ଝାରସୁଗୁଡ଼ା: ରକ୍ତମୁଖା ନାବାଳକ। ପ୍ରତିଶୋଧ ପରାୟଣ ହୋଇ କରିଛି ମର୍ମନ୍ତୁଦ ଆକ୍ରମଣ। ଏଭଳି ଏକ ଭୟାନକ ଘଟଣା ଗତକାଲି ରାତିରେ  ବ୍ରଜରାଜନଗର ଥାନା ଅନ୍ତର୍ଗତ ଚୁନାଭଟା ଠାରେ ଘଟିଛି।


COMMERCIAL BREAK
SCROLL TO CONTINUE READING

ମିଳିଥିବା ସୂଚନା ଅନୁସାରେ, ବ୍ରଜରାଜନଗର ଥାନା (Brajaraj Nagar) ଅନ୍ତର୍ଗତ ଚୁନାଭଟା ଠାରେ ରକ୍ତାକ୍ତ ସଙ୍ଘର୍ଷ ହୋଇଥିଲା। ପୁରୁଣା ଚୁନାଭଟାର ଟିଙ୍କୁ ଗନ୍ଧା (୨୨)ଙ୍କୁ କିଛି ଯୁବକ ଛୁରୀରେ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ଟିଙ୍କୁଙ୍କୁ ଉଦ୍ଧାର କରି କେନ୍ଦ୍ରୀୟ ହସ୍ପିଟାଲରେ ଚିକିତ୍ସା କରାଯାଇଥିଲା। ତାଙ୍କ ପିଠିରେ ଆକ୍ରମଣ ହୋଇଥିଲା। ତେବେ ବର୍ତ୍ତମାନ ଟିଙ୍କୁଙ୍କର ଅବସ୍ଥା ସ୍ଥିର ରହିଛି।


Also Read: ଚୋରଙ୍କ ଟାର୍ଗେଟରେ ପାନୀୟ ଜଳ ପ୍ରକଳ୍ପ: ୧୫ରୁ ଊର୍ଦ୍ଧ୍ୱ ପ୍ରକଳ୍ପରୁ ତାର ଚୋରି, ଏତଲା ପରେ ବି ପୋଲ


 ଏହି ଘଟଣାରେ ପୋଲିସ (Jharsuguda Police) ତଦନ୍ତ ଆରମ୍ଭ କରି ବ୍ରଜରାଜନଗର ଅଂଚଳର ଜଣେ ନାବାଳକର ସମ୍ପୃକ୍ତି ଥିବା ଅନୁମାନ କରୁଛି। ଏହି ନାବାଳକ ଜଣକର ବାପା ମଧ୍ୟ ଜଣେ କୁଖ୍ୟାତ ଅପରାଧୀ ଏବଂ ସେ ଏବେ ଜେଲରେ ଥିବା ପୋଲିସ ଅନୁମାନ କରୁଛି। ପୋଲିସ ଏହି ଘଟଣାରେ IPCର ଧାରା ୩୦୭, ୩୨୪, ୭୪ରେ ମାମଲା ରୁଜୁ କରିଛି।  ଏହି ଘଟଣାରେ ଆଉ କାହାର ସମ୍ପୃକ୍ତି ଅଛି ତାହା ତଦନ୍ତ କରୁଛି।