ଭୁବନେଶ୍ୱର: ବିଧାନସଭା ଶୀତ ଅଧିବେଶନ ବେଳେ ଘଟିଥାନ୍ତା ଅଘଟଣ। ମଙ୍ଗଳବାର ମଧ୍ୟାହ୍ଣରେ ମୁଖ୍ୟ ଫାଟକ ଆଗରେ ହୋଇଛି ଆତ୍ୟାହୂତି ଉଦ୍ୟମ। ଆଉ ପୋଲିସର ତୀକ୍ଷ୍ଣ ନଜର ଆଉ ଦ୍ରୁତ କାର୍ଯ୍ୟାନୁଷ୍ଠାନ ଯୋଗୁଁ ତାହା ବିଫଳ ହୋଇଛି। ତେବେ ଏହି ଆତ୍ମାହୂତି ଉଦ୍ୟମ ଘଟଣା ନୟାଗଡ ପରୀ ହତ୍ୟାକାଣ୍ଡ ସହ ସମ୍ପୃକ୍ତି ଥିବା ପୋଲିସ କହିଛି।


COMMERCIAL BREAK
SCROLL TO CONTINUE READING

ସୂଚନାପ୍ରକାରେ, ଆଜି ମଧ୍ୟାହ୍ଣରେ ନୟାଗଡର ଅଶୋକ ସାହୁ ଏବଂ ତାଙ୍କ ପତ୍ନୀ ସୌଦାମିନୀ ସାହୁ ଏକ ଅଟୋ ଯୋଗେ ବିଧାନସଭା ମୁଖ୍ୟ ଫାଟକ ନିକଟକୁ ଆସିଥିଲେ। ଉଭୟେ ଅଟୋରୁ ଓହ୍ଲାଇ ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇବା ଉଦ୍ୟମ କରିଥିଲେ। କିନ୍ତୁ ସେମାନଙ୍କୁ ଉପରେ ସେଠାରେ ନିୟୋଜିତ ପୋଲିସକର୍ମୀଙ୍କ ନଜର ପଡିଥିଲା। ଦିଆସିଲି ଜାଳିବା ପୂର୍ବରୁ ପୋଲିସ ଦ୍ରୁତଗତିରେ ସେଠାରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରିଥିଲା।


ଆତ୍ମାହୂତି ଉଦ୍ୟମ କରିଥିବା ଦମ୍ପତିଙ୍କ କହିବା ହେଲା, ନିଜ ୫ ବର୍ଷର ଝିଅ ପରୀର ହତ୍ୟାକୁ ୫ ମାସ ବିତିଗଲାଣି। କିନ୍ତୁ ପୋଲିସ ତଦନ୍ତ ପ୍ରକ୍ରିୟାରେ ନିଷ୍କ୍ରିୟତା ଦେଖାଇଛି। ଅଭିଯୁକ୍ତମାନେଙ୍କ ସେମାନଙ୍କୁ ବାରମ୍ବାର ଧମକ ଦେଉଛନ୍ତି। ଯେଉଁଥିରେ ଅତିଷ୍ଠ ହୋଇ ସେମାନେ ଆତ୍ମାହୂତି ଭଳି ଚରମ ପଦକ୍ଷେପ ନେଇଛନ୍ତି।। ପରୀକୁ ନ୍ୟାୟ ମିଳିନଥିବା ବେଳେ ଅଭିଯୁକ୍ତଙ୍କୁ ଜାମିନ ମିଳିବା ସେମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଛି ବୋଲି ଅଶୋକ ଏବଂ ସୌଦାମିନୀ କହିଛନ୍ତି।


Also read- ୩୦ ଲକ୍ଷ ଟଙ୍କା ପଛରେ ନକଲି ଗୁଟଖା


ସେପଟେ ଉଭୟଙ୍କୁ ବିଧାନସଭା ଆଗରୁ ଉଦ୍ଧାର ପରେ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଛି। ଏହି ମାମଲାରେ ନୟାଗଡ ଏସପିଙ୍କ ସହ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ଆଲୋଚନା କରିଛନ୍ତି। ଅଶୋକ ଓ ସୌଦାମିନୀଙ୍କୁ ବି ଏସପିଙ୍କ ସହ କଥା କରାଯାଇଛି। ତେବେ ଘଟଣାର ତଦନ୍ତ ସହ ପରୀକୁ ନ୍ୟାୟ ମିଳିବ ବୋଲି ନୟାଗଡ ଏସପି ପ୍ରତିଶ୍ରୁତି ଦେଇଛନ୍ତି।


ସୂଚନାଯୋଗ୍ୟ, ଗତ ଜୁନ୍ ୧୪ ତାରିଖରେ ନୟାଗଡ ସଦର ଥାନା ଯଦୁପୁର ଅଞ୍ଚଳ ଅଶୋକ ସାହୁଙ୍କ ପାଞ୍ଚ ବର୍ଷର ଝିଅ ଅମ୍ରିତା ସାହୁ ଓରଫ ପରୀ ହଠାତ ନିଖୋଜ ହୋଇଯାଇଥିଲା। ପରିବାର ଲୋକ ବହୁତ ଖୋଜାଖୋଜି କରିବା ପରେ ପରୀକୁ ନପାଇ ଥାନାରେ ଝିଅର ଅପହରଣ ହୋଇଥିବା ନେଇ ଏତଲା ଦେଇଥିଲେ। ଘଟଣାର ୧୦ ଦିନ ପରେ ଏକ ପରିତ୍ୟକ୍ତ ପୋଖରୀ ହୁଡ଼ାରୁ ପରୀର ଗଳିତ ମୃତଦେହ ମିଳିଥିଲା। ମୃତଦେହକୁ ଖଣ୍ଡ ଖଣ୍ଡ କରି କାଟି ସେଥିରେ କେମିକାଲ ପକାଇ ପ୍ରମାଣ ନଷ୍ଟ କରିବାକୁ ଅଭିଯୁକ୍ତମାନେ ପ୍ରୟାସ କରିଥିଲେ ବୋଲି ପୋଲିସ କହିଥିଲା। 


ପରେ ଏହି ହତ୍ୟାକାଣ୍ଡକୁ ନେଇ ନୟାଗଡ ଜିଲ୍ଲାରେ ଆନ୍ଦୋଳନ ଜୋର୍ ଧରିଥିଲା। ମୃତକଙ୍କ ପରିବାରକୁ ନ୍ୟାୟ ଦାବିରେ ବିରୋଧି କଂଗ୍ରେସ ଓ ବିଜେପି ରାଜରାସ୍ତାକୁ ଓହ୍ଲାଇଥିଲେ। ପରିବାର ଲୋକେ ମଧ୍ୟ ନ୍ୟାୟ ପାଇଁ ଏସପିଙ୍କ ଦ୍ବାରସ୍ଥ ହୋଇଥିଲେ। ତଥାପି ପରି ହତ୍ୟାକାଣ୍ଡର ଖୁଲାସା ହୋଇପାରି ନ ଥିଲା। କିନ୍ତୁ କିଛି ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ସେମାନେ ଏବେ ଜାମିନରେ ବାହାରୀ ପରୀର ବାପା-ମାଁଙ୍କୁ ଧମକ ଦେଉଥିବା ଅଭିଯୋଗ ହୋଇଛି।