କଟକ:  ରାଜ୍ୟର ବହୁଚର୍ଚ୍ଚିତ ପରୀ ହତ୍ୟାକାଣ୍ଡ ମାମଲା (Pari Murder case) ର ପର୍ଦ୍ଦାଫାସ କରିଛି କ୍ରାଇମବ୍ରାଞ୍ଚ SIT। ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀ କରି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ଘଟଣା ସମ୍ପର୍କରେ ସମସ୍ତ ସୂଚନା ପ୍ରଦାନ କରିଛନ୍ତି । ଅରୁଣଙ୍କ କହିବା ମୁତାବକ ସରୋଜ ହିଁ ମୁଖ୍ୟ ଅଭିଯୁକ୍ତ । ସେହି ସମ୍ପୂର୍ଣ୍ଣ କାଣ୍ଡ ଭିଆଇଛି ବୋଲି ଅରୁଣ କହିଛନ୍ତି । କିନ୍ତୁ ପରୀଙ୍କ ପରିବାର ଏହାକୁ ଦୃଢ ବିରୋଧ କରିଛନ୍ତି । 


COMMERCIAL BREAK
SCROLL TO CONTINUE READING

ପରୀଙ୍କ ମା ସୌଦାମିନି ସାହୁ କହିଛନ୍ତି ମୁଖ୍ୟ ଅପରାଧୀକୁ ଖସାଇବାକୁ ଉଦ୍ୟମ ହେଉଛି। ରାଜନୈତିକ ଚାପର ବଶବର୍ତ୍ତି ହୋଇ ଅରୁଣ ବୋଥ୍ରା ସରୋଜକୁ ମୋହରା ସଜାଇଛନ୍ତି । ସରୋଜ ଏଭଳି ପିଲା ନୁହେଁ। ସେ ପରୀକୁ ବହୁତ ଭଲ ପାଉଥିଲା । ଭଉଣୀ ଭଳି ସ୍ନେହ ମଧ୍ୟ କରୁଥିଲା । SIT କେବଳ ମନଗଢା କାହାଣୀ କହୁଛି । ତଦନ୍ତକୁ ବାଟବଣା କରିବାକୁ ଉଦ୍ୟମ ହେଉଛି ବୋଲି ସୌଦାମିନି କହିଛନ୍ତି । 


Also Read: ପରୀ ହତ୍ୟା ମାମଲା: ପର୍ଦ୍ଦାଫାଶ କଲେ ଅରୁଣ


ସେ ଆହୁରି ମଧ୍ୟ କହିଛନ୍ତି କି, ସରୋଜକୁ ଜାଣିଶୁଣି ଫସାଯାଉଛି। ଏଠାରେ ଏକ ଅଙ୍ଗତସ୍କରୀ (Organ racket) ରାକେଟ କାମ କରୁଛି । ପରୀକୁ ହତ୍ୟା କରାଯାଇଛି । ଯେଉଁ ଦୁଷ୍କର୍ମ ମାମଲାକୁ ନେଇ ଚର୍ଚ୍ଚା ହେଉଛି ତାହା ସମ୍ପୂର୍ଣ୍ଣ ଭାବେ ଭୁଲ। ଘଟଣାକୁ ଭିନ୍ନ ମୋଡ଼ ଦେବାକୁ ପ୍ରୟାସ କରାଯାଉଛି । ଦୁଷ୍କର୍ମ ହୋଇନାହିଁ । ଅରୁଣ ବୋଥ୍ରା ଯେଉଁ ସବୁ ତଥ୍ୟ ରଖିଛନ୍ତି ତାହାକୁ ଭୁଲ ବୋଲି କହିଛନ୍ତି । ଅରୁଣ ବୋଥ୍ରା (Arun Bothra) ଙ୍କ ତଦନ୍ତରେ ଆମେ ସନ୍ତୁଷ୍ଟ ନୁହେଁ ବୋଲି ସୌଦାମିନି ପ୍ରକାଶ କରିଛନ୍ତି । 


ଏହି ଘଟଣାରେ ଏକାଧିକ ଲୋକଙ୍କ ସମ୍ପୃକ୍ତି ରହିଛି । ସେମାନଙ୍କୁ ବଞ୍ଚାଇବାକୁ ଉଦ୍ୟମ କରାଯାଉଛି । ସରୋଜକୁ ବିନା ଦୋଷରେ ଫସାଯାଉଛି ବୋଲି ସୌଦାମିନି ପ୍ରକାଶ କରିଛନ୍ତି । ତେବେ ଏହା ପୂର୍ବରୁ ସରୋଜଙ୍କ ମା ମଧ୍ୟ ଘୋର ବିରୋଧ କରିଛନ୍ତି । ସେ କହିଛନ୍ତି କି, ସରୋଜକୁ ବିନାଦୋଷରେ ଫସାଯାଉଛି । ପୋଲିସମାନେ ତାଙ୍କୁ ମାଡ଼ ମାରୁଥିବା ସେ ଗତକାଲି କହିଥିଲା । ତାଙ୍କୁ ଡେମୋ ଦେଖାଇବାକୁ ଆଣିଥିଲେ । ମାତ୍ର ସେଥିରେ ସଫଳ ହୋଇନଥିଲେ । ସରୋଜ ଏଭଳି ଘୃଣ୍ୟକାମ କରିପାରିବ ନାହିଁ ବୋଲି ସରୋଜର ମା କହିଛନ୍ତି ।