କନ୍ଧମାଳ: ଗ୍ରାହକଙ୍କୁ ଠକିବା ପଡ଼ିଛି ମହଙ୍ଗା। ନାରାୟଣୀ ହିରୋ ସୋରୁମ ଏକାଥରକେ ପାଞ୍ଚ ହଜାର ଟଙ୍କା ଗଣିଲା। ଦୁଇଚକିଆ ଯାନର Oilକୁ ପ୍ରିଣ୍ଟ ଦର ଠାରୁ ଅଧିକ ନେଇ ଗ୍ରାହକଙ୍କୁ ହିରୋ ସୋରୁମ ଠକିଥିଲା।


COMMERCIAL BREAK
SCROLL TO CONTINUE READING

କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡିସ୍ଥିତ ନାରାୟଣୀ ହିରୋ ସୋରୁମ ସ୍ଥାନୀୟ ଅଞ୍ଚଳର ସମାଜସେବୀ ଦୀନବନ୍ଧୁ ମହାରଣାଙ୍କ ଠାରୁ ବାଇକର OIL ବଦଳାଇବା ନାଁରେ ଆବଶ୍ୟକତା ଠାରୁ ଅଧିକ ଚାର୍ଜ କରି ୧୬୦ ଟଙ୍କା ନେଇଥିଲା। ଆଉ ଏନେଇ ସମାଜସେବୀ ଜଣକ ଜିଲ୍ଲା ଖାଉଟି ପରାମର୍ଶ କେନ୍ଦ୍ର (Consumer Counseling Center) ର ଦ୍ୱାରସ୍ତ ହୋଇ ଅଭିଯୋଗ କରିଥିଲେ। ତେବେ ଗତକାଲି ଅଭିଯୋଗ ଆଧାରରେ ଉକ୍ତ ଘଟଣାର ଶୁଣାଣି କରାଯାଇଥିବା ବେଳେ ଦାରିଙ୍ଗବାଡିର ନାରାୟଣୀ ହିରୋ ସୋରୁମ ଗ୍ରାହକଙ୍କୁ  ୫୧୬୦  କ୍ଷତିପୂରଣ ଫେରାଇଛି।


Also Read: ପହଞ୍ଚି ପାରିନାହିଁ ବିକାଶ; ସାମୂହିକ ଭୋଟ ବର୍ଜନ କରିବାକୁ ଚେତାବନୀ ଦେଲେ ଗ୍ରାମବାସୀ


ସୂଚନା ମୁତାବକ ଗତ ୩ ତାରିଖ ଦିନ ଦୀନବନ୍ଧୁ ମହାରଣା ନିଜର ଦୁଇଟି ବାଇକର Oil ବଦଳାଇବା ପାଇଁ ନାରାୟଣୀ ହିରୋ ସୋରୁମକୁ ଯାଇଥିଲେ। ହେଲେ ସୋରୁମ Oil ବଦଳାଇବା ନାଁରେ ଆବଶ୍ୟକ ନଥିବା ଦୁଇଟି Nut ବାଇକରେ ଲାଗିବା ସହ Oil ବୋତଲର ଧାର୍ଯ୍ୟ ହୋଇଥିବା ପ୍ରିଣ୍ଟ ମୂଲ୍ୟ ଠାରୁ ଅଧିକ ଟଙ୍କା ନେଇଥିଲା। ବୋତଲ ପିଛା ଚାର୍ଜ କରି ନିଜର ପାରିଶ୍ରମିକ ମୂଲ୍ୟ ସହ ୭୭୦ ଟଙ୍କାର ବିଲ ଦେଇଥିଲା। ଯେଉଁଥିରେ ୧୬୦ ଟଙ୍କା ଅଧିକ ସୋରୁମ ଚାର୍ଜ କରିଥିଲା। 


ଆଉ ଏନେଇ ପଚାରିବାରୁ ଗ୍ରାହକଙ୍କୁ ସୋରୁମର ମ୍ୟାନେଜରଦୁର୍ବ୍ୟବହାର କରିଥିଲେ। ଫଳରେ ଗ୍ରାହକ ଦୀନବନ୍ଧୁ ମହାରଣା ଏନେଇ ଜିଲ୍ଲା ଖାଉଟି ପରାମର୍ଶ କେନ୍ଦ୍ରରେ ଅଭିଯୋଗ କରିଥିବା ବେଳେ ଗତକାଲି ତାଙ୍କୁ କ୍ଷତିପୂରଣ ସ୍ୱରୂପ ୫୧୬୦ ଟଙ୍କା ମିଳିଛି।