୩୦ ଲକ୍ଷ ଟଙ୍କା ପଛରେ ନକଲି ଗୁଟଖା
Advertisement

୩୦ ଲକ୍ଷ ଟଙ୍କା ପଛରେ ନକଲି ଗୁଟଖା

ଭୁବନେଶ୍ବର ଖଣ୍ଡଗିରି ଥାନା (Khandagiri Police Station) ଅଞ୍ଚଳରୁ ଏକ ବ୍ୟାଗ୍ ଭିତରୁ ନଗଦ ୩୦ ଲକ୍ଷ ଟଙ୍କା ମିଳିବା ଘଟଣା। 

୩୦ ଲକ୍ଷ ଟଙ୍କା ପଛରେ ନକଲି ଗୁଟଖା

ରାଜେଶ ସାମନ୍ତରାୟ, ଭୁବନେଶ୍ୱର: ଭୁବନେଶ୍ବର ଖଣ୍ଡଗିରି ଥାନା (Khandagiri Police Station) ଅଞ୍ଚଳରୁ ଏକ ବ୍ୟାଗ୍ ଭିତରୁ ନଗଦ ୩୦ ଲକ୍ଷ ଟଙ୍କା ମିଳିବା ଘଟଣା। ସାମ୍ନାକୁ ଆସିଲା ୩୦ ଲକ୍ଷ ଟଙ୍କାର ପ୍ରକୃତ କାହାଣୀ।  ନଗଦ ଟଙ୍କା କରବାର ପଛରେ ଥିଲା ନକଲି ଗୁଟଖା କରବାର (Duplicate Tobaco)।  

କଟକ ଜିଲ୍ଲା ଟାଙ୍ଗୀ ଓ ଜଗତପୁରରୁ ଆଜି ଧରା ପଡ଼ିଥିବା ଗୁଟଖା କାରଖାନାର ନଗଦ ଟଙ୍କା କାରାବର ସହ ଲିଙ୍କ ରହିଛି। ଏହି ଲିଙ୍କ ଖୋଲିଥିଲା ଖଣ୍ଡଗିରି ଥାନା ପୋଲିସ। ଅଭିଯୁକ୍ତକୁ ଜେରା ବେଳେ ସେ ପାନ ମସଲା କଥା ସାମ୍ନାକୁ ଆଣିଥିଲା।

ପରେ ଏହି ଚେର ଖୋଜିବା ବେଳେ ଭେଜାଲ ଓ ନକଲି ସାମଗ୍ରୀ କାରବାରର କଥା ସାମ୍ନାକୁ ଆଶିଛି ବୋଲି କହିଛନ୍ତି ଭୁବନେଶ୍ବର ଡିସିପି । ଟଙ୍କା ଜବତ ମାମଲାଟି ଜଗତପୁର ଥାନା ପୋଲିସ ଦ୍ବାରା ଜବତ ଗୁଟଖା ମାମଲା ସହ ଟ୍ୟାଗ୍ ହେବ ବୋଲି କହିଛନ୍ତି ଡିସିପି। ଏଣିକି କଟକ କମିସନରେଟ୍ ପୋଲିସ 30ଲକ୍ଷ ଟଙ୍କାର ତଦନ୍ତ କରିବ ବୋଲି ଜଣାପଡ଼ିଛି।