ଭୁବନେଶ୍ୱର: ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାରେ ଝରଣୀ ଗାଁ ଯାଇ ମମିତାଙ୍କ ପରିବାରକୁ ଭେଟିଲେ ୩ ଜଣିଆ ବିଜେପି କେନ୍ଦ୍ରୀୟ ଟିମ୍ । ଝରଣୀ ଗାଁରେ ପହଞ୍ଚି ବିଜେପି ଟିମ୍ ମମିତା ହତ୍ୟା ଘଟଣାର  ସରଜମିନ ତଦନ୍ତ ଜାରି ରଖିଛନ୍ତି । ଆଜି ସଂଧ୍ୟାରେ କେନ୍ଦ୍ରୀୟ  ଟିମ୍ ରାୟପୁର ଦେଇ କଳାହାଣ୍ଡି ଯିବା ପରେ ଶନିବାର ଭୁବନେଶ୍ବର ଆସି ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବେ ଟିମ୍ ।  କେନ୍ଦ୍ରୀୟ ଟିମରେ ବିଜେପି ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚା ଅଧ୍ୟକ୍ଷା ଶ୍ରୀମତୀ ବିନୀତା ଶ୍ରୀନିବାସ,  ହରିୟାଣା ସାଂସଦ ସୁନିତା ଦୁଗ୍ଗଲ  ଓ ପଶ୍ଚିମବଙ୍ଗ ବିଜେପି ବିଧାୟିକା ରୂପାମିତ୍ର ଚୌଧୁରୀ ସାମିଲ ଅଛନ୍ତି । ତେବେ ଗତକାଲି କଂଗ୍ରେସର କେନ୍ଦ୍ରୀୟ ଟିମ୍ ମମିତାଙ୍କ ପରିବାରକୁ ଭେଟିଥିବା ବେଳେ ଆଜି ବିଜେପିର କେନ୍ଦ୍ରୀୟ ଟିମ୍ ଭେଟିଛି । ଅନ୍ୟପଟେ ମନ୍ତ୍ରୀଙ୍କ ବହିଷ୍କାର ଦାବିରେ ଏବେବି ପ୍ରତିବାଦ ଲାଗି ରହିଥିବା ବେଳେ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି। 


COMMERCIAL BREAK
SCROLL TO CONTINUE READING

ଶେଷରେ ମୁହଁ ଖୋଲିଛନ୍ତି ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର  (Captain Dibyashankar Mishra)  । ୨ ପୃଷ୍ଠାର ଏକ ପ୍ରେସ ବାର୍ତ୍ତାରେ ସେ ମମିତା ମେହେର (Mamita Meher) ମାମଲାରେ କୌଣସି ସମ୍ପୃକ୍ତି ନାହିଁ ବୋଲି କହିବା ସହ ମମିତା ମେହେରଙ୍କ ମୃତ୍ୟୁ ପାଇଁ ଦୁଃଖ କରିବା ସହ ମମିତା ମେହେରଙ୍କ ପରିବାରପ୍ରତି ମୋର ଗଭୀର ସମବେଦନା ଥିବା ଜଣାଇଛନ୍ତି ।


Also Read: 'ମମିତା ହତ୍ୟାକାଣ୍ଡ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଦାୟୀ'


ସେପଟେ ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ମୁଁ ଭାରତୀୟ ବାୟୁସେନା (Indian Airforce) ରେ କାମ କରୁଥିଲି, ସେଠାରେ ଦେଶ ପାଇଁ ଜୀବନ ଦେବାକୁ ଶିଖିଥିଲେ ନେବାକୁ ନୁହେଁ, ମୁଁ କଷ୍ଟ ପାଏ କିନ୍ତୁ ମୋ ପାଇଁ ଅନ୍ୟ କେହି କଷ୍ଟ ନପାଉ, ଏହା ହିଁ ମୋ ଜୀବନର ବ୍ରତ ବୋଲି କହିଛନ୍ତି କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର (Captain Dibyashankar Mishra) । କେବଳ ଏତିକି ନୁହେଁ ଏହି ମାମଲାକୁ ନେଇ ତାଙ୍କ ଭାବମୂର୍ତ୍ତୀରେ ଆଞ୍ଚ ପହଞ୍ଚାଇଥିବା କିଛି ହାତ ଗଣତି ଟିଭି ଚ୍ୟାନେଲ ଓ ୱେବ ପୋର୍ଟାଲ ନାଁରେ ମାନହାନି ମକଦ୍ଦମା କରିଛନ୍ତି। 


Also Read: ଆଜି ମଧ୍ୟ ଜେଲରେ ରହିବେ ଆର୍ୟନ ଖାନ୍, ଜେଲର ଦେଲେ ଏହି କାରଣ


ମା ମାଣିକେଶ୍ୱରୀଙ୍କ ଶପଥ ନେଇ କହୁଛି ଏଥିରେ ତାଙ୍କର କୌଣସି ପ୍ରକାରରେ ସମ୍ପୃକ୍ତି ନାହିଁ। ଯଦି କିଛି ପ୍ରମାଣ ଥାଏ ତେବେ କୋର୍ଟ ଓ ପୋଲିସରେ ଦାଖଲ କରିବାକୁ ସେ ଏହି ପ୍ରେସ ରିଲିଜରେ କହିଛନ୍ତି । ବ୍ୟକ୍ତିଗତ ଆକ୍ରୋଶ ଓ ଉଦ୍ଦେଶ୍ୟମୂଳକ ଖବର ପ୍ରସାରଣରୁ ଦୂରେଇ ରହିବାକୁ ରାଜନୈତିକ ଦଳ ଓ ଗଣମାଧ୍ୟମକୁ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଅନୁରୋଧ କରିଛନ୍ତି । ସେପଟେ ସଂପୃ୍କ୍ତିର ପ୍ରମାଣ ଦେଲେ ସନ୍ୟାସ ନେବି ବୋଲି ସେ କହିଛନ୍ତି ।