Ragging: ରାଜ୍ୟର ଏହି କଲେଜ ଗୁଡିକରେ ହେଉଛି ସର୍ବାଧିକ ରାଗିଂ
ଅନେକ ଶିକ୍ଷାନୁଷ୍ଠାନ ଗୁଡିକରେ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ରାଗିଂ ରୋକାଯାଇପାରୁ ନାହିଁ। ଅନ୍ୟପଟେ କଡ଼ା କାର୍ଯ୍ୟାନୁଷ୍ଠାନ ବଦଳରେ କୋହଳ ମନୋଭାବ ପୋଷଣ ରାଗିଂ ବଢ଼ାଇବାର ମୁଖ୍ୟ କାରଣ ଭାବେ ଉଭା ହୋଇଛି। ସବୁ ପିଲାଙ୍କର ମାନସିକ ଧାରଣା ସମାନ ନଥାଏ।
Ragging: ବର୍ତ୍ତମାନ ରାଜ୍ୟ ତଥା ଦେଶର ଅନେକ ଶିକ୍ଷାନୁଷ୍ଠାନ କ୍ୟାମ୍ପସ ଓ ହଷ୍ଟେଲ ଛାତ୍ରଛାତ୍ରୀଙ୍କ ପାଇଁ ଅସୁରକ୍ଷିତ ମନେ ହେଉଛି। ଗତ ଦୁଇ ବର୍ଷ ମଧ୍ୟରେ ଦେଶରେ ରାଗିଂ ମାମଲା ରିପୋର୍ଟ ଆସୁଥିବା ରାଜ୍ୟ ମଧ୍ୟରେ ଓଡିଶା ତୃତୀୟ ସ୍ଥାନରେ ରହିଛି। ସିନିୟରଙ୍କ ଦ୍ୱାରା ଜୁନିୟର ଛାତ୍ରଛାତ୍ରୀ ରାଗିଂର ଶିକାର ହେଉଛନ୍ତି। କେବଳ ସେତିକି ନୁହେଁ କେତେକ ଅଧ୍ୟାପକ ମଧ୍ୟ ଛାତ୍ରଛାତ୍ରୀଙ୍କୁ ରାଗିଂ କରିଥିବାର ନଜିର ରହିଛି। ରାଗିଂ ସହି ନପାରି ଅନେକ ଛାତ୍ରଛାତ୍ରୀ ଅତ୍ମହତ୍ୟା ଭଳି ଚରମ ପଦକ୍ଷପ ନେଉଛନ୍ତି।
ଅନେକ ଶିକ୍ଷାନୁଷ୍ଠାନ ଗୁଡିକରେ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ରାଗିଂ ରୋକାଯାଇପାରୁ ନାହିଁ। ଅନ୍ୟପଟେ କଡ଼ା କାର୍ଯ୍ୟାନୁଷ୍ଠାନ ବଦଳରେ କୋହଳ ମନୋଭାବ ପୋଷଣ ରାଗିଂ ବଢ଼ାଇବାର ମୁଖ୍ୟ କାରଣ ଭାବେ ଉଭା ହୋଇଛି। ସବୁ ପିଲାଙ୍କର ମାନସିକ ଧାରଣା ସମାନ ନଥାଏ। କିଛି ପିଲା ରାଗିଂ ସହି ବି ଚୁପ ଚାପ୍ ରହିଥାନ୍ତି, ଏମିତି କି ଘର ଲୋକଙ୍କୁ ମଧ୍ୟ ନିଜ ମନର ବ୍ୟଥା କହିପାନ୍ତି ନାହିଁ। ଆଉ କେହି କେହି ରାଗିଂ ସମୟରେ ହିଁ ମୃତ୍ୟର ଶିକାର ହୋଇଥାନ୍ତି ଏବଂ କେତେକ ଛାତ୍ରଛାତ୍ରି ରାଗିଂ ଯନ୍ତ୍ରଣା ସହି ନ ପାରି ଅତ୍ମହତ୍ୟା କରୁଛନ୍ତି। ସଦ୍ୟତମ ଅଭିଯୋଗ ହେଉଛି ରାଗିଂଯୋଗୁଁ ଦୁଇ ଜୁଲାଇରେ ଭୁବନେଶ୍ୱର ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣା। ଯାହାକୁ ନେଇ ବିଧାନସଭାରେ ତୁମ୍ବି ତୋଫାନ ଜାରି ରହିଛି ।
Also Read; ବଲାଙ୍ଗୀର ଡାକ୍ତରୀ ଛାତ୍ର ମୃତ୍ୟୁ ମାମଲା: ସାମନାକୁ ଆସିଲା ସାଙ୍ଘାତିକ ତଥ୍ୟ, ଦୁଇ ସାଙ୍ଗଙ୍କ ଚାଟ୍ ଖୋଲିଲା ରାଜ୍
ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି)ର ଆଣ୍ଟି-ରାଗିଂ ହେଲ୍ପଲାଇନ ଅନୁଯାୟୀ, ୨୦୨୧-୨୨ର ବର୍ତ୍ତମାନର ଏକାଡେମିକ୍ ସେସେନରେ ଏପ୍ରିଲ୍ ୩ ସୁଦ୍ଧା ଓଡିଶାରେ ୨୧ଟି ରାଗିଂ ମାମଲା ଦାଖଲ କରାଯାଛି। ଗତ ଦୁଇ ବର୍ଷରେ ରାଗିଂ ଅଭିଯୋଗ ସଂଖ୍ୟା ମୋଟ ୬୦ରେ ପହଞ୍ଚି ସାରିଛି। ସେଗୁଡିକ ମଧ୍ୟରୁ ଅଧିକାଂଶ ମେଡିକାଲ ଏବଂ ଇଞ୍ଜିନିୟରିଂ କଲେଜରୁ ଆସୁଛି। ଓଡିଶାର ମୋଟ ମାମଲା ମଧ୍ୟରୁ ଏମ.କେ.ସି.ଜି ମେଡିକାଲ କଲେଜରୁ ସର୍ବାଧିକ ୯, ଏହା ପରେ ବୀର ସୁରେନ୍ଦ୍ର ସାଇ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ ଏବଂ ବିମସାରରୁ ୫ ଏବଂ ଇନ୍ଦିରା ଗାନ୍ଧୀ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି, ସାରଙ୍ଗରୁ ୯ଟି ଗାଗିଂ ମାମଲା ରୁଜୁ ହୋଇଛି। ଏହା ଛଡ଼ା ଦେଶରେ ଉତ୍ତର ପ୍ରଦେଶରୁ ୬୮, ବିହାରରୁ ୧୪୧, ମଧ୍ୟପ୍ରଦେଶରୁ ୫୦ଟି ଗାଗିଂ ମାମଲା ରୁଜୁ କରାଯାଇଛି ।
ଆଣ୍ଟି-ରାଗିଂ ଆକ୍ଟ ଅନୁଯାୟୀ, ଯଦି କେହି ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ତିନି ବର୍ଷ କଠୋର କାରାଦଣ୍ଡ ସହିତ ଦୋଷୀଙ୍କୁ ମଧ୍ୟ ଜରିମାନା କରାଯାଇପାରେ। କେବଳ ଏତିକି ନୁହେଁ, କଲେଜ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯଦି କୌଣସି ଏକ କଲେଜରେ ରାଗିଂ ହେଉଛି ଏବଂ କଲେଜ କର୍ତ୍ତୃପକ୍ଷ ସଠିକ ତଥ୍ୟ ନରଖନ୍ତି କିମ୍ବା ରାଗିଂ ମାମଲାରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ ଜରିମାନା ମଧ୍ୟ ହେବ।
Also Read; କଲେଜ ଆଗରେ ଝୁଲିଗଲେ ହତାସିଆ ପ୍ରେମିକ!
ସଦ୍ୟତମ ଅଭିଯୋଗ ହେଉଛି ରାଗିଂ ଯୋଗୁଁ ଜୁଲାଇ ୦୨-୨୦୨୨ରେ ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାକୁ ନେଇ ତୁମ୍ବି ତୋଫାନ ଜାରି ରହିଛି। କଟକ ଜିଲ୍ଲା କଖଡ଼ି ଗାଁର ରୁଚିକା ମହାନ୍ତି ବିଜେବି ମହାବିଦ୍ୟାଳୟର +୩ କଳାର ପ୍ରଥମ ବର୍ଷ ଛାତ୍ରୀ ଥିଲେ। କାରୁବାକୀ ଛାତ୍ରୀ ନିବାସର ତୃତୀୟ ମହଲାର ରୁମ୍ ନମ୍ୱର ନଂ ୨୦୧ରେ ରହୁଥିଲେ। ପ୍ରଥମ ବର୍ଷରେ ପଢ଼ୁଥିଲେ ମଧ୍ୟ ୟୁପିଏସ୍ସି ପାଇଁ ପ୍ରସ୍ତୁତି ଚଳାଇଥିଲେ। ରୁଚିକା ଏକ ସୁଇସାଇଡ୍ ନୋଟରେ ୩ ଜଣ ସିନିୟର ତାଙ୍କୁ ଭୀଷଣ ରାଗିଂ କୁଥିବା କଥା ଉଲ୍ଲେଖ କରିଛନ୍ତି। ରୁଚିକାଙ୍କ ଭଳି ରିଚା ମିଶ୍ର ୨୦୦୫ ମସିହାରେ ଫାଶି ଲଗାଇ ଆତ୍ମହତ୍ୟା କରିଥିଲେ। ରିଚା ବିଜେବି କଲେଜର +୩ ଶେଷ ବର୍ଷ କମର୍ସ ଛାତ୍ରୀ ଥିଲେ। ୩ ଅଧ୍ୟାପକଙ୍କ ମାନସିକ ନିର୍ଯାତନାରେ ଅତିଷ୍ଠ ହୋଇ ସେ ଜୀବନ ହାରିଥିଲେ।
ବିଶେଷ କରି ମେଡିକାଲ ଓ ଇଞ୍ଜିନିୟରିଂ କଲେଜ ଗୁଡିକରେ ରାଗିଂ ସମସ୍ୟାଧିକ ହେଉଥିବା ବେଳେ, ଏବେ ସାଧାରଣ କଲେଜରେ ମଧ୍ୟ ବଢ଼ୁଥିବା ରାଗିଂ ସଂଖ୍ୟା ଅଭିଭାବକ ମାନଙ୍କର ଚିନ୍ତା ବଢ଼ାଇଛି। ସବୁଠି ଏବେ ରାଗିଂ ଭୟ, ଶିକ୍ଷାନୁଷ୍ଠାରେ ପାଠ ପଢ଼ି ସୁନେଲି ଭବିଷ୍ୟତ ଗଢ଼ିବା କଥା କିନ୍ତୁ ସେତେବେଳେ ଏ ରାଗିଂ ସମସ୍ୟା ପାଠ ପଢ଼ାରେ ଭୟ ସୃଷ୍ଟି କରୁଛି। ଏହି ସମସ୍ୟାକୁ ରୋକା ଯିବା ସହିତ ପ୍ରତ୍ୟକ ଶିକ୍ଷାନୁଷ୍ଠାନ କ୍ୟାମ୍ପସକୁ ରାଗିଂ ମୁକ୍ତ କରିବା ପାଇଁ ଦୃଢ଼ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି।