କଲେଜ ଆଗରେ ଝୁଲିଗଲେ ହତାସିଆ ପ୍ରେମିକ!
Advertisement
Article Detail0/zeeodisha/odisha1163135

କଲେଜ ଆଗରେ ଝୁଲିଗଲେ ହତାସିଆ ପ୍ରେମିକ!

କୋଣାର୍କ ଥାନା ଠାରୁ ପ୍ରାୟ ୫୦୦ ମିଟର ଦୂରରେ ଥିବା କୋଣାର୍କ ମା ଭଗବତୀ ମହାବିଦ୍ୟାଳୟ ସମ୍ମୁଖରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏକ କାଜୁ ଗଛରେ ଝୁଲନ୍ତା ଅବସ୍ଥାରେ ରବିବାର ସକାଳୁ କୋଣାର୍କ ପୋଲିସ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି।

ଡିଜାଇନ୍ ଫଟୋ

ପୁରୀ: ଜୀବନ ହାରିଲା ହତାସିଆ ପ୍ରେମିକ! କୋଣାର୍କ ଭଗବତୀ ମହାବିଦ୍ୟାଳୟ ସମ୍ମୁଖରେ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି। ପ୍ରେମରେ ବିଫଳ ହୋଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ଜାଣିବା ପାଇଁ କୋଣାର୍କ ପୋଲିସର ତଦନ୍ତ ଜାରି ରହିଛି।

କୋଣାର୍କ ଥାନା ଠାରୁ ପ୍ରାୟ ୫୦୦ ମିଟର ଦୂରରେ ଥିବା କୋଣାର୍କ ମା ଭଗବତୀ ମହାବିଦ୍ୟାଳୟ ସମ୍ମୁଖରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏକ କାଜୁ ଗଛରେ ଝୁଲନ୍ତା ଅବସ୍ଥାରେ ରବିବାର ସକାଳୁ କୋଣାର୍କ ପୋଲିସ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି। ପ୍ରାଥମିକ ତଦନ୍ତରୁ ମିଳିଥିବା ସୂଚନା ମୁତାବକ, ଯୁବକ ଜଣଙ୍କର ନାମ ମୁନା ପଢିଆରୀ। ତାଙ୍କ ପିତାଙ୍କ ନାମ ଛଇଲ ପଢିଆରୀ। ମୃତ ମୁନାଙ୍କ ଘର ନିମାପଡା ନିକଟ ତେରୁଣ୍ଡିଆ ଗ୍ରାମରେ ବୋଲି ଜଣା ପଡିଛି। 

Also Read: ରାଜଧାନୀରେ ଡବଲ ମର୍ଡର; ସ୍ତ୍ରୀ, ଶାଳୀକୁ ହତ୍ୟା ପରେ କରୁଥିଲା...

ମୁନାଙ୍କ ବଡ ଭାଇଙ୍କ କହିବା କଥା ହେଲା, ତାଙ୍କ ସାନଭାଇ ପ୍ରେମରେ ବିଫଳ ହୋଇଥିଲେ। ଗତ ୩ ଦିନ ହେବ ମୁନା ନିଖୋଜ ଥିଲେ। ନିଖୋଜର ୩ ଦିନ ପରେ ତାଙ୍କ ମୃତଦେହ ମିଳିବା ପରେ ତାଙ୍କ ମୃତ୍ୟୁକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। କୋଣାର୍କ ପୋଲିସ ମୃତଦେହକୁ ଜବତ କରିବା ସହ ପୁରୀରୁ ସାଇଣ୍ଟିଫିକ ଟିମ ଆସି ଅଧିକ ତଥ୍ୟ ସଂଗ୍ରହ କରୁଛନ୍ତି। 

ମୃତ ଯୁବକ ଜଣକ ପାଖରେ ଏକ ବ୍ୟାଗ ଥିବା ଦେଖିବାକୁ ମିଳିଛି। ତେବେ ସେ ବ୍ୟାଗଟି କାହାର ତାହା ଜଣା ପଡିନାହିଁ। ମୁନା ନିମାପଡାରୁ ଆସି କାହିଁକି କୋଣାର୍କ ଆସି ଆତ୍ମହତ୍ୟା କଲେ? ମୁନା ପ୍ରେମ କରୁଥିବା ଯୁବତୀ କୋଣାର୍କ ମା ଭଗବତୀ ମହାବିଦ୍ୟାଳୟରେ ପଢୁଛନ୍ତି କି? ଏଭଳି ଅନେକ ପ୍ରଶ୍ନ ଏବେ ସାଧାରଣରେ ଚର୍ଚ୍ଚା ହେଉଛି। ସମ୍ପୂର୍ଣ୍ଣ ତଦନ୍ତ ପରେ ଏହା ହତ୍ୟା ନା ଆତ୍ମହତ୍ୟା ଜଣା ପଡିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।