Amit Jain Suicide: ଆଜି ସକାଳୁ ଉତ୍ତର ପ୍ରଦେଶର ଗାଜିଆବାଦରେ ହଇଚଇ ଦେଖିବାକୁ ମିଳିଛି। ଦିଲ୍ଲୀର ଏକ ନାମୀଦାମୀ ଇଲାକାରେ ଥିବା ଏକବଡ ହୋଟେଲର ମାଲିକଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ଚକିତ କରିଛି। ପୋଲିସ ଏହି ଘଟଣା ସମ୍ପର୍କରେ ଜାଣିବା ପରେ ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ ଆରମ୍ଭ କରିଦେଇଛି। ପୋଲିସର ସୂଚନା ଅନୁସାରେ ସକାଳ ସମୟରେ ଏକ କଲ୍ ଆସିଥିଲା ଏବଂ ଏହା କୁହାଯାଇଥିଲା ଯେ, ହୋଟେଲ ରେଡିଏସନ ବ୍ଲୁ ର ମାଲିକ ଅମିତ ଜୈନ ନିଜ ଘରେ ହିଁ ଆତ୍ମହତ୍ୟା କରିଛନ୍ତି। ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ବ୍ୟାଙ୍କର ଅତ୍ୟଧିକ ଋଣଭାର ଯୋଗୁଁ ସେ ଆତ୍ମହତ୍ୟା କରିଥିବା ନେଇ ପୋଲିସ ପ୍ରକାଶ କରିଛି। 


COMMERCIAL BREAK
SCROLL TO CONTINUE READING

ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ପଚରାଉଚରା ବେଳେ ଏହା ଜଣାପଡିଥିଲା ​​ଯେ ନୋଏଡାସ୍ଥିତ ତାଙ୍କ ନୂତନ ଘରେ ଜଳଖିଆ ଖାଇବା ପରେ CWG ନିକଟରେ ଥିବା ତାଙ୍କ ଗାଁରେ ତାଙ୍କ ନିଜ ଘରକୁ ଆସିଥିଲେ। ସେ କହିଛନ୍ତି ଯେ ଜୈନ ତାଙ୍କ ପରିବାର ସହ ନୋଏଡାକୁ ସ୍ଥାନାନ୍ତର କରିବାକୁ ଯୋଜନା କରୁଥିଲେ। CWG ଗାଁରେ ଥିବା ତାଙ୍କ ଘରକୁ ଯିବା ବାଟରେ ସେ ତାଙ୍କ ଭାଇ କରଣଙ୍କୁ ଗାଜିଆବାଦସ୍ଥିତ (Ghaziabad)କାର୍ଯ୍ୟାଳୟରେ ଛାଡି ଏକାକି ଯିବେ ବୋଲି କହିଥିଲେ।


Also Read; Shraddha Murder Case: ଶ୍ରଦ୍ଧାଙ୍କୁ ଅଫତାବ ହତ୍ୟା କରିବାର ମାସେ ପରେ ମିଳିଥିଲା ମୁଣ୍ଡ ଓ ହାତ


ପୋଲିସ ଅଧିକାରୀଙ୍କ କହିବାନୁସାରେ, ତାଙ୍କ ଡ୍ରାଇଭର ସହିତ କିଛି ସାମଗ୍ରୀ ସଂଗ୍ରହ କରିବାକୁ ରାଷ୍ଟ୍ରମଣ୍ଡଳ ଗେମ୍ସ ଭିଲେଜ୍ ଫ୍ଲାଟକୁ ଯାଇଥିବା ଅମିତ ଜୈନଙ୍କ (Amit Jain) ପୁଅ ତାଙ୍କୁ ଘର ଭିତରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ। ଅମିତ ଜୈନଙ୍କୁ ତୁରନ୍ତ ପତପଡଗଞ୍ଜର ମ୍ୟାକ୍ସ ହସ୍ପିଟାଲ (Maxx Hospital) କୁ ନିଆଯାଇଥିଲା ଯେଉଁଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ପୋଲିସ କହିଛି ଯେ ଏପର୍ଯ୍ୟନ୍ତ କୌଣସି ପ୍ରକାରର ଷଡ଼ଯନ୍ତ୍ରର ଅଭିଯୋଗ ସାମ୍ନାକୁ ଆସିନାହିଁ। ପୋଲିସ ଏହି ଘଟଣାର ବିସ୍ତୃତ ଅନୁସନ୍ଧାନ କରୁଛି।


Also Read; Rajasthan Gang Rape Case: ଗଣଦୁଷ୍କର୍ମ ଅଭିଯୋଗରେ ବନ୍ଧା ହେଲେ ୩ ବିଏସଏଫ ଯବାନଙ୍କ ସମେତ ୫


୨୦୧୯ ମସିହାରେ ମଧ୍ୟ ଏମିତି ଏକ ଘଟଣା ସାମ୍ନାକୁ ଆସିଥିଲା। ଏସିଆର ସବୁଠୁ ବଡ କଫି କମ୍ପାନୀ କ୍ୟାଫେ କଫି ଡେ (Cafe Coffee Day) ବା ସିସିଡି ମାଲିକ ସିଦ୍ଧାର୍ଥ ବାଙ୍ଗାଲୋରର ମାଙ୍ଗାଲୋରରୁ ନିଖୋଜ ହୋଇଯାଇଥିଲେ । କଫି କିଙ୍ଗ ସିଦ୍ଧାର୍ଥ ନିଖୋଜ ହେବା ପରେ ତାଙ୍କର ଚିଠି ମିଳିଥିଲା । ଯେଉଁଥିରେ ସେ ବୋର୍ଡ ଅଫ ଡିରେକ୍ଟର ଏବଂ ସିସିଡି ପରିବାରକୁ କମ୍ପାନୀର ମାନ୍ଦାବସ୍ଥା ଏବଂ ନିଜ ଉପରେ ଥିବା କରଜକୁ ନେଇ ବ୍ୟସ୍ତ ଥିବା କଥା କହିଛନ୍ତି । ତେବେ ଏହା ପରେ ନେତ୍ରାବତୀ ନଦୀକୂଳରେ ତାଙ୍କ ଗାଡିକୁ ଠାବ କରାଯାଇଥିଲା। ଆତ୍ମହତ୍ୟା ସନ୍ଦେହ କରି ନେତ୍ରାବତୀ ନଦୀରେ ସର୍ଚ୍ଚ ଅପରେସନ ଜାରି ରହିବା ପରେ ତାଙ୍କ ମୃତଦେହ ମିଳିଥିଲା।