Palghar Rape Case: ଦୁଷ୍କର୍ମ ପରି ଘଟଣା ଆମ ସମାଜରେ ବଢ଼ି ବଢ଼ି ଚାଲିଛି । ପ୍ରତିଦିନ ଦୁଷ୍କର୍ମର ଘଟଣା (Rape Case) ସାମ୍ନାକୁ ଆସୁଛି । ଏହି ଘଟଣା ଥମିବାର ନା ନେଉଁନାହିଁ । ନିକଟ ଅତୀତରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି । ଯାହା ମାନବିକତା ଲଜ୍ଜିତ କରିଦେଇଛି । ମହାରାଷ୍ଟ୍ର (Maharashtra) ର ପାଲଘର ଜିଲ୍ଲା (Palghar District) ର ଏକ ଗାଁରେ ଗଣଦୁଷ୍କର୍ମ (Palghar Gang Rape Case) ର ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି । ୮ ଜଣ ଯୁବକ ଜଣେ ନାବାଳିକା ସହ ଗଣଦୁଷ୍କର୍ମ (Teen Girl Gang Rape) କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ମହାରାଷ୍ଟ୍ର ପୋଲିସ (Maharashtra Police) ଗିରଫ କରିଛି ।


COMMERCIAL BREAK
SCROLL TO CONTINUE READING

ରବିବାର ଜଣେ ଅଧିକାରୀ କହିଛନ୍ତି ଯେ, ଶୁକ୍ରବାର ଓ ଶନିବାର ରାତିରେ ଏହି ଘଟଣା ଘଟିଛି । ପୋଲିସର ସୂଚନାନୁସାରେ, ଅଭିଯୁକ୍ତ ମାନେ ପ୍ରଥମେ ନାବାଳିକାକୁ ସମୁଦ୍ର କୂଳରେ ଅବସ୍ଥିତ ନିଜ ଗାଁର ଏକ ଖାଲି ବଙ୍ଗଳାରେ ଦୁଷ୍କର୍ମ (Rape) କରିଥିଲେ । ଅଭିଯୁକ୍ତ ମାନେ ଏତିକିରେ ଅଟକି ନଥିଲେ, ପରେ ସେମାନେ ପୀଡିତ଼ାଙ୍କୁ ସମୁଦ୍ର କୂଳକୁ ନେଇ ଯାଇଥିଲେ, ଯେଉଁଠାରେ ସେମାନେ ପୁନର୍ବାର ତାଙ୍କ ସହ ଗଣଦୁଷ୍କର୍ମ (Gang Rape) କରିଥିଲେ । ପାଲଘର ଜିଲ୍ଲା ଗ୍ରାମୀଣ ପୋଲିସ (Palghar Police) ର ମୁଖପାତ୍ର କହିଛନ୍ତି ଯେ, ସତ୍ୟପାଠୀ ପୋଲିସ ଷ୍ଟେସନରେ ଅଭିଯୁକ୍ତଙ୍କ ବିରୋଧରେ ଗଣଦୁଷ୍କର୍ମ ମାମଲା ରୁଜୁ ହୋଇଛି । ସେ କହିଛନ୍ତି ଯେ ପୀଡିତାଙ୍କ ବୟସ ପ୍ରାୟ ୧୬ ବର୍ଷ ହେବ ।


ପୋଲିସ ମୁଖପାତ୍ର କହିଛନ୍ତି ଯେ, ଶନିବାର ଦିନ ରୁଜୁ ହୋଇଥିବା ତାଙ୍କ ଅଭିଯୋଗରେ ପୀଡିତା କହିଛନ୍ତି ଯେ ଅଭିଯୁକ୍ତ ମାନେ ତାଙ୍କୁ ଡିସେମ୍ବର ୧୬ ତାରିଖ ରାତି ୮ଟାରୁ ପରଦିନ ସକାଳ ୧୦ଟା ପର୍ଯ୍ୟନ୍ତ ଅନେକ ଥର ଦୁଷ୍କର୍ମ କରିଥିଲେ । ଅଭିଯୁକ୍ତ ମାନେ ତାଙ୍କୁ ମହୀମ ଗାଁର ଏକ ଖାଲି ବଙ୍ଗଳାକୁ ନେଇ ଯାଇଥିଲେ ଯେଉଁଠାରେ ସମସ୍ତେ ତାଙ୍କୁ ଦୁଷ୍କର୍ମ କରିଥିଲେ । ଏହା ପରେ ସେମାନେ ତାଙ୍କୁ ସମୁଦ୍ର କୂଳକୁ ନେଇ ଯାଇଥିଲେ ଓ ସେଠାରେ ତାଙ୍କ ସହ ପୁନର୍ବାର ବୁଦାରେ ଦୁଷ୍କର୍ମ କରିଥିଲେ ।


ଅଧିକ ପଢ଼ନ୍ତୁ:-ଯନ୍ତ୍ରଣାରେ ପୃଥ୍ୱୀ ଶ'...ଟିମ୍ ଇଣ୍ଡିଆରେ ଚୟନ ନହେବା ପରେ କଲେ ଭାବପ୍ରବଣ ପୋଷ୍ଟ!


ଅଧିକ ପଢ଼ନ୍ତୁ:-'ଆପଣଙ୍କୁ ବର୍ତ୍ତମାନ ଭାରତ ଛାଡି ଆୟର୍ଲ୍ୟାଣ୍ଡ ପାଇଁ ଖେଳିବା ଉଚିତ', ଜାଣନ୍ତୁ କାହିଁକି ପୃଥ୍ୱୀ ଶ'ଙ୍କୁ ମିଳିଲା ଏପରି ପରାମର୍ଶ


ଅଧିକ ପଢ଼ନ୍ତୁ:- ସୁନା ୧୫୦୦ ଟଙ୍କା ତ ରୁପା ୧୧୦୦୦ ଟଙ୍କା ମିଳୁଛି ଶସ୍ତା!


ପୀଡିତାଙ୍କ ଅଭିଯୋଗ ଉପରେ ପୋଲିସ ରବିବାର ସକାଳେ ସମସ୍ତ ୮ ଅଭିଯୁକ୍ତଙ୍କୁ ଗିରଫ କରି ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି) ର ବିଭିନ୍ନ ଧାରା ଓ ଯୌନ ଅପରାଧରୁ ଶିଶୁ ସୁରକ୍ଷା (POCSO) ଅଧିନିୟମ ଅନୁଯାୟୀ ମାମଲା ରୁଜୁ କରିଛି । ପୋଲିସର ସୂଚନାନୁସାରେ, ଏହି ଘଟଣାରେ ଅଧିକ ତଦନ୍ତ ଚାଲିଛି ।