ପରୀ ହତ୍ୟା ମାମଲା: ପର୍ଦ୍ଦାଫାଶ କଲେ ଅରୁଣ
Advertisement
Article Detail0/zeeodisha/odisha812211

ପରୀ ହତ୍ୟା ମାମଲା: ପର୍ଦ୍ଦାଫାଶ କଲେ ଅରୁଣ

ପରୀ ହତ୍ୟା ମାମଲାରେ ଏସଆଇଟି ମୁଖ୍ୟ ଘଟଣା ଉପରୁ ପର୍ଦ୍ଦାଫାସ କରିଛନ୍ତି।

ପରୀ ହତ୍ୟା ମାମଲା: ପର୍ଦ୍ଦାଫାଶ କଲେ ଅରୁଣ

ଭୁବନେଶ୍ୱର: ପରୀ ହତ୍ୟା ମାମଲାରେ ଏସଆଇଟି ମୁଖ୍ୟ ଘଟଣା ଉପରୁ ପର୍ଦ୍ଦାଫାସ କରିଛନ୍ତି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପରୀକୁ ଅଭିଯୁକ୍ତ କେମିତି ଓ କାହିଁକି ମାରିଥିଲା, ତାହା ବର୍ଣ୍ଣନା କରିଛନ୍ତି। 

ଅରୁଣ କହିଛନ୍ତି କି, 

  • ପରୀର ପଡ଼ୋଶୀ ସରୋଜ ସେଠୀକୁ ଗିରଫ କରିଛି ଏସାଇଟି । 
  • ସରୋଜ ସେଠୀ ଘଟଣାର ମୁଖ୍ୟ ଅଭିଯୁକ୍ତ । 
  • ଅଧିକ ପ୍ରମାଣ ପାଇଁ ଯଦୁପୁର ଗାଁ ପୋଖରୀକୁ ଶୁଖାଯାଉଛି । 
  • ଅନ୍ୟ କାହାର ସମ୍ପୃକ୍ତି ରହିଛି କି ନାହିଁ ତଦନ୍ତ କରାଯାଉଛି । 
  • ଏହି ଘଟଣାର କୌଣସି ପ୍ରତ୍ୟେକ୍ଷଦର୍ଶୀ ନାହାନ୍ତି । 
  • ୨୨ ବର୍ଷ ଅଭିଜ୍ଞତା ମଧ୍ୟରେ ସବୁଠାରୁ ବିଭତ୍ସ । 
  • ପରୀର ଘରଠାରୁ ସରୋଜର ଘର ପାଖାପାଖି ୨ ଶହ ମିଟର । 
  • ସରୋଜର ସାନଭଉଣୀ ସହ ପରୀର ଭଲ ସମ୍ପର୍କ ଥିଲା । 
  • ସରୋଜ ଘରେ ଥିବା ଜମ୍ମୁକୋଳି ଗଛକୁ ପାଖପଡ଼ୋଶୀର ପିଲାମାନେ ଖାଇବାକୁ ଯାଇଥାନ୍ତି। 
  • ୧୪ ତାରିଖରେ ଦିନ ପରୀ ଏକା ଜାମୁକୋଳି ଖାଇବାକୁ ଯାଇଥିଲା । 
  • ସରୋଜର ବାପା ନାହିଁ । ମା ଓ ସାନଭଉଣୀ ଚାକିରି କରୁଛନ୍ତି । ବଡ଼ ଭଉଣୀ ବାହା ହୋଇଯାଇଛି । 
  • ସରୋଜ ପରୀକୁ ଘର ଭିତରକୁ ନେଇ ଦୁଷ୍କର୍ମ କରିଥିଲା । 
  • ପରୀ ଏଥିରେ ବାଧା ଦେବାରୁ ତାକୁ ତଣ୍ଟି ଚିପି ହତ୍ୟା କରିଥିଲା । 
  • ଅଶ୍ଲୀଳ ଫିଲ୍ମ ଦେଖି ଏସବୁ କରିଥିବା କହିଛି । 
  • ମୃତଦେହ ସହ ଦୁଷ୍କର୍ମ କରିବା ପରେ ଏକ ଝୋଟ ବସ୍ତାରେ ଶବକୁ ପୁରାଇଥିଲା । 
  • ବସ୍ତାରେ ମୃତଦେହ ଓ ପିନ୍ଧା ବସ୍ତ୍ର ପୁରାଇ ପୋଖରୀ ଭିତରକୁ ଫିଙ୍ଗି ଦେଇଥିଲା । 
  • ପରୀର ପିନ୍ଧାବସ୍ତ୍ର ମଧ୍ୟରୁ ଗୋଟିକୁ ନେବାକୁ ଭୁଲି ଯାଇଥିଲା ସରୋଜ । 
  • ସରୋଜ ପର୍ଣ୍ଣୋଗ୍ରାଫି ଫିଲ୍ମ ରଖି ଦେଖୁଥିଲା । ମୋବାଇଲରେ ପର୍ଣ୍ଣୋଗ୍ରାଫି ରଖି ଲକ ପକାଇଥିଲା । 
  • ଘଟଣା ପୂର୍ବଦିନ ରାତିରେ ପର୍ଣ୍ଣ ଫିଲ୍ମ ଦେଖିଛି । 
  • ହତ୍ୟା ବା ଦୁଷ୍କର୍ମ ପାଇଁ ପୂର୍ବ ପ୍ରସ୍ତୁତି ନଥିବା କହିଛି ସରୋଜ । 
  • ରାତିସାରା ଫିଲ୍ମ ଦେଖିବାକ ପରେ ଝିଅଟି ଆସିବାରୁ ଏପରି କରିଥିବା କହିଛି ସରୋଜ । 
  • ପ୍ରତ୍ୟେକ୍ଷଦର୍ଶୀ ସମ୍ପର୍କରେ ସୂଚନା ନାହିଁ । 
  • ପ୍ରତ୍ୟେକ୍ଷଦର୍ଶୀ ନଥିବାରୁ ସାଇଣ୍ଟିଫିକ କାରଣକୁ ଏକାଠି କରୁଛୁ । 
  • ହାଇଦ୍ରାବାଦର CCMB ଓ ଦିଲ୍ଲୀର NIPGRକୁ ପଠାଯିବ । 
  • ତା ଖରୁ ବାହାରିଥିବା ଗଛଡାଳକୁ NIPGRକୁ ପଠାଯିବ । 
  • ପ୍ରଥମେ ପଲିଗ୍ରାଫ କରିବାକୁ ସରୋଜ ଅରାଜି ହେଉଥିଲା । 
  • ପଲିଗ୍ରାଫ ଟେଷ୍ଟରେ ତାର ଉତ୍ତର ମିଛ ଥିବା ଜଣାପଡ଼ିଥିଲା । 
  • ଘଟଣା ପରେ ୨ ଜଣଙ୍କୁ ଏକଥା ଜଣାଇଥିବା ସେ କହିଛି । 
  • ସେଥିରୁ ଜଣଙ୍କ ସହିତ କଥା ବେଳେ ଜଣଙ୍କ ଅଡ଼ିଓ ଓ ଭିଡ଼ିଓ ଅନ ଥିଲା । 
  • ଆମକୁ ସେହି ଭିଡ଼ିଓ ଓ ଅଡ଼ିଓ ବଡ଼ ପ୍ରମାଣ ଭାବେ ମିଳିପାରିବ । 
  • ମୃତଦେହ ନଷ୍ଟ ପାଇଁ କେମିକାଲ ବ୍ୟବହାର ହୋଇନଥିବା ରିପୋର୍ଟରେ ଆସିଥିବା ଜଣାପଡ଼ିଛି ।