Archana Nag: ରାଜଧାନୀର ସବୁଠାରୁ ହାଇ ପ୍ରୋଫାଇଲ କେସ୍ ଲେଡି ବ୍ଲାକ ମେଲର ଅର୍ଚ୍ଚନା ନାଗ୍ କେସ ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଦେଢମାସରୁ ଅଧିକ ସମୟ ଧରି ଏହି ଜାଲରେ ନିଜେ ଛନ୍ଦି ହୋଇଗଲାଣି ଇଡି। ଅକ୍ଷୟ ପରିଜାଙ୍କୁ ତିନି କୋଟିର ବ୍ଲାକମେଲିଂ ଘଟଣାରେ ଆଜି ଭୁବନେଶ୍ୱର କୋର୍ଟରେ ହାଜର କରାଯିବା ସମୟରେ ମୁହାଁମୁହିଁ ହୋଇଥିଲେ ଗଣମାଧ୍ୟମ ପ୍ରତିନିଧି ଓ ଲେଡି ବ୍ଲାକମେଲର ଅର୍ଚ୍ଚନା ମୁହାଁମୁହିଁ ହୋଇଥିଲେ। ଗଣମାଧ୍ୟମଙ୍କ ଦ୍ୱାରା ପଚରାଯାଇଥିବା ପ୍ରଶ୍ନରେ ଉତ୍ତର ଦେବାକୁ ଯାଇ ଅର୍ଚ୍ଚନା କହିଛନ୍ତି ଯେ, ମୁଁ ଚାହୁଁଛି ସିବିଆଇ ତଦନ୍ତ କରାଯାଉ। 


COMMERCIAL BREAK
SCROLL TO CONTINUE READING

ଭୁବନେଶ୍ୱର କୋର୍ଟରେ ହାଜର ହେବା ପରେ ଗଣମାଧ୍ୟମ ଅର୍ଚ୍ଚନା ନାଗଙ୍କୁ ପ୍ରଶ୍ନ ବାଣ ଧରି ଘେରିରହିଥିଲେ। ଗଣମାଧ୍ୟମର ପ୍ରଶ୍ନରେ ଅର୍ଚ୍ଚନା କହିଥିଲେ ଯେ, ସିବିଆଇ ତଦନ୍ତ (CBI Investigation) ହେଲେ ସବୁ ସତ ସାମ୍ନାକୁ ଆସିବ। କେବଳ ମୁଁ ଟଙ୍କା ନେଇଛି ବୋଲି ଯଦି ମୁଁ ଦୋଷୀ ହେଲି ତେବେ ଯିଏ ଟଙ୍କା ଦେଲା ସେମାନେ କାହିଁକି ଖୁଲମଖୁଲା ବାହାରେ ବୁଲୁଛନ୍ତି । ଏହାସହ ସୋ କଲଡ ଭିକ୍ଟିମ (So Called Victim) ଶ୍ରଦ୍ଧାଞ୍ଜଳିକୁ କାହିଁକି କିଛି କୁହାଯାଉନି ତା ବିରୁଦ୍ଧରେ କାହିଁକି କୌଣସି ଆକ୍ସନ ନିଆଯାଉନି ବୋଲି ଚିତ୍କାର କରି କରି କହିଛନ୍ତି ଅର୍ଚ୍ଚନା ନାଗ୍। 


Also Read: Shocking Incident: ଦେଢ଼ ବର୍ଷ ପରେ ପ୍ଲାଷ୍ଟିକ ଡ୍ରମରୁ ମହିଳାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର, ଉଡିଗଲା ଘର ମାଲିକଙ୍କ ହୋସ୍


କୋର୍ଟରୁ ବାହାରିବା ପରେ ଗଣମାଧ୍ୟମ ସାମ୍ନାରେ ବିଷ ଓଗାଳିଛନ୍ତି ଲେଡି ବ୍ଲାକମେଲର । କହିଛନ୍ତି ଆମକୁ ଜାଣିଶୁଣି ଫସାଯାଉଛି । ମୋ ଘର ଲୋକଙ୍କୁ ନଜର ବନ୍ଦି କରି ରଖାଯାଇଛି।  ଅକ୍ଷୟ ପରିଜାଙ୍କ (Akshaya Parija) ଠାରୁ ମୁଁ ଟଙ୍କା ଟିଏ ବି ନେଇନି ବୋଲି କହିଛନ୍ତି ଅର୍ଚ୍ଚନା । ସେହିପରି ଶ୍ରଦ୍ଧାଞ୍ଜଳିକୁ ଆଗରୁ ଚିହ୍ନିଥିବା କହିଛନ୍ତି ଅର୍ଚ୍ଚନା। ଶ୍ରଦ୍ଧାଞ୍ଜଳି ତାଙ୍କ ଘର ପାଖେ ରହୁଥିଲେ ବୋଲି ମଧ୍ୟ ଅର୍ଚ୍ଚନା ସ୍ୱୀକାର କରିଛନ୍ତି। ସେହିପରି ଗଣମାଧ୍ୟମକୁ ନାଲି ଆଖି ଦେଖାଇ କହିଛନ୍ତି ଯେ, ତୁମେ ମାନେ ବି କିଛି ନଜାଣି ନଶୁଣି ମୋ ନାଁରେ ଆମ ନାଁରେ ମିଛ ସତ କରି ନ୍ୟୁଜ ପ୍ରସାରଣ କରିଛ । ଏକା ଆମେ ନୁହେଁ ଅନେକ ଏଥିରେ ସାମିଲ ଅଛନ୍ତି। ମୋତେ କିଛି କୁହାଯିବାକୁ ସୁଯୋଗ ଦିଆଯାଉନାହିଁ। ୬ ଦିନ କାଳ ମୋ ଆଖି କାନ ମୁହଁ ବନ୍ଦ କରି କୋର୍ଟ ଫରୱାର୍ଡ କରାଯାଉଛି ବୋଲି ସେ କହିଛନ୍ତି। 


Also Read: Wrestling Champion Arrest: ଯୋଗ ଶିକ୍ଷୟିତ୍ରୀଙ୍କୁ ଅସଦାଚରଣ କରି ଗିରଫ ମଲ୍ଲଯୋଦ୍ଧାର ବଡ଼ ଖୁଲାସା, ପୂର୍ବରୁ ଶତାଧିକ ମହିଳାଙ୍କୁ...


ରାଗିଯାଇ ଗଣମାଧ୍ୟମର ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଅର୍ଚ୍ଚନା ନାଗ୍ (Archana Nag) କହିଛନ୍ତି ଯେ, କୁଆଡ଼େ ଗଲେ ସୋ କଲ୍ଡ଼ ଭିକ୍ଟିମ ଶ୍ରଦ୍ଧାଞ୍ଜଳି? କାହିଁକି ଲୁଚୁଛନ୍ତି, ଗଣମାଧ୍ୟମ ସାମ୍ନାକୁ କାହିଁକି ଆସୁ ନାହାଁନ୍ତି ।ସେପଟେ ଅର୍ଚ୍ଚନାଙ୍କୁ ୧୫ ଦିନିଆ ରିମାଣ୍ଡ ନେଇ ଇଡିର ଆବେଦନ ଉପରେ ଶୁଣାଣି ଶେଷ ହୋଇଛି। ଆବେଦନ ଉପରେ ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି କୋର୍ଟ। କୋର୍ଟରେ ଅର୍ଚ୍ଚନାଙ୍କ ହାଜିରା ବେଳେ ରିମାଣ୍ଡ ଆବେଦନ କରିଥିଲା ଇଡି ସେପଟେ ଖବର ଅନୁଯାୟୀ, ଆସନ୍ତା ୭ରେ କୋର୍ଟରେ ହାଜର ହେବେ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ନାଗ୍।