Rajasthan Gang Rape Case: ଗଣଦୁଷ୍କର୍ମ ଅଭିଯୋଗରେ ବନ୍ଧା ହେଲେ ୩ ବିଏସଏଫ ଯବାନଙ୍କ ସମେତ ୫
Advertisement
Article Detail0/zeeodisha/odisha1449441

Rajasthan Gang Rape Case: ଗଣଦୁଷ୍କର୍ମ ଅଭିଯୋଗରେ ବନ୍ଧା ହେଲେ ୩ ବିଏସଏଫ ଯବାନଙ୍କ ସମେତ ୫

Rajasthan Gang Rape Case: ମହିଳାଙ୍କ ଉପରୁ କମୁନି ପାଶବିକ ଅତ୍ୟାଚାର । ରାଜସ୍ଥାନର ଶ୍ରୀଗଙ୍ଗାନଗର ଜିଲ୍ଲାରେ ଘଟିଛି ଅଭାବନୀୟ ଘଟଣା । ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି ।

ସୌଜନ୍ୟ : ସୋସିଆଲ ମିଡିଆ

Rajasthan Gang Rape Case: ମହିଳାଙ୍କ ଉପରୁ କମୁନି ପାଶବିକ ଅତ୍ୟାଚାର ।  ରାଜସ୍ଥାନର ଶ୍ରୀଗଙ୍ଗାନଗର ଜିଲ୍ଲାରେ ଘଟିଛି ଅଭାବନୀୟ ଘଟଣା । ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗରେ ତିନି ଜଣ ବିଏସଏଫ ଯବାନଙ୍କ ସମେତ ଅନ୍ୟ ଦୁଇ ଜଣଙ୍କୁ ବାନ୍ଧିଛି ପୋଲିସ । ଘଟଣାର ତଦନ୍ତ ଆରମ୍ଭ କରିଛି ।  ଅତିରିକ୍ତ ପୋଲିସ ଅଧୀକ୍ଷକ (ଏଏସପି) ରାଇସିଂହାନଗର, ବନୱାରୀ ଲାଲ ମୀନାଙ୍କ ଅନୁଯାୟୀ, ପୀଡିତାଙ୍କ ବାପା ଗଣ ଦୁଷ୍କର୍ମ ମାମଲା ରୁଜୁ କରିବା ପରେ ତଦନ୍ତ ଆରମ୍ଭ ହୋଇଥିଲା। ମହିଳାଙ୍କ ଡାକ୍ତରୀ ମାଇନା କରାଯାଇଛି। ଏହି ଘଟଣା ବିଳମ୍ବିତ ରାତିରେ ରାଇସିଂହାନଗର କୁମହାର ବସ୍ତି ନିକଟରେ ଘଟିଛି। 

ଏଏସପି ମୀନାଙ୍କ ସୂଚନା ଅନୁସାରେ, ରାଜସ୍ଥାନର ଶ୍ରୀଗଙ୍ଗାନଗର ଜିଲ୍ଲାର କୁମହାର ବସ୍ତି ନିକଟକୁ ଜଣେ ମହିଳା ଶନିବାର ଦିନ ବିଳମ୍ବିତ ରାତିରେ ମିଲ୍କ ଡାଏରୀକୁ ଘିଅ ଆଣିବାକୁ ଯାଇଥିଲେ। ଏହି ସମୟରେ ମହିଳାଙ୍କୁ ଏକୁଟିଆ ଦେଖି ୫ ଜଣ ବ୍ୟକ୍ତି ତାଙ୍କୁ ନିଛାଟିଆ ସ୍ଥାନକୁ ନେଇ ଯାଇଥିଲେ । ପରେ ସେଠାରେ ତାଙ୍କୁ ଦୁଷ୍କର୍ମ ହୋଇଥିବା ପୀଡିତା ଜଣକ ଅଭିଯୋଗ ଆଣିଛନ୍ତି । ପରେ ଯୌନ ପିପାଶୁ ରାକ୍ଷାସଙ୍କ ଠାରୁ ଖସି ପଳାଇ ଆସିଥିଲେ ମହିଳା ।  ଏନେଇ ନିଜ ପରିବାର ଲୋକଙ୍କୁ ଜଣାଇ ଥିଲେ ପୀଡିତା ।

ଏହାବି ପଢନ୍ତୁ : Sraddha Murder Case: ଶ୍ରଦ୍ଧାଙ୍କୁ ଅଫତାବ ହତ୍ୟା କରିବାର ମାସେ ପରେ ମିଳିଥିଲା ମୁଣ୍ଡ ଓ ହାତ

ଏହାବି ପଢନ୍ତୁ : Shraddha Murder Case:ଶ୍ରଦ୍ଧା ହତ୍ୟା ମାମଲାରେ ମିଳିଲା ଆଉ ୫ଟି ବଡ଼ ପ୍ରମାଣ, ମୁଣ୍ଡରେ ହାତ ଦେଲାଣି ପୋଲିସ

ଏହାବି ପଢନ୍ତୁ : Minor Molestation: ନାବାଳିକାଙ୍କୁ ଛଅ ବର୍ଷ ଧରି ଦୁଷ୍କର୍ମ କରୁଥିଲେ ବାପା, ଦାଦା, ଭାଇ ଓ ଜେଜେ! ସ୍କୁଲରେ ଖୋଲିଲା ରାଜ୍

ଏହାବି ପଢନ୍ତୁ : Jeypore Rape Case: ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ସମିତି ସଭ୍ୟ ଗିରଫ

ଏନେଇ ପୀଡିତାଙ୍କ ପରିବାର ପକ୍ଷରୁ ଏକ ମାମଲା ଥାନାରେ ରୁଜୁ ହୋଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ୫ ଜଣଙ୍କୁ ଗିରଫ କରିବା ସହ ମହିଳାଙ୍କୁ ଡାକ୍ତରୀମାଇନା ପାଇଁ ପଠାଇଛି । ଏନେଇ ସେକ୍ସନ ୧୬୪ ଆଧାରରେ ପୀଡିତାଙ୍କ ବୟାନ ମଧ୍ୟ ରେକର୍ଡ ହୋଇଛି । ଅତିରିକ୍ତ ପୋଲିସ ଅଧୀକ୍ଷକ ବନୱାରୀ ଲାଲ ମୀନା, ଡେପୁଟି ପୋଲିସ ଅଧୀକ୍ଷକ ଅନୁ ବିଷ୍ଣୁ ଏବଂ ପୋଲିସ ଷ୍ଟେସନ ଦାୟିତ୍ୱରେ ଥିବା ଗଣେଶ କୁମାର ବିଷ୍ଣୁ ଏହି ମାମଲାର ଅଧିକ ତଦନ୍ତ କରୁଛନ୍ତି।

ଏହାବି ପଢନ୍ତୁ : Cruel love story: ତିନୋଟି ବଟିକା ଖାଇ ପ୍ରେମିକା ସହ ଯୌନ ସମ୍ପର୍କ ରଖିଲାବେଳେ ଘଟିଗଲା ଅଘଟଣ

ଏହାବି ପଢନ୍ତୁ :Shraddha murder case: ପ୍ରେମିକାକୁ ୩୫ ଖଣ୍ତ କଲା ପ୍ରେମିକ, ସବୁ ଦିନ ରାତିରେ କରୁଥିଲା ଏମିତି କାମ

ଏହାବି ପଢନ୍ତୁ :  Student Death: ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ