Odisha News: ପେଟ ଚାଖଣ୍ଡକ ପାଇଁ ମାଆ ସାଥିରେ ବେଲୁନ୍ ବିକୁଛି ୪ ବର୍ଷର ଛୁଆ
Advertisement
Article Detail0/zeeodisha/odisha2443243

Odisha News: ପେଟ ଚାଖଣ୍ଡକ ପାଇଁ ମାଆ ସାଥିରେ ବେଲୁନ୍ ବିକୁଛି ୪ ବର୍ଷର ଛୁଆ

Odisha News: ପେଟ ଚାଖଣ୍ଡକ ପାଇଁ ପରିବାର ସହ ୪ବର୍ଷର ପିଲାର କେତେ ଯେ ସଂଘର୍ଷ। ୪ବର୍ଷର ପିଲା ମାଆ ସାଥିରେ ରହି ବେଲୁନ୍ ବିକ୍ରି କରୁଛି। ଆଉ ଏହି ବେଲୁନ୍ ଗୁଡିକୁ ବିକ୍ରି କରିବା ପାଇଁ ପମ୍ପ ଦ୍ବାରା ପବନ ଭରିବାକୁ ପଡୁଛି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବନ୍ଦର ନଗରୀ ପାରାଦୀପର ବିଶ୍ବକର୍ମା ମହୋତ୍ସବରେ। 

Odisha News: ପେଟ ଚାଖଣ୍ଡକ ପାଇଁ ମାଆ ସାଥିରେ ବେଲୁନ୍ ବିକୁଛି ୪ ବର୍ଷର ଛୁଆ

Odisha News:(ନାରାୟଣ ବେହେରା)  ପେଟ ଚାଖଣ୍ଡକ ପାଇଁ ପରିବାର ସହ ୪ବର୍ଷର ପିଲାର କେତେ ଯେ ସଂଘର୍ଷ। ୪ବର୍ଷର ପିଲା ମାଆ ସାଥିରେ ରହି ବେଲୁନ୍ ବିକ୍ରି କରୁଛି। ଆଉ ଏହି ବେଲୁନ୍ ଗୁଡିକୁ ବିକ୍ରି କରିବା ପାଇଁ ପମ୍ପ ଦ୍ବାରା ପବନ ଭରିବାକୁ ପଡୁଛି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବନ୍ଦର ନଗରୀ ପାରାଦୀପର ବିଶ୍ବକର୍ମା ମହୋତ୍ସବରେ। 
ରାସ୍ତା କଡ଼ରେ ୪ବର୍ଷର ଶିଶୁଟି ମାଆକୁ କରୁଛି ସାହାଯ୍ୟ। ମାଆ ବେଲୁନ୍ ବିକ୍ରି କରିବ ଆଉ ଶିଶୁଟି କିପରି ବେଲୁନ୍ ରେ ହାଓ୍ବା ଭରୁଛି ଦେଖନ୍ତୁ ଏହି ଦୃଶ୍ୟ ଟିକୁ। ମାଆ ବେଲୁନ୍ ପ୍ରସ୍ତୁତ କରୁଛି ଓ ତାର ପିଲାଏ ପମ୍ପ୍ ଦେଇ ବେଲୁନ୍ କୁ ବିକ୍ରୀ କରିବା ପାଇଁ ପ୍ରୟାସ କରୁଛନ୍ତି। ଥକି ପଡିଲେ ସେଇଠି କିଛି ସମୟ ବିଶ୍ରାମ ନେଇ ପୁଣି ବେଲୁନ୍ ପ୍ରସ୍ତୁତ କରୁଛି ଏହି ଶିଶୁଟି। ପରିବାର ଚଳାଇବା ପାଇଁ ଏବେ ଠାରୁ ତାର ସଂଘର୍ଷ ଜାରୀ ରହିଛି।