ବଲାଙ୍ଗୀର ଡାକ୍ତରୀ ଛାତ୍ର ମୃତ୍ୟୁ ମାମଲା: ସାମନାକୁ ଆସିଲା ସାଙ୍ଘାତିକ ତଥ୍ୟ, ଦୁଇ ସାଙ୍ଗଙ୍କ ଚାଟ୍ ଖୋଲିଲା ରାଜ୍
Advertisement
Article Detail0/zeeodisha/odisha1163238

ବଲାଙ୍ଗୀର ଡାକ୍ତରୀ ଛାତ୍ର ମୃତ୍ୟୁ ମାମଲା: ସାମନାକୁ ଆସିଲା ସାଙ୍ଘାତିକ ତଥ୍ୟ, ଦୁଇ ସାଙ୍ଗଙ୍କ ଚାଟ୍ ଖୋଲିଲା ରାଜ୍

ବଲାଙ୍ଗୀର ମେଡିକାଲ କଲେଜରେ ଛାତ୍ର ନିଶାନ୍ତ କୁମାରଙ୍କ ମୃତ୍ୟୁ ଅତ୍ୟଧିକ ରାଗିଂ ଯୋଗୁଁ ହିଁ ହୋଇଥିଲା! ନିଜ ଘର ଲୋକଙ୍କ ସହିତ ସାଙ୍ଗ ପ୍ରଶାନ୍ତଙ୍କୁ ମଧ୍ୟ କହିଥିଲେ। ମାତ୍ର କାଳେ ସିନିୟର ଛାତ୍ରମାନେ ଅଧିକ ଆକ୍ରୋଶ ରଖିବେ ଅଧିକ ହଇରାଣ କରିବେ ଓ ନିର୍ଯାତନା ଦେବେ ସେହି ଭୟରେ ନିଶାନ୍ତ ଲିଖିତ ଅଭିଯୋଗ କଲେ ନାହିଁ। ନିଜ ଦୁଃଖକୁ ନିଜ ଭିତରେ ଚାପି ରଖିଲେ। 

ଡିଜାଇନ୍ ଫଟୋ

ବଲାଙ୍ଗୀର: ନୂଆ ମୋଡ ନେଲା ବଲାଙ୍ଗିର ମେଡିକାଲ କଲେଜ ଛାତ୍ର ନିଶାନ୍ତ କୁମାର ମୃତ୍ୟୁ ଘଟଣା। ସାମ୍ନାକୁ ‌ଆସିଲା ସାଙ୍ଘାତିକ ତଥ୍ୟ। ରାଗିଂ ପାଇଁ ଯାଇଛି ଡାକ୍ତରୀ ଛାତ୍ରଙ୍କ ଜୀବନ! ମୃତ ଛାତ୍ର ନିଶାନ୍ତଙ୍କ ମୋବାଇଲ୍ ଚାଟିଂ ଭାଇରାଲ ହେଉଛି। କଲେଜରେ କିଭଳି ରାଗିଂ ଚାଲିଥିଲା ତାହାର ଅନୁଭୁତିକୁ ମୃତ ନିଶାନ୍ତ ତାଙ୍କ ବିଦେଶରେ ରହୁଥିବା ଜଣେ ସାଙ୍ଗକୁ ବର୍ଣ୍ଣନା କରିଛନ୍ତି।

ବଲାଙ୍ଗୀର ମେଡିକାଲ କଲେଜରେ ଛାତ୍ର ନିଶାନ୍ତ କୁମାରଙ୍କ ମୃତ୍ୟୁ ଅତ୍ୟଧିକ ରାଗିଂ ଯୋଗୁଁ ହିଁ ହୋଇଥିଲା! ନିଜ ଘର ଲୋକଙ୍କ ସହିତ ସାଙ୍ଗ ପ୍ରଶାନ୍ତଙ୍କୁ ମଧ୍ୟ କହିଥିଲେ। ମାତ୍ର କାଳେ ସିନିୟର ଛାତ୍ରମାନେ ଅଧିକ ଆକ୍ରୋଶ ରଖିବେ ଅଧିକ ହଇରାଣ କରିବେ ଓ ନିର୍ଯାତନା ଦେବେ ସେହି ଭୟରେ ନିଶାନ୍ତ ଲିଖିତ ଅଭିଯୋଗ କଲେ ନାହିଁ। ନିଜ ଦୁଃଖକୁ ନିଜ ଭିତରେ ଚାପି ରଖିଲେ। ତାଙ୍କୁ ହତ୍ୟା କରାଯାଇଥାଉ ବା ସେ ଆତ୍ମହତ୍ୟା କରନ୍ତୁ, କିନ୍ତୁ ଏକଥା ୧୦୦% ସତ ଯେ ସୁଦୂର ହରିୟାଣାର କର୍ଣ୍ଣଲ ସହରରୁ ଓଡ଼ିଶାକୁ ଡାକ୍ତର ହେବାକୁ ଆସିଥିବା ଏହି ନିରୀହ ମାତ୍ର ୧୮ ବର୍ଷୀୟ ଛାତ୍ରର ଜୀବନ ରାଗିଂ ଯୋଗୁଁ ଚାଲିଗଲା।

Also Read: କଲେଜ ଆଗରେ ଝୁଲିଗଲେ ହତାସିଆ ପ୍ରେମିକ!

ନିଶାନ୍ତଙ୍କ ଚାଟିଂରୁ ଜଣାପଡିଛି ଯେ, ମେଡିକାଲ କଲେଜରେ ତାଙ୍କୁ ପ୍ରତ୍ୟେକ ଦିନ ୩ରୁ ୪ ଘଣ୍ଟା ରାଗିଂ କରାଯାଉଥିଲା। ସବୁବେଳେ ରାଗିଂର ପ୍ରବଳ ଭୟ ରହୁଥିଲା। Sports Meetରେ ଜୁନିୟର ପିଲାଙ୍କୁ ଭଲିବଲ କୋର୍ଟ କରି ଠିଆ କରାଯାଉଥିଲା। ସିନିୟରମାନଙ୍କୁ ୱିସ୍ କରିବାକୁ ବାଧ୍ୟ କରାଯାଉଥିଲା। ସିନିୟରମାନଙ୍କ ଖେଳ ଦେଖିବାକୁ ଜୁନିୟରମାନେ ବାଧ୍ୟ, କିନ୍ତୁ କୌଣସି ଜୁନିୟରଙ୍କୁ ଖେଳିବା ପାଇଁ ସିନିୟରମାନେ ଅନୁମତି ଦେଉନଥିଲେ। ଏପରିକି ଜୁନିୟରଙ୍କୁ ପାର୍କ ଯିବା ମଧ୍ୟ ମନା ଥିଲା। ମୃତ୍ୟୁ ପୂର୍ବର ୪ ଦିନ ପର୍ଯ୍ୟନ୍ତ ନିଶାନ୍ତ କଲେଜରେ ହେଉଥିବା ରାଗିଂ ବିଷୟରେ ସମର୍କୀୟଙ୍କୁ କହିଥିଲେ।

fallback

ନିଶାନ୍ତଙ୍କ ସାଙ୍ଗ ଓ ହରିୟାଣାରେ ଥିବା ବାପା ମା ତାଙ୍କୁ ଲିଖିତ ଅଭିଯୋଗ ପାଇଁ କହିବା ସହ ସେମାନେ ନିଜେ ଓଡ଼ିଶା ଆସିବା ପାଇଁ କହିଥିଲେ। କିନ୍ତୁ ମୃତ ନିରୀହ ଛାତ୍ର ତାଙ୍କ ବାପା ମାଙ୍କୁ ମାନାକରିଥିଲେ ଓ କହିଥିଲେ, ସିନିୟରମାନଙ୍କ ବିରୋଧରେ ଅଭିଯୋଗ କଲେ ସେମାନେ ତାଙ୍କୁ ଅଧିକ ରାଗିଂ କରିବେ। ଏହି ଭୟରେ ନିଶାନ୍ତ ଅଭିଯୋଗ କଲେ ନାହିଁ। ସେପଟେ ନିଶାନ୍ତଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ Ragging Free Campus Abhiyan ଦାବି କରିଛି। ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ମଧ୍ୟ ଲେଖାଯାଇଛି।

Also Read: ବିବାହ ଭୋଜି ଖାଇ ୨୫ ହସ୍ପିଟାଲରେ ଭର୍ତ୍ତି

ସୂଚନାଯୋଗ୍ୟ, ଗତ ଶୁକ୍ରବାର ବଲାଙ୍ଗୀର ମେଡିକାଲ କଲେଜର ହଷ୍ଟେଲ ଛାତରୁ ଖସିପଡି ଡାକ୍ତର ଛାତ୍ର ନିଶାନ୍ତ କୁମାରଙ୍କ ମୃତ୍ୟୁ ହୋଇଛି। ନିଟ୍ ଏଟ୍ରାନ୍ସରେ ଉତ୍ତୀର୍ଣ୍ଣ ହେବା ପରେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜରେ ନାମ ଲେଖାଇ ସେ ନ୍ୟୁ-ବଏଜ ହଷ୍ଟେଲରେ ରହୁଥିଲେ। ନାମ ଲେଖାଇବା ପରେ ପୁଅକୁ ସିନିୟର ଛାତ୍ରମାନେ ରାଗିଂ କରୁଥିବା ନିଶାନ୍ତଙ୍କ ବାପା ଓ ମା  ଅଭିଯୋଗ କରିଛନ୍ତି। କିନ୍ତୁ ରାଗିଂ ଅଭିଯୋଗକୁ ମେଡିକାଲ କଲେଜର ଡିନ୍ ଖଣ୍ଡନ କରିଛନ୍ତି। ଏବେ ମୃତ ନିଶାନ୍ତଙ୍କ ଚାଟ୍ ମେଡିକାଲ କଲେଜ କର୍ତ୍ତୃପକ୍ଷଙ୍କ ମିଛ ଉପରୁ ପରଦା ଉଠାଇଛି।

fallback