇଜି ଅନୁପ ସାହୁ, ଆଇଏଏସ୍ ଅଫିସର ଭିନିଲ କ୍ରିଷ୍ଣା ଓ ରାଜ୍ୟ ସରକାରଙ୍କ ଏକାଧିକ ବରିଷ୍ଠ ପଦାଧିକାରୀ, ଡାକ୍ତର, ଇଞ୍ଜିନିୟରଙ୍କ ଆକାଉଣ୍ଟ  ପୂର୍ବରୁ ହ୍ୟାକ୍ ଏବଂ ନକଲ କରାଯାଇଛି। ରାଜଧାନୀର ଏକ ଜଣାଶୁଣା ରେସ୍ତୋରାଁ ନାଁରେ ଲୋଭନୀୟ ଅଫର ଦେଇ ବିପୁଳ ପରିମାଣର ଠକେଇ ହୋଇଛି। ଏହି ସବୁ କାଣ୍ଡ ପଛରେ ଜମତରା ଗ୍ୟାଙ୍ଗର ନୂଆ ଶାଖାର ହାତ ଥିବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ।


ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋ ( NCRB) ରିପୋର୍ଟ ଅନୁସାରେ ୨୦୧୮ ତୁଳନାରେ ୨୦୧୯ରେ ଓଡ଼ିଶାରେ ୭୬ ପ୍ରତିଶତ ସାଇବର ଅପରାଧ ବୃଦ୍ଧି ପାଇଥିଲା। ୨୦୧୮ରେ ୮୪୩ଟି ମାମଲା ରୁଜୁ ହୋଇଥିବା ବେଳେ ୨୦୧୯ରେ ଏହି ସଂଖ୍ୟା ୧୪୮୫ ଥିଲା। ୨୦୨୦ ସବୁ ରେକର୍ଡକୁ ଟପିଯିବ ବୋଲି ଅନୁମାନ କରାଯାଉଛି। ସାରା ଦେଶ ରେ ହେଉଥିବା ଠକେଇର ୮୦ ପ୍ରତିଶତ ଯମତାରାରୁ ହେଉଛି। ୨୦୧୯ରେ ଦେଶରେ ୬୩ ପ୍ରତିଶତ ସାଇବର ଠକେଇ ବୃଦ୍ଧି ପାଇଥିଲା। ୨୦୨୦ରେ କେବଳ ଓଡିଶାରେ ୭୬ ପ୍ରତିଶତ ସାଇବର ଠକେଇ ବୃଦ୍ଧି ପାଇଛି। ଏପଟେ ମାମଲା ଦାୟର ହେଉଥିଲେ ବି ଟେକ୍ନୋଲୋଜି ଓ ଆନ୍ତରିକତା ଅଭାବରୁ ଅପରାଧୀଙ୍କ ପାଖରେ  ପୋଲିସ ପହଂଚି ପାରୁନି।