IND vs SL: 'ଆପଣଙ୍କୁ ବର୍ତ୍ତମାନ ଭାରତ ଛାଡି ଆୟର୍ଲ୍ୟାଣ୍ଡ ପାଇଁ ଖେଳିବା ଉଚିତ', ଜାଣନ୍ତୁ କାହିଁକି ପୃଥ୍ୱୀ ଶ'ଙ୍କୁ ମିଳିଲା ଏପରି ପରାମର୍ଶ
Advertisement

IND vs SL: 'ଆପଣଙ୍କୁ ବର୍ତ୍ତମାନ ଭାରତ ଛାଡି ଆୟର୍ଲ୍ୟାଣ୍ଡ ପାଇଁ ଖେଳିବା ଉଚିତ', ଜାଣନ୍ତୁ କାହିଁକି ପୃଥ୍ୱୀ ଶ'ଙ୍କୁ ମିଳିଲା ଏପରି ପରାମର୍ଶ

IND vs SL Series:  ଟି-୨୦ ସିରିଜର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦିଆଯାଇଥିବାବେଳେ ନିୟମିତ ଅଧିନାୟକ ରୋହିତ ଶର୍ମା ODI ସିରିଜରେ ଅଧିନାୟକତ୍ୱ କରୁଥିବାରେ ନଜର ଆସିବେ । ଏହି ସିରିଜରେ ଅନେକ ଯୁବ ଖେଳାଳିଙ୍କୁ ସୁଯୋଗ ମିଳିଛି । ଅନ୍ୟପଟେ ଏସବୁ ମଧ୍ୟରେ ପୁଣି ଥରେ ଏପରି ଖେଳାଳିଙ୍କୁ ଅଣଦେଖା କରାଯାଇଛି । ଯେଉଁମାନେ ପଡ଼ିଆରେ ଧୂଆଁଧାର ବ୍ୟାଟିଂ କରି ବୋଲରମାନଙ୍କୁ ବହୁତ ଚିନ୍ତାରେ ପକାଇ ଦିଅନ୍ତି ।

IND vs SL: 'ଆପଣଙ୍କୁ ବର୍ତ୍ତମାନ ଭାରତ ଛାଡି ଆୟର୍ଲ୍ୟାଣ୍ଡ ପାଇଁ ଖେଳିବା ଉଚିତ', ଜାଣନ୍ତୁ କାହିଁକି ପୃଥ୍ୱୀ ଶ'ଙ୍କୁ ମିଳିଲା ଏପରି ପରାମର୍ଶ

Prithvi Shaw: ନୂଆ ବର୍ଷ ଆରମ୍ଭରେ ଶ୍ରୀଲଙ୍କା ବିପକ୍ଷରେ ଟିମ୍ ଇଣ୍ଡିଆ ଟି-20 ଓ ଦିନିକିଆ ସିରିଜ (India vs Sri Lanka Series) ଖେଳିବାକୁ ଯାଉଛି । ଏଥିପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଭାରତୀୟ ଦଳ (Indian Team) ଘୋଷଣା କରିଛି । ODI ଓ T20 ସିରିଜ୍ ପାଇଁ ଦୁଇଟି ପୃଥକ ଦଳ ଘୋଷଣା କରାଯାଇଛି । ଟି-୨୦ ସିରିଜର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ଙ୍କୁ ଦିଆଯାଇଥିବାବେଳେ ନିୟମିତ ଅଧିନାୟକ ରୋହିତ ଶର୍ମା (Rohit Sharma) ODI ସିରିଜରେ ଅଧିନାୟକତ୍ୱ କରୁଥିବାରେ ନଜର ଆସିବେ । ଏହି ସିରିଜରେ ଅନେକ ଯୁବ ଖେଳାଳିଙ୍କୁ ସୁଯୋଗ ମିଳିଛି । ଅନ୍ୟପଟେ ଏସବୁ ମଧ୍ୟରେ ପୁଣି ଥରେ ଏପରି ଖେଳାଳିଙ୍କୁ ଅଣଦେଖା କରାଯାଇଛି । ଯେଉଁମାନେ ପଡ଼ିଆରେ ଧୂଆଁଧାର ବ୍ୟାଟିଂ କରି ବୋଲରମାନଙ୍କୁ ବହୁତ ଚିନ୍ତାରେ ପକାଇ ଦିଅନ୍ତି ।

ଟିମ୍ ଇଣ୍ଡିଆ (Team India) ର ଯୁବ ଓପନର୍ ପୃଥ୍ୱୀ ଶ' (Prithvi Shaw) ପୁଣି ଥରେ ଦଳରେ ସ୍ଥାନ ପାଇବାରେ ବିଫଳ ହୋଇଛନ୍ତି । ପୃଥ୍ୱୀ ଶ'ଙ୍କୁ ଭାରତରେ ଶ୍ରୀଲଙ୍କା ବିପକ୍ଷ ଟି-20 ଓ ଏକଦିବସୀୟ ସିରିଜ ପାଇଁ ଚୟନ କରାଯାଇ ନାହିଁ । ଘରୋଇ ଟୁର୍ଣ୍ଣାମେଣ୍ଟରେ ପୃଥ୍ୱୀ ଶ'ଙ୍କ ବ୍ୟାଟରୁ କ୍ରମାଗତ ଭାବରେ ରନ୍ ଆସୁଛି । କେବଳ ଏତିକି ନୁହେଁ, ଏହି ଖେଳାଳି ଆଇପିଏଲରେ ନିଜର ପ୍ରଦର୍ଶନ ସହିତ ଅନେକ ହଇଚଇ ସୃଷ୍ଟି କରିଥିଲେ, ତଥାପି ଟିମ୍ ଇଣ୍ଡିଆରେ ସାମିଲ କରିବାକୁ ନେଇ ଏହି ଖେଳାଳିଙ୍କୁ ଅଣଦେଖା କରାଯାଉଛି ।

ଶ୍ରୀଲଙ୍କା ବିପକ୍ଷ ଟି-20 ଓ ODI ସିରିଜ ପାଇଁ ଦଳ ଘୋଷଣା କରାଯାଇଛି । ଯେଉଁଠାରେ ଦଳରେ ନୂତନ ପୁରୁଣା ଖେଳାଳିଙ୍କ ମିଶ୍ରଣ ଦେଖିବାକୁ ମିଳିଛି । ଦୁଇ ଯୁବ ଖେଳାଳି ଶିବମ ମାଭି ଓ ମୁକେଶ କୁମାରଙ୍କୁ ଭାରତୀୟ ଦଳରେ ସ୍ଥାନ ଦିଆଯାଇଛି । ଯେତେବେଳେ କି ପୃଥ୍ୱୀ ଶ'ଙ୍କୁ ବାରମ୍ବାର ଅଣଦେଖା କରାଯାଇଥିବାରୁ ପ୍ରଶଂସକମାନେ ବହୁତ ନିରାଶ ହୋଇଛନ୍ତି । ସେମାନେ ସୋସିଆଲ ମିଡିଆ ମାଧ୍ୟମରେ ବିସିସିଆଇ ଉପରେ କ୍ରମାଗତ ଭାବରେ ନିଜର ଅସନ୍ତୋଷ ବ୍ୟକ୍ତ କରୁଛନ୍ତି, ଅତୀତରେ ମଧ୍ୟ ଚୟନକର୍ତ୍ତାମାନେ ପୃଥ୍ୱୀ ଶ' ଙ୍କୁ ଅଣଦେଖା କରିଥିଲେ ।

ଯେଉଁଠାରେ ତାଙ୍କର ଜଣେ ପ୍ରଶଂସକ ସୋସିଆଲ ମିଡିଆରେ କହିଛନ୍ତି ଯେ, ପୃଥ୍ୱୀ ଶ'ଙ୍କୁ ଭାରତ ଛାଡି ଆୟର୍ଲାଣ୍ଡ ଯାଇ କ୍ରିକେଟ୍ ଖେଳିବା ଉଚିତ୍, ତେବେ ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି ଯେ,  ଆପଣ ପୃଥ୍ୱୀ ଶ'ଙ୍କୁ ବାରମ୍ବାର ଦଳରେ ସାମିଲ କରୁନାହାଁନ୍ତି, ଏହା ଏକ ଅପରାଧ ।

ଅଧିକ ପଢ଼ନ୍ତୁ:- ସୁନା ୧୫୦୦ ଟଙ୍କା ତ ରୁପା ୧୧୦୦୦ ଟଙ୍କା ମିଳୁଛି ଶସ୍ତା!

ଅଧିକ ପଢ଼ନ୍ତୁ:- ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖବର; ସରକାର ବଦଳାଇଲେ ନିୟମ, ଶେଷ ହେବ ପେନସନ୍ ଓ ଗ୍ରାଚ୍ୟୁଇଟି!

ଅଧିକ ପଢ଼ନ୍ତୁ:-ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଟି-20 ସିରିଜ୍ ମ୍ୟାଚ୍ କେବେ, କେଉଁଠାରେ ଏବଂ କେଉଁ ଚ୍ୟାନେଲରେ ଦେଖିବେ? ଜାଣନ୍ତୁ ପୂରା ଡିଟେଲ୍ସ

 

ଭାରତ ବନାମ ଶ୍ରୀଲଙ୍କା ଟି20 ସିରିଜ୍ 

ପ୍ରଥମ ଟି-20 ମ୍ୟାଚ୍, ଜାନୁଆରୀ ୩, ସନ୍ଧ୍ୟା ୭ଟା, ମୁମ୍ବାଇ

ଦ୍ୱିତୀୟ ଟି-20 ମ୍ୟାଚ୍, ଜାନୁଆରୀ ୫, ସନ୍ଧ୍ୟା ୭ଟା, ପୁଣେ 

ତୃତୀୟ ଟି-20 ମ୍ୟାଚ୍, ଜାନୁଆରୀ ୭, ସନ୍ଧ୍ୟା ୭ଟା, ରାଜକୋଟ 

ଶ୍ରୀଲଙ୍କା ବିପକ୍ଷ ସିରିଜ ପାଇଁ T20 ଭାରତୀୟ ଦଳ

ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଇଶାନ କିଶନ (ୱିକେଟ୍ କିପର), ଋତୁରାଜ ଗାଇକୱାଡ, ଶୁଭମନ ଗିଲ, ସୂର୍ଯ୍ୟକୁମାର ଯାଦବ (ଉପ-ଅଧିନାୟକ), ଦୀପକ ହୁଡା, ରାହୁଲ ତ୍ରିପାଠୀ, ସଞ୍ଜୁ ସାମସନ (ୱିକେଟ୍ କିପର), ୱାଶିଂଟନ୍ ସୁନ୍ଦର, ଯଜୁବେନ୍ଦ୍ର ଚହଲ, ଅକ୍ଷର ପଟେଲ, ହର୍ଷଲ ପଟେଲ, ଉମରାନ ମଲିକ, ଶିବମ ମାବୀ ଏବଂ ମୁକେଶ କୁମାର ।

ଶ୍ରୀଲଙ୍କା ବିପକ୍ଷ ସିରିଜ ପାଇଁ ଦିନିକିଆ ଭାରତୀୟ ଦଳ

ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, କେ.ଏଲ ରାହୁଲ, ଇଶାନ କିଶନ (ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା (ଉପ-ଅଧିନାୟକ), ୱାଶିଂଟନ ସୁନ୍ଦର, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଅକ୍ଷାର ପଟେଲ, ମହମ୍ମଦ ସିରାଜ, ଉମରାନ ମଲିକ ଏବଂ ଅର୍ଶଦୀପ ସିଂହ ।

ଏଠାରେ କହି ରଖୁଛୁ ଯେ, ଜାନୁଆରୀ ୩ରେ ପ୍ରଥମ T20 ମୁମ୍ବାଇରେ, ଜାନୁଆରୀ ୫ରେ ଦ୍ୱିତୀୟ T20 ପୁଣେରେ ଏବଂ ଜାନୁଆରୀ ୭ରେ ତୃତୀୟ T20 ରାଜକୋଟରେ ଠାରେ ଖେଳାଯିବ । ସେହିପରି ପ୍ରଥମ ଦିନିକିଆ ଜାନୁଆରୀ  ୧୦ରେ ଗୌହାଟି, ଦ୍ୱିତୀୟ ଦିନିକିଆ ଜାନୁଆରୀ ୧୨ରେ କୋଲକାତା ଏବଂ ତୃତୀୟ ଦିନିକିଆ ଜାନୁଆରୀ ୧୫ରେ ତ୍ରିଭେନ୍ଦ୍ରମରେ ଖେଳାଯିବ ।